WhatsAppରେ ଖୁବଶୀଘ୍ର ସେୟାର କରିପାରିବେ HD କ୍ୱାଲିଟିର ଭିଡିଓ, ମିଳିବ ଏହି ଅପ୍ସନ

WhatsAppର ଡେଭଲପମେଣ୍ଟ ଉପରେ ନଜର ରଖୁଥିବା Wabetainfo େଓ୍ଵବସାଇଟ ଅନୁସାରେ, କମ୍ପାନୀ ୟୁଜର୍ସ ମାନଙ୍କ ପାଇଁ ସୁବିଧା ଆଣିବ । ଭିଡିଓ ସେୟାର କରୁଥିବା ସମୟରେ ଭିଡିଓର କ୍ୱାଲିଟି ସିଲେକ୍ଟ କରିବା ପାଇଁ ଅପ୍ସନ ରହିବ । ଏହି ଅପ୍ସନରେ ଆପଣଙ୍କୁ standard ଏବଂ hd ର ଅପ୍ସନ ମିଳିବ ।

WhatsApp ବ୍ୟବହାର ଆପଣ ସମସ୍ତେ ନିଶ୍ଚିତ ଭାବେ କରୁଥିବେ । ଏହି ଆପ୍‌ରେ ଆପଣ କେବେ ନା କେବେ ଭିଡିଓ ସେୟାର କରୁଥିବେ । ଏହି ସମୟରେ ଆପଣ ଦେଖିଥିବେ WhatsApp ୨୦ ଏମବି ଭିଡିଓକୁ ୭ କିମ୍ବା ୮ ଏମବିରେ କମ୍ପ୍ରେସ କରିଥାଏ । ଅର୍ଥାତ ଭିଡିଓ କ୍ୱାଲିଟି ଆପେ ଆପେ କମ ହୋଇଯାଏ । ଏହା ଦ୍ୱାରା ଆପଣ ପଠାଇଥିବା ଭିଡିଓ ଖରାପ ଦେଖାଯାଏ । ଏହି ସମସ୍ୟାକୁ ଶେଷ କରିବା ପାଇଁ ମେଟା WhatsApp ରେ ଭିଡିଓ କ୍ୱାଲିଟିକୁ ଏନ୍‌ହାନ୍ସ କରୁଛି ଏବଂ ଆପଣ ଖୁବଶୀଘ୍ର ଭିଡିଓକୁ HD କ୍ୱାଲିଟିରେ ପଠାଇ ପାରିବେ ।

WhatsAppର ଡେଭଲପମେଣ୍ଟ ଉପରେ ନଜର ରଖୁଥିବା Wabetainfo େଓ୍ଵବସାଇଟ ଅନୁସାରେ, କମ୍ପାନୀ ୟୁଜର୍ସ ମାନଙ୍କ ପାଇଁ ସୁବିଧା ଆଣିବ । ଭିଡିଓ ସେୟାର କରୁଥିବା ସମୟରେ ଭିଡିଓର କ୍ୱାଲିଟି ସିଲେକ୍ଟ କରିବା ପାଇଁ ଅପ୍ସନ ରହିବ । ଏହି ଅପ୍ସନରେ ଆପଣଙ୍କୁ standard ଏବଂ hd ର ଅପ୍ସନ ମିଳିବ । ଏହି ଦୁଇଟି ଅପ୍ସନ ମଧ୍ୟରୁ ଆପଣ କୌଣସି ଏକ ଅପ୍ସନ ବାଛି ପାରିବେ । ଯଦି ଆପଣ HD କ୍ୱାଲିଟି ଭିଡିଓ ବାଛିବେ ତେବେ ଯେଉଁ ବ୍ୟକ୍ତିଙ୍କୁ ଆପଣ ଭିଡିଓ ପଠାଇଥିବେ ସେ ମଧ୍ୟ HD କ୍ୱାଲିଟି ଭିଡିଓ ଦେଖି ପାରିବେ । ଏବଂ ଭିଡିଓ ମେସେଜରେ ଫାଇଲ HD କ୍ୱାଲିଟିରେ ସେୟାର କରାଯାଇଥିବା ଲେଖା ମଧ୍ୟ ଆସିବ ।

କିନ୍ତୁ ଏହି ଅପଡେଟ କିଛି ବିଟା ଟେଷ୍ଟର୍ସ ପାଇଁ ଉପଲବ୍ଧ ରହିଛି । ଆଗାମୀ ସମୟରେ କମ୍ପାନୀ ଏହା ସମସ୍ତଙ୍କ ପାଇଁ ରୋଲଆଉଟ କରିବ ବୋଲି ସୂଚନା ମିଳିଛି । WhatsAppରେ ଚାଟ୍ସ ଟ୍ରାନ୍ସଫର କରିବା ଆହୁରି ସହଜ ହୋଇଯାଇଛି । ଆପଣ ନିଜ ପୁରୁଣା ଫୋନରୁ ନୂଆ ଫୋନକୁ ଚାଟ୍ସ ଅତି ସହଜରେ ଟ୍ରାନ୍ସଫର କରିପାରିବେ । QR କୋଡ ସ୍କାନ କରି ଚାଟ୍ସ ଟ୍ରାନ୍ସଫର କରିପାରିବେ । ଚାଟ୍ସ ଟ୍ରାନ୍ସଫର କରିବା ପାଇଁ ଆପଣ ଦୁଇଟି ଫୋନରେ ଓ୍ଵାଇଫାଇ ଏବଂ ଲୋକେସନକୁ ଅନ କରିବେ । ଗୁଗଲ ଡ୍ରାଇଭ ତୁଳନାରେ ଏହି ପ୍ରକ୍ରିୟାରେ ଚାଟ୍ସ ଅତି ସମହଜରେ ଟ୍ରାନ୍ସଫର ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.