‘ସୋନା ସୋନା’ ଗୀତରେ ପୁଣି ନୂଆ ଅନ୍ଦାଜ୍ ଦେଖାଇଲେ ଶହନାଜ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ

ବିଗବସ୍ ୧୩ ରେ ଚର୍ଚ୍ଚାରେ ଥିବା ଶହନାଜ୍ ଗିଲ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି। ସୋସିଆଲ ମିଡିଆରେ ଶହନାଜ୍ କିଛି ପୋଷ୍ଟ କରିବା ମାତ୍ରେ ହିଁ ତାହା ଭାଇରାଲ ହୋଇଥାଏ। ସୂଚନା ମୁତାବକ, କିଛି ଦିନ ତଳେ ଶହନାଜ୍ ଗିଲ୍ ଏବଂ ସିଦ୍ଦାର୍ଥ ଶୁକ୍ଳାଙ୍କ ଗୀତ ‘ସୋନା ସୋନା’ ରିଲିଜ୍ ହୋଇଥିଲା। ଏହି ଗୀତରେ ଉଭୟଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। କିନ୍ତୁ ଏବେ ଏହି ଗୀତରେ ଶହନାଜ୍ ଙ୍କ ନୂଆ ଅନ୍ଦାଜ୍ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Shehnaaz Gill (@shehnaazgill)

ଶହନାଜ୍ ଗିଲ୍ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ପାଖାପାଖି ୧୦ ଲକ୍ଷ ଥର ଦେଖାଯାଇ ସାରିଲାଣି । ଏହି ଭିଡିଓକୁ ଦେଖି ଫ୍ୟାନ୍ସମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ମଧ୍ୟ ଶହନାଜ୍ ଏବଂ ସିଦ୍ଧାର୍ଥଙ୍କ ଏହି ଗୀତକୁ ୟୁଟ୍ୟୁବ୍‌ ରେ ୪୭ ମିଲିୟନ୍ ରୁ ଅଧିକ ଥର ଦେଖାଯାଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.