ଶସ୍ତା ହେଲା OnePlus 11, ମିଳୁଛି ଭାରି ଡିସକାଉଣ୍ଟ

ଗତ ବର୍ଷ ଲଞ୍ଚ ହୋଇଥିବା ପ୍ରିମିୟମ୍ ଫୋନ୍ OnePlus 11 ରେ ବର୍ତ୍ତମାନ ୫,୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ଦ୍ୱିତୀୟ ଥର ପାଇଁ ଏହି ଫୋନର ମୂଲ୍ୟ କମ୍‌ କରାଯାଇଛି ।

OnePlus ଏମିତି ଏକ ଫୋନ, ଯାହାକୁ ୟୁଜର୍ସମାନେ ଖୁବ୍‌ ପସନ୍ଦ କରନ୍ତି । ଏହାର ଚାହିଦାକୁ ଦେଖି କମ୍ପାନୀ ସବୁବେଳେ କିଛି ନା କିଛି ଡିସକାଉଣ୍ଟ ଆଣିଥାଏ । ତେବେ ଗତ ବର୍ଷ ଲଞ୍ଚ ହୋଇଥିବା ପ୍ରିମିୟମ୍ ଫୋନ୍ OnePlus 11 ରେ ବର୍ତ୍ତମାନ ୫,୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ଦ୍ୱିତୀୟ ଥର ପାଇଁ ଏହି ଫୋନର ମୂଲ୍ୟ କମ୍‌ କରାଯାଇଛି । ଏହି ଦମଦାର ଫ୍ଲାଗସିପ୍ ଫୋନ୍ ରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ, ୫୦MP ମେନ୍‌ କ୍ୟାମେରା, ୧୦୦W ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ସହିତ ୫୦୦୦mAh ବ୍ୟାଟେରୀ ରହିଛି । ତେବେ ଏହି ଫୋନ୍ କେତେ ଟଙ୍କାରେ ମିଳୁଛି ଆସନ୍ତୁ ଜାଣିବା ।

ଗତ ବର୍ଷ OnePlus 11 ୫୬,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ଦୁଇଥର କମ୍‌ ହେବା ପରେ ଏହି ଦମଦାର ଫ୍ଲାଗସିପ୍ ଫୋନ୍ ମାତ୍ର ୪୯,୯୯୯ ଡଲାରରେ ମିଳୁଛି । ୫୦୦୦ ଡିସକାଉଣ୍ଟ ପରେ ବି ଆପଣ କମ୍ ମୂଲ୍ୟରେ ଏହି ଫୋନ୍ କିଣି ପାରିବେ । ଯଦି ଆପଣ ନିଜ ପୁରୁଣା ଫୋନକୁ ଏକ୍ସଚେଞ୍ଜ କରିବା ସହ OnePlus ୱେବସାଇଟ୍ କିମ୍ବା ଆମାଜନରୁ ଫୋନ୍ କିଣିବା ସମୟରେ କୌଣସି ବ୍ୟାଙ୍କ ଅଫରର ଲାଭ ଉଠାଉଛନ୍ତି, ତେବେ ଆପଣ ଅଧିକ ଡିସକାଉଣ୍ଟ ପାଇପାରିବେ । ଏହି ଫୋନ୍ ଇଟରନାଲ ଗ୍ରୀନ୍ ଏବଂ ଟାଇଟାନ୍ ବ୍ଲାକ୍ ଭଳି ଦୁଇଟି କଲରରେ ମିଳୁଛି ।

OnePlus 11 ସ୍ପେକ୍ସ :
OnePlus 11 ରେ ଏକ ୬.୭ ଇଞ୍ଚର ଡିସପ୍ଲେ ରହିଛି । ଏହି ଡିସପ୍ଲେ ବହୁତ ସ୍ମଦ ରହିଛି ଏବଂ ଏହାର ବ୍ରାଇଟନେସ୍‌ ୧,୩୦୦ ନିଟ୍ସ ରହିଛି । ଫୋନର ସ୍ପିଡ୍‌ ବିଷୟରେ କହିବାକୁ ଗଲେ ଏଥିରେ ଲାଟେଷ୍ଟ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ ଅଛି । ଏହା ସହିତ ଏଥିରେ ୧୬ GB RAM ଏବଂ ୨୫୬ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି । ଭଲ କଥା ହେଉଛି କମ୍ପାନୀ ଆପଣଙ୍କୁ ୫ ବର୍ଷ ପାଇଁ ସିକ୍ୟୁରିଟି ଅପଡେଟ୍ ଦେବ ଏବଂ ୪ ବର୍ଷ ପାଇଁ ସଫ୍ଟୱେର୍ ଅପଡେଟ୍ ଦେବ ।

ଏଥିରେ ତିନୋଟି ବ୍ୟାକ୍ କ୍ୟାମେରା ଅଛି – ସୋନି IMX890 ସେନ୍ସର ସହିତ ୫୦MP ମେନ୍‌ କ୍ୟାମେରା, ୪୮ MPର ସୋନି IMX581 ଅଲ୍ଟ୍ରା ୱାଇଡ୍ ସେନ୍ସର ଏବଂ ୩୨ MPର ସୋନି IMX709 ଟେଲିଫୋଟୋ ଲେନ୍ସ ରହିଛି । ଭିଡିଓ କଲ୍ ଏବଂ ସେଲଫି ପାଇଁ ଏଥିରେ ୧୬MP କ୍ୟାମେରା ରହିଛି । ବ୍ୟାଟେରୀ ଲାଇଫ ବିଷୟରେ କହିବାକୁ ଗଲେ OnePlus 11 ରେ ୫୦୦୦mAh ବ୍ୟାଟେରୀ ଅଛି ଯାହା ୧୦୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହାର ଅର୍ଥ ହେଉଛି ଫୋନ୍ ବହୁତ ଶୀଘ୍ର ଚାର୍ଜ ହୋଇଯିବ । ଏହା ବ୍ୟତୀତ ଏହି ଫୋନରେ ଅନେକ ଫିଚର୍ସ ରହିଛି । ଆଲର୍ଟ ସ୍ଲାଇଡର୍, IP54 ରେଟିଂ, ଡଲବି ଆଟମୋସ୍ ସହିତ ଷ୍ଟେରିଓ ସ୍ପିକର ଓ ସ୍ପେସାଲ୍ ଅଡିଓ ଏବଂ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.