ଫିଚର ଫୋନ୍ ଦୁନିଆରେ ଧମାକା କରିବା ପାଇଁ ଆସିଲା Philips ର ନୂଆ ଫିଚର ଫୋନ, ଦାମ୍ ମାତ୍ର ୧,୩୯୯ ଟଙ୍କା

ଫିଲପ୍ସ ବ୍ରାଣ୍ଡ ଟିପିବି ଟେକ୍ନୋଲୋଜି ଏବଂ ମ୍ଯାନୁଫ୍ଯାକ୍ଚରିଂ ପାର୍ଟନର ପିଜେଟ ସହିତ ମିଲି ଇ-ସିରିଜ ଫିଚର ଫୋନ୍ ଲଞ୍ଚ କରିଛି। ୧,୩୯୯ ଏବଂ ୨,୯୯୯ ଟଙ୍କା ମୂଲ୍ଯରେ ମିଳୁଥିବା ଏହି ସିରିଜର ୩ଟି ହ୍ଯାଣ୍ଡସେଟର ଦମଦାର ଫିଚର୍ସ ରହିଛି।

Philips E102 A :

୧,୩୯୯ ଟଙ୍କାର ଏହି ଫୋନରେ ୧୨୮x୧୬୦ ପିକ୍ସେଲ ରିଜୋଲ୍ଯୁସନ ଏବଂ ୧.୭୭ ଇଞ୍ଚର ଟିଏଫଟି ଡିସପ୍ଲେ ସହିତ ଆସୁଛି। ଏଥିରେ ୧୦୦୦ mAh ବ୍ଯାଟେରୀ ଏବଂ କମ୍ପାନୀ ବେସିକ VGA କ୍ଯାମେରା ରହିଛି। ଏସଡି କାର୍ଡ ସ୍ଲଟ ସହିତ ଫୋନରେ ମ୍ଯୁଜିକ ପ୍ଲେୟର, ସ୍ପିକର, ଗେମ ଏବଂ ୱେୟାରଲେସ ଏଫଏମ୍ ମଧ୍ୟ ରହିଛି। ଡୁଆଲ ସିମ୍ ଏବଂ ଜିପିଆରଏସ୍ ସହିତ ବ୍ଲୁଟୁଥ ୨.୧ର ସୁବିଧା ମଧ୍ୟ ରହିଛି।

Xenium E125 :

୧.୭୭ ଇଞ୍ଚର ଡିସପ୍ଲେ, MT6261M SoC ପ୍ରୋସେସର ଏବଂ QVGA କ୍ଯାମେରା ଯୁକ୍ତ ଏହି ଫିଚର ଫୋନର ଦାମ ୨,୦୯୯ ଟଙ୍କା ରହିଛି। ଏହି ଫୋନରେ ୨୦୦୦ mAh ବ୍ଯାଟେରୀ ସହିତ କମ୍ପାନୀ ଷ୍ଟାଣ୍ଡବାଏ ଟାଇମ ୧୫୦୦ ଘଣ୍ଟାର ରହିଛି। ଏହି ଫୋନରେ ବିଲ୍ଟ ଇନ ବ୍ଲୁଟୁଥ ୩.୦ ଏବଂ ମ୍ଯୁଜିକ ପ୍ଲେୟର ସହିତ ଗ୍ରାହକଙ୍କୁ ଡୁଆଲ ସିମ ସପୋର୍ଟ ମିଳିବ।

Xenium E209 :

ଏଥିରେ ୨.୪ ଇଞ୍ଚର ଡିସପ୍ଲେ, ଲକ୍- ଅନଲକ୍ ପାଇଁ ଅଲଗା ବଟନ, ଏସଡି କାର୍ଡ ସ୍ଲଟ ଏବଂ ୧୦୦୦mAh ବ୍ଯାଟେରୀ ସହିତ ଗ୍ରାହକଙ୍କ ପାଇଁ SOS ଫଙ୍କନ ସୁବିଧା ରହିଛି। ଇନ ବିଲ୍ଟ ୱେୟାରଲେସ ଏଫଏସ୍, ବ୍ଲୁଟୁଥ ୩.୦, ଟର୍ଚ୍ଚ ଏବଂ ୧୦୮ dB ପର୍ଯ୍ଯନ୍ତ ଭଲ୍ଯୁମଯୁକ୍ତ ଲାଉଡସ୍ପିକର ମଧ୍ୟ ମିଳିବ। ଏହି ସବୁର ମଜା ଗ୍ରାହକ ୨,୯୯୯ ଟଙ୍କାରେ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.