ବଦଳିଲା ପାସପୋର୍ଟ ରିନ୍ୟୁ ନିୟମ, ଏବେ ଘରେ ବସି ଅନ୍‌ଲାଇନରେ କରିପାରିବେ କାମ, ଏମିତି କରନ୍ତୁ ରିନ୍ୟୁ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାସପୋର୍ଟ ଭାଲିଡିଟି ସରିଯାଇଛି । ତେବେ ବ୍ୟସ୍ତ ହେବା ଦରକାର ନାହିଁ । ଘରେ ବସି କରିପାରିବେ ପାସପୋର୍ଟ ରିନ୍ୟୁ । କାରଣ ବଦଳିଛି ପାସପୋର୍ଟ ରିନ୍ୟୁ ନିୟମ । ଆସନ୍ତୁ ଜାଣିବା କିପରି କରିବେ ଅନ୍‌ଲାଇନରେ ପାସପୋର୍ଟ ରିନ୍ୟୁ ।

ଷ୍ଟେପ୍‌ ୧ :

– ପ୍ରଥମେ ପାସପୋର୍ଟ ସେବାର ଅନଲାଇନ ପୋର୍ଟାଲ ଯାଇ ଲଗଇନ କରନ୍ତୁ ।

– ସେଠାରେ ଅନଲାଇନ ଫର୍ମ ଭରିବା ପାଇଁ ‘fill the application form online’ ଉପରେ କ୍ଲିକ କରନ୍ତୁ ।

– ଆପଣ ଚାହିଁଲେ ଫର୍ମ ଡାଉନଲୋଡ଼ କରି ପୁରଣ କରିବା ପରେ ପୁଣି ଅପଲୋଡ଼ କରିପାରିବେ ।

ଷ୍ଟେପ୍‌ ୨ :

– ଅନ୍‌ଲାଇନ ଫର୍ମ ରେ ଜରୁରୀ ଡିଟେଲସ ଭରିକରି ସବମିଟ କରନ୍ତୁ ।

– ଏହାପରେ ପେମେଣ୍ଟ କରିବା ପାଇଁ ରେଡିଓ ବଟନ ଉପରେ କ୍ଲିକ କରନ୍ତୁ ।

– ଏବେ Pay and Schedule Appointment ଅପସନ ଉପରେ କ୍ଲିକ କରନ୍ତୁ ।

– ଏବେ ଅନଲାଇନ ପେମେଣ୍ଟ କୁ ସିଲେକ୍ଟ କରିବା ପରେ ଆଗକୁ ଯାଆନ୍ତୁ ।

ଷ୍ଟେପ୍‌ ୩ :

– ଏବେ ଆପଣଙ୍କ ନିକଟତମ ପାସପୋର୍ଟ କେନ୍ଦ୍ର ଲିଷ୍ଟ ସ୍କ୍ରିନ ରେ ଆସିବ ।

– ଏବେ ଆପଣଙ୍କ ସୁବିଧା ଅନୁଯାୟୀ ଆପୋଏଣ୍ଟମେଣ୍ଟ ତାରିଖ ଓ ସମୟ ବାଛନ୍ତୁ ।

ଷ୍ଟେପ ୪ :

– ପାସପୋର୍ଟ ଅଫିସ ଯିବା ପୂର୍ବରୁ ଏହି ସବୁ ଡକ୍ୟୁମେଣ୍ଟ ସାଥିରେ ରଖନ୍ତୁ ।

– ପ୍ରିଣ୍ଟ ରସିଦ ସାଙ୍ଗରେ ନେଇ କରି ଯାଆନ୍ତୁ ।

– ସ୍ଲିପ ଦେଖାଇବା ପରେ ଆପଣଙ୍କୁ ଏଣ୍ଟ୍ରି ମିଳିବ ।

– ସେଠାରେ ମଗାଯାଇଥିବା ଡକ୍ୟୁମେଣ୍ଟ ସହ ଫଟୋ ଦିଅନ୍ତୁ ।

– ଏଥିସହ ଏକ ଦସ୍ତଖତ ମଧ୍ୟ ଦିଅନ୍ତୁ ଯାହା ଆପଣଙ୍କ ପାସପୋର୍ଟରେ ଦେଖାଯିବ ।

ଷ୍ଟେପ୍‌ ୫ :

– ଏମିତି କରନ୍ତୁ ପାସପୋର୍ଟ ଷ୍ଟାଟସ ଟ୍ରାକ୍‌

– ଏବେ ଆପଣଙ୍କୁ ଏକ ସ୍ଲିପ ମିଳିବ ଯେଉଁଥିରୁ ଆପଣ ପାସପୋର୍ଟ ଷ୍ଟାଟସ ଟ୍ରାକ୍‌ କରିପାରିବେ ।

– ଏହାପରେ ପୋଲିସ ଭେରିଫିକେସନ ହେବ । ଏହାପରେ ସପ୍ତାହକ ମଧ୍ୟରେ ଆପଣଙ୍କ ପାସପୋର୍ଟ ଡାକଯୋଗେ ଆପଣଙ୍କ ଠିକଣାରେ ପହଞ୍ଚିଯିବ ।

– ପାସପୋର୍ଟ ମିଳିବା ପରେ ଆପଣଙ୍କ ପୁରଣା ପାସପୋର୍ଟ କୁ ପାସପୋର୍ଟ ଅଫିସକୁ ନେଇ ଯାଆନ୍ତୁ ।

– ସେଠାରେ ଆପଣଙ୍କ ପୁରୁଣା ପାସପୋର୍ଟ ଜମା କରନ୍ତୁ ।

– ଯଦି ପାସପୋର୍ଟ ହଜିଯାଇଛି କିମ୍ବା ଚୋରି ହୋଇଯାଇଛି ତେବେ ପୋଲିସରେ ରିପୋର୍ଟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.