ପାକିସ୍ତାନ: କରାଚୀରେ ଟ୍ରକ୍‌ରେ ବିସ୍ଫୋରଣ, ୧୦ ମୃତ, ଦଶ ଆହତ

ପାକିସ୍ତାନର କରାଚୀରେ ଶନିବାର ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଲୋକ ଆହତ ହୋଇଛନ୍ତି। ଏହି ଘଟଣା କରାଚୀର ମଓ୍ଵାଚ ଗୋଠ ଅଞ୍ଚଳର ବୋଲି କୁହାଯାଉଛି। ବିସ୍ଫୋରଣ ଏକ ମିନି ଟ୍ରକ ଭିତରେ ଘଟିଛି।

ଏକ ପାକିସ୍ତାନୀ ଖବରକାଗଜ ମୁତାବକ, ଟ୍ରକ ଭିତରେ ଯେଉଁ ସମୟରେ ବିସ୍ଫୋରଣ ଘଟିଥିଲା, ସେହି ସମୟରେ ସେଥିରେ ୨୦ରୁ ୨୫ ଲୋକ ଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ହେଲା, ଏ ସମସ୍ତ ଯାତ୍ରୀ ଏକ ବିବାହ ସମାରୋହରୁ ଫେରୁଥିଲେ।

ପ୍ରଥମେ ଦୁର୍ଘଟଣାସ୍ଥଳରୁ ୭ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ରେସ୍‌କ୍ୟୁ ଅପରେଶନ ବେଳେ ଆଉ ୩ ଲୋକ ଆହତ ଅବସ୍ଥାରେ ମିଳିଥିଲେ। ରେସ୍‌କ୍ୟୁ ଟିମ୍‌ର କହିବା ହେଲା, ମୋଟ ୧୦ ଜଣ ଏଥିରେ ଆହତ ହୋଇଥିବା ବେଳେ ୧୦ ଲୋକଙ୍କ ମୃତ୍ୟୁ ଘଟିଛି।

ତେବେ ସିଲିଣ୍ଡର ବିସ୍ଫୋରଣ ପଛର କାରଣ କ’ଣ, ସେ ନେଇ ପୋଲିସ ଏବେ ତଦନ୍ତ ଜାରି ରଖିଛି। କରାଚୀ ପ୍ରଶାସକ ମୁର୍ତଜା ଓ୍ଵହାବ ଘଟଣାର ତଥ୍ୟ ମାଗିଥିବା ବେଳେ ତୁରନ୍ତ ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ସମସ୍ତ ଆହତଙ୍କୁ ଠିକ୍‌ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି। ଆବଶ୍ୟକ ଅନୁସାରେ ଭଲ ହସ୍ପିଟାଲ ନେଇଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.