Below header

କିଛି ସ୍ୱତନ୍ତ୍ର ଟେକନିକ ସହିତ ଲଞ୍ଚ ହେଲା OnePlus Concept One ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ ବ୍ୟାକ ପ୍ୟାନେଲ ସହିତ ମିଳିବ ଏହିସବୁ ଫିଚର୍ସ

ଚୀନର ସ୍ମାର୍ଟଫୋନ କମ୍ପାନୀ OnePlus CES 2020 ଇଭେଣ୍ଟରେ ଏକ ସ୍ୱତନ୍ତ୍ର ଟେକନିକର କନସେପ୍ଟ ୱାନ ସ୍ମାର୍ଟଫୋନ McLaren ଏଡିସନ ଲଞ୍ଚ କରିଛି । କମ୍ପାନୀ ଏହି ଡିଭାଇସ ପାଇଁ ଅଟୋମୋବାଇଲ କମ୍ପାନୀ McLarenସହିତ ବୁଝାମଣା କରିଛି । ଏହି ଫୋନର ସ୍ୱତନ୍ତ୍ରତା ହେଉଛି ଏହାର ବ୍ୟାକ ପ୍ୟାନେଲ ଇଲେକ୍ଟ୍ରୋନିକ ଯାହାର ଅର୍ଥ ହେଉଛି କନସେପ୍ଟ ୱାନର ବ୍ୟାକ କ୍ୟାମେରା ପିକ୍ଚର କ୍ଲିକ କରିବା ପରେ ଆପେ ଆପେ ସାଇଡ ହୋଇଯିବ । କମ୍ପାନୀର ଦାବି ଅନୁଯାୟୀ ଏହି ଟେକନିକ କ୍ୟାମେରାକୁ ହାଇଡ କରିବା ପାଇଁ ମାତ୍ର 0.7 ସେକେଣ୍ଡର ସମୟ ନେଇଥାଏ । ଯଦିଓ କମ୍ପାନୀ ଏହି ଫୋନକୁ ଏପର୍ଯ୍ୟନ୍ତ ଅଫିସିଆଲି ଲଞ୍ଚ କରିନାହିଁ । ତାହେଲେ ଆସନ୍ତୁ ଜାଣିବା ଏହି ଫୋନ ବିଷୟରେ..

OnePlus Concept One ସ୍ମାର୍ଟଫୋନ

Image result for oneplus concept one mclaren edition

OnePlus Concept One ମଡେଲରେ ବ୍ୟବହାର କରାଯାଉଥିବା ଟେକନିକ McLaren 720 ଏସ ସ୍ପାଇଡର ସ୍ପୋର୍ଟ୍ସ କାରରୁ ପ୍ରେରିତ । ଏହି କାରକୁ ସ୍ୱତନ୍ତ୍ର ହାର୍ଡ-ଟପ ସହିତ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଇଲେକ୍ଟ୍ରୋନିକ ଗ୍ଲାସର ବ୍ୟବହାର କରାଯାଇଛି । ଏହା ବ୍ୟତୀତ ଲୋକମାନଙ୍କୁ ଏହି ଡିଭାଇସରେ ଲେଦର ପ୍ୟାନେଲ ମଧ୍ୟ ମିଳିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଏହି ଡିଭାଇସର ଲଂଚିଙ୍ଗ ଡେଟ ଏବଂ ସ୍ପେସିଫିକେସନ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ।

Image result for oneplus concept one mclaren edition

ସୂଚନା ଅନୁଯାୟୀ OnePlus, Concept One ପୂର୍ବରୁ ନିଜ ସ୍ମାର୍ଟଫୋନର ବ୍ୟାକ ପ୍ୟାନେଲରେ ଅନେକ ପ୍ରକାର ପ୍ରୟୋଗ କରିସାରିଛି । ଯେଉଁଥିରେ ବାମ୍ବୁ, ଉଡ଼, କେବଲର ଫ୍ରଷ୍ଟେଡ଼ ଏବଂ ଗ୍ଲାସର ବ୍ୟବହାର କରାଯାଇଛି । ତେବେ କନସେପ୍ଟ ୱାନର ବ୍ୟାକ ପ୍ୟାନେଲ କେବଳ କ୍ୟାମେରା ନୁହେଁ ବରଂ ଲେଦରକୁ ମଧ୍ୟ ହାଇଡ଼ କରିଥାଏ ଓ OnePlus ପୂର୍ବରୁ ଅନ୍ୟ କୌଣସି କମ୍ପାନୀ ଏହିପରି ଟେକନିକର ବ୍ୟବହାର କରିନଥିଲା ।

Image result for oneplus concept one mclaren edition

OnePlus ଗତବର୍ଷ ଭାରତ ସମେତ ଅନେକ ଦେଶରେ OnePlus 7 ସିରିଜ ଲଞ୍ଚ କରିଥିଲା ଯାହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଆଗ୍ରହ ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ଲୋକମାନେ ଏହି ସିରିଜର 7 ଓ 7 ପ୍ରୋ ସ୍ମାର୍ଟଫୋନକୁ ମଧ୍ୟ ବହୁତ ପସନ୍ଦ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.