Oppo ଲଞ୍ଚ କଲା ପକେଟ ଫ୍ରେଣ୍ଡଲି ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

Oppo ଲଞ୍ଚ କଲା ନୂଆ ସ୍ମାର୍ଟଫୋନ Oppo A32।ଏହି ବଜେଟ ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୪୬୦ ପ୍ରୋସେସର ସହିତ ଟ୍ରିପଲ ରିଅର କ୍ୟାମେରା ସେଟଅପ୍‌ ମଧ୍ୟ ରହିଛି। ଏହାସହିତ ଫୋନରେ ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି।

ଫୋନ Oppo A 32 ର ମୂଲ୍ୟ ୧୨,୮୦୦ ଟଙ୍କା ରହିଥିବା ବେଳେ ୪ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟ ମଧ୍ୟ ରହିଛି। ୮ ଜିବି ରାମ ଏବଂ ୧୨୮ ଜିବି ଭାରିଅଣ୍ଟର ମୂଲ୍ୟ ୧୬,୧୦୦ ଟଙ୍କା ରହିଛି। ମିଣ୍ଟ ଗ୍ରୀନ, ଫାଣ୍ଟାସି ବ୍ଲୁ ଏବଂ ଗ୍ଲାସ ବ୍ଲାକ କଲର ଭାରିଅଣ୍ଟରେ ଏହି ଫୋନ ମିଳୁଛି। ଏହି ଫୋନର ବ୍ରିକି ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହି ଫୋନ ଆଣ୍ଡ୍ରଏଡ ୧୦ ଉପରେ ଆଧାରିତ ଯେଉଁଥିରେ କଲର ଓଏସ୍‌ ୭.୨ ଦିଆଯାଇଛି। ଏହାଛଡା ୬.୫ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ଯାହାର ରିଫ୍ରେଶ ରେଟ୍‌90 Hz ରହିଛି।

phone

ଫୋନରେ ଟ୍ରିପଲ ରିଅର କ୍ୟାମେରା ସେଟଅପ୍‌ ଯେଉଁଥିରେ ୧୩ ମେନ ମେଗାପିକ୍ସେଲ, ଦ୍ୱିତୀୟ ୨ ମେଗାପିକ୍ସେଲ ଏବଂ ଡେପ୍ଥ ସେନସର ଲେନ୍ସ ରହିଛି ଯାହା ମାଇକ୍ରୋ ଲେନ୍ସ ଭଳି କାମ କରିଥାଏ। ଏହି ଫୋନରେ ପଞ୍ଚହୋଲ ଷ୍ଟାଇଲରେ ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି।

ଏହାଛଡା ଫୋନରେ4G VoLTE, ଓ୍ଵାଇ ଫାଇ, ଜିପିଏସ୍‌, ୟୁଏସବି ଟାଇପ ସି ପୋର୍ଟ ଏବଂ ୩.୫ ଏମ୍‌ ହେଡଫୋନ ଜ୍ୟାକ ରହିଛି। ଫୋନର ବ୍ୟାଟେରୀ କ୍ଷମତା ୫୦୦୦mAh ରହିଛି। ଯାହା ୧୮ ଓ୍ଵାଟରେ ଫାଷ୍ଟ ଚାର୍କିଂ ସପୋର୍ଟ କରୁଛି। ଫୋନରେ ରିଅର ପ୍ୟାନେଲରେ ମଧ୍ୟ ଏକ ଫିଙ୍ଗରପ୍ରିଣ୍ଟ ସେନସର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.