ଏବେ ସ୍ନାପଚାଟ୍ ରୁ ଟ୍ବିଟ୍ ସେୟାର କରିପାରିବେ ଟ୍ବିଟର ୟୁଜର୍ସ, ଜାଣନ୍ତୁ କେମିତି କାମ କରିବ ଏହି ନୂଆ ଫିଚର

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର ନିକଟରେ ନିଜ ୟୁଜର୍ସଙ୍କ ପାଇଁ ଆପରେ Tweet Fleets ସମେତ ଅନେକ ଫିଚର୍ସ ଆଡ୍ କରିଛି। ଏହି ଫିଚର ଜରିଆରେ ୨୪ ଘଣ୍ଟା ଭିତରେ ଟ୍ବିଟ୍ କରିଥିବା ଫଟୋ ଏବଂ ଭିଡିଓ ଆପଣାଛାଏଁ ଡିସଆପିୟର ହୋଇଯିବ। ଯେମିତି ଫେସବୁକ, ଇନଷ୍ଟାଗ୍ରାମ ଷ୍ଟୋରୀ ଏବଂ ହ୍ବାଟସଆପ୍ ଷ୍ଟାଟସରେ ଦେଖିବାକୁ ମିଳିଥାଏ। ଏହାଛଡା ଟ୍ବିଟର ନିଜ ୟୁଜର୍ସ ଫଟୋ ସେୟାରିଂ ଆପ୍ ସ୍ନାପଚାଟ୍ ରୁ ସିଧାସଳଖ ଟ୍ବିଟ୍ ସେୟାର କରିପାରିବ। ଏମିତି ହେଲେ ଆଉ ୟୁଜର୍ସଙ୍କୁ ସ୍ନାପଚାଟ୍ ରେ ଟ୍ବିଟରର ସ୍କ୍ରିନସର୍ଟ ସେୟାର କରିବାକୁ ଆବଶ୍ଯକତା ପଡିବ ନାହିଁ।

ରିପୋର୍ଟ ମୁତାବକ, ଏହି ଫିଚର ଏବେ କେବଳ iOS ୟୁଜର୍ସଙ୍କ ପାଇଁ ରହିଛି। କମ୍ପାନୀ ଖୁବଶୀଘ୍ର ଏହାକୁ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଇବ। ଏବେ କେବଳ ପବ୍ଲିକ ଟ୍ବିଟ ସେୟାର ବଟନ ପ୍ରେସ୍ କରିବା ପରେ ୟୁଜର୍ସଙ୍କ ସ୍ନାପଚାଟରେ ଟ୍ବିଟ ସେୟାର କରିବାର ଅପସନ ମିଳିବ। ପ୍ରାଇଭେଟ ଟ୍ବିଟରେ ଏହି ଅପସନ ମିଳିବ ନାହିଁ।

snapchat

ଏବେ ୟୁଜର୍ସ ଟ୍ବିଟର ଏକ ସ୍ପାନ କ୍ରିଏଟ କରି ସାଙ୍ଗମାନଙ୍କ ସହିତ ସେୟାର କରିପାରିବେ। ଏହାସହିତ ୟୁଜର୍ସ ଟ୍ବିଟକୁ ସ୍ନାପଚାଟ୍ ରେ ନିଜର ଷ୍ଟୋରୀକୁ ଆଡ କରିପାରିବେ। ସୂଚନାଯୋଗ୍ଯ, ଟ୍ବିଟର ଗତ କିଛି ସମୟ ପୂର୍ବରୁ ଥ୍ରୋଡେଡ ରିପ୍ଲାଇ ଏକ୍ସପେରିମେଣ୍ଟ ଆରମ୍ଭ କରିଥିଲା। କିନ୍ତୁ ୟୁଜର୍ସଙ୍କୁ ଏଥିରେ ଚାଟ୍କୁ ପଢିବାକୁ ଅସୁବିଧା ହେଉଥିଲା, ତେଣୁ ପରେ ବନ୍ଦ କରିଦେଲା।

You might also like