ପୁଣି ହନି ଟ୍ରାପରେ ଫସି ଗିରଫ ହେଲେ ଯୁବକ, ଫେସବୁକରେ ପାକିସ୍ତାନୀ ମହିଳାଙ୍କୁ ଦେଉଥିଲେ ଦେଶର ସୁରକ୍ଷାକୁ ନେଇ ଗୁପ୍ତ ସୂଚନା

ଫେସବୁକ୍ ଜାରିଆରେ ପାକିସ୍ତାନୀ ମହିଳାଙ୍କ ସହିତ ସୁରକ୍ଷା ପ୍ରତିଷ୍ଠାନକୁ ନେଇ ଜଡିତ ସୂଚନା କଥିତ ଭାବେ ଆଲୋଚନା କରିବା ମାମଲାରେ ପୋଲିସ୍ ଜଣେ ବ୍ଯକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ସୀମାବର୍ତ୍ତୀ ଅରନିୟାରେ ରହୁଥିବା ରାକେଶ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେ ପାକିସ୍ତାନୀ ମହିଳାଙ୍କୁ ଅଞ୍ଚଳର ସୁରକ୍ଷା ସମ୍ବନ୍ଧିତ ସୂଚନା ଦେଉଥିଲେ । ତେବେ ଏନେଇ ବର୍ତ୍ତମାନ ପୋଲିସ୍ ଏବଂ ଅନ୍ଯ ଏଜେନ୍ସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଧିକାରୀ ମାନେ କହିଛନ୍ତି କି, ଆଗକୁ ଅଧିକ ପଚରାଉଚରା କରିବା ପାଇଁ ରାକେଶଙ୍କୁ ଜଏଣ୍ଟ ଇଣ୍ଟେରୋଜେସନ୍ ସେଣ୍ଟର ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.