ଅଟୋମେଟିକ ମେସିନ୍‌ ଜରିଆରେ ଭେଇକିଲ ଫିଟନେସ୍‌ ଟେଷ୍ଟ ହେବ ବାଧ୍ୟତାମୂଳକ, ଜାଣନ୍ତୁ କେବେ ଠାରୁ ହେବ ଲାଗୁ

ଏବେ ଆପଣଙ୍କ ଭେଇକିଲର ଫିଟନେସ ଟେଷ୍ଟ କରିବ ମେସିନ। ଅଟୋମେଟିକ ମେସିନ ଜରିଆରେ ଏବେ ହେବ ଭେଇକିଲ ଟେଷ୍ଟ। ଏବେ ସରକାର ଅଟୋମେଟେଡ ଟେଷ୍ଟିଙ୍ଗ ଷ୍ଟେସନ ମାଧ୍ୟମରେ ବାହନର ଫିଟନେସ୍‌ ଟେଷ୍ଟକୁ ବାଧ୍ୟତାମୂଳକ କରିଦେଇଛନ୍ତି।

ଆଜି ପର୍ଯ୍ୟନ୍ତ କୌଣସି ଗାଡିର ଫିଟନେସ ଯାଞ୍ଚ କରିବା ପାଇଁ ମେକାନିକଙ୍କ ଆବଶ୍ୟକତା ପଡୁଥିଲା । କିନ୍ତୁ ଏବେ ବଦଳିଯାଇଛି ଫର୍ମାଟ । ଏଣିକି ଗାଡିର ଫିଟନେସ ଯାଞ୍ଚ କରିବା ଦାୟିତ୍ୱ ମେକାନିକଙ୍କୁ ମିଳିବ ନାହିଁ । ଏକ ସ୍ୱତନ୍ତ୍ର ମେସିନ ଏବେ ଗାଡିର ଫିଟନେସ ଯାଞ୍ଚ କରିବ । ଏହି ଟେଷ୍ଟିଂ ପ୍ରକ୍ରିୟା ଏବେ ସ୍ୱୟଂଚାଳିତ ହୋଇପାରିବ । ଚାଳକମାନେ ଏବେ ଗାଡିର ଫିଟନେସ କିମ୍ବା ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ଆରଟିଓ ଅଫିସ ଦୌଡିବେ ନାହିଁ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଜ୍ୟ ସରକାର ଏବେ ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଅଟୋମେଟେଡ ଟେଷ୍ଟିଂ ସିଷ୍ଟମ ବା ଏଟିଏସ ପ୍ଲାନ । ଏଥିପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ପରିବହନ ବିଭାଗ ଚିଠି ଲେଖିଛି । କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ଏକ ଚିଠା ନିୟମ ପ୍ରସ୍ତୁତ କରାଯିବ । ଏହି ନୀତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଟିଏସ ସେଣ୍ଟର ଖୋଲାଯିବ ।

ତେବେ ଗାଡି ମାଲିକମାନେ ଏହାକୁ ନେଇ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ବ୍ୟବସ୍ଥା ଯୋଗୁଁ ଯାନବାହନକୁ ନେଇ ଅନେକ ସମସ୍ୟା ସୃଷ୍ଟି ହେବ ବୋଲି ସେମାନେ ଆଶଙ୍କା କରିଛନ୍ତି । ତେବେ ରାଜ୍ୟର ମୋଟ ୫ଟି ସ୍ଥାନରେ ଏହି ଏଟିଏସ ଖୋଲିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥଇପାଇଁ ୧୦ରୁ ଅଧିକ ନିବେଶକ ଆଗ ଦେଖାଇଛନ୍ତି । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଆନୁଷ୍ଠାନିକ ଭାବେ ଜଣାଇଛି ଯେ ଏଟିଏସ ମାଧ୍ୟମରେ ଭାରି ମାଲବାହୀ ଯାନ ଏବଂ ହେବି ପାସେଞ୍ଜର ମୋଟର ଭେଇକିଲ ପାଇଁ ଫିଟନେସ୍‌ ଟେଷ୍ଟ ୧ ଏପ୍ରିଲ ୨୦୨୩ରୁ ବାଧ୍ୟତାମୂଳକ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.