Below header

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ: ଆୟୁଷ୍ମାନ ଭାରତ ଯୋଜନାରୁ କେହି ବଞ୍ଚିତ ହେବେ ନାହିଁ

କେନ୍ୟୁଜ୍(ବ୍ୟୁରୋ): ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ। ଦିଲ୍ଲୀରୁ ପଲ୍ଲୀ ସବୁଠୁ ଉତ୍ସବର ପରିବେଶ। ଫର୍‌ ଫର୍‌ ହୋଇ ଉଡୁଛି ତ୍ରିରଙ୍ଗା। ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ। ସବକା ସାଥ୍‌, ସବକା ବିକାଶ ଓ ସବକା ପ୍ରୟାସର ଆହ୍ଵାନ୍‌ ଦେଇଛନ୍ତି ମୋଦି। ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଦେଶର ବୀର ଯବାନମାନଙ୍କୁ ମନେ ପକାଇଛନ୍ତି। ଆଥଲେଟ୍‌ ଓ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି।

ଆମେ କୋଭିଡ ମୁକାବିଲାରେ ସଫଳ ହୋଇଛୁ। ବିଶ୍ୱର ସବୁଠୁ ବଡ଼ ଟିକାକରଣ ଭାରତରେ ଚାଲିଛି। ଦେଶରେ ୫୩ କୋଟିରୁ ଅଧିକ ଲୋକ ଟିକା ନେଲେଣି। ପ୍ରତ୍ୟେକ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବା ଆମର ଲକ୍ଷ୍ୟ। ଆୟୁଷ୍ମାନ ଭାରତ ଯୋଜନାରୁ କେହି ବଞ୍ଚିତ ହେବେ ନାହିଁ। ସରକାରୀ ଯୋଜନାରୁ କେହି ବଞ୍ଚିତ ହେବେ ନାହିଁ। ନୂଆ ଜ୍ଞାନ କୌଶଳ ମାଧ୍ୟମରେ ଗାଁରେ କୃଷିର ବିକାଶ ହେଉଛି। ୧୦୦ ଲକ୍ଷ କୋଟିର ଏକ ଯୋଜନା ଆସୁଛି। ଏହି ଯୋଜନାରେ ଯୁବକଙ୍କୁ ଅଧିକ ରୋଜଗାର ମିଳିବ। ଦେଶର ସମସ୍ତ ସୈନିକ ସ୍କୁଲରେ ଝିଅ ପଢିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ସଫଳତା ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଗଷ୍ଟ ୧୪କୁ ‘ ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୁପେ ପାଳିବାକୁ ଆହ୍ଵାନ ଦେଇଛନ୍ତି। ୭୫ ସପ୍ତାହ ଯାଏ ପାଳନ ହେବ ସ୍ୱାଧୀନତାର ଅମୃତ ମହୋତ୍ସବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.