ଫଟୋ ପସନ୍ଦ ଆସୁନି? ତେବେ ଏହି ଷ୍ଟେପ ଫଲୋ କରି ବଦଳାନ୍ତୁ ନିଜ ଆଧାର କାର୍ଡର ଫଟୋ
ଆଧାର କାର୍ଡ ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ପତ୍ର। ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଦ୍ୱାରା ଜାରି କରାଯାଇଛି । ଏହା ବିଶ୍ୱର ସର୍ବବୃହତ ବାୟୋମେଟ୍ରିକ୍ ଆଇଡି ସିଷ୍ଟମ । ଜଣେ ବ୍ୟକ୍ତିର ସ୍ୱତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରି ବାୟୋମେଟ୍ରିକ୍ ଡାଟା ଯେପରିକି ଫିଙ୍ଗର ପ୍ରିଣ୍ଟ ଓ ଆଇରିସ୍ ସ୍କାନ୍ କରେ, ଯାହା ବିଭିନ୍ନ କାମରେ ଅସିଥାଏ । ବର୍ତ୍ତମାନ ଆପଣ ଖୁବ ସହଜରେ ଏଥିରେ ନିଜର ଫଟୋ ବଦଳାଇପାରିବେ।

ଆଧାର କାର୍ଡ ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ପତ୍ର। ଯାହା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଦ୍ୱାରା ଜାରି କରାଯାଇଛି । ଏହା ବିଶ୍ୱର ସର୍ବବୃହତ ବାୟୋମେଟ୍ରିକ୍ ଆଇଡି ସିଷ୍ଟମ । ଜଣେ ବ୍ୟକ୍ତିର ସ୍ୱତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରି ବାୟୋମେଟ୍ରିକ୍ ଡାଟା ଯେପରିକି ଫିଙ୍ଗର ପ୍ରିଣ୍ଟ ଓ ଆଇରିସ୍ ସ୍କାନ୍ ବ୍ୟବହାର କରେ, ଯାହା ବିଭିନ୍ନ କାମରେ ଅସିଥାଏ । ଯେପରିକି ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ମୋବାଇଲ୍ ଫୋନ୍ , ଏବଂ ସରକାରୀ ସବସିଡିର ଲାଭ ଉଠାଇବା ।
ଆପଣ ଆଧାର କାର୍ଡ ରେ ଯେତେବେଳେ ବି ଚାହିଁବେ ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ସହ ବାୟୋମେଟ୍ରିକ୍ସ ଫିଙ୍ଗର ପ୍ରିଣ୍ଟ, ଆଇରିସ୍ ଏବଂ ଫଟୋଗ୍ରାଫ୍ ଅପଡେଟ୍ କରିପାରିବେ । ଅନ୍ୟ ପଟେ ଯଦି ଆଧାର କାର୍ଡ ରେ ଆପଣଙ୍କର ଫଟୋ ପସନ୍ଦ ଆସୁ ନାହିଁ ଏହାକୁ ଆପଣ ବଦଳାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ମଧ୍ୟ ପରିବର୍ତ୍ତନ କରିପାରିବେ । ଆଜି ଆମେ ଏହାକୁ ନେଇ ସହଜ ଷ୍ଟେପ କହିବୁ ।
UIDAI ଅନୁଯାୟୀ ଏଥିପାଇଁ ଆଧାର କାର୍ଡ ଧାରକଙ୍କୁ ତାଙ୍କ ନିକଟସ୍ଥ ଆଧାର ନାମଲେଖା କେନ୍ଦ୍ରକୁ ଯାଇ ଆଧାର କାର୍ଡ ଫଟୋ ଅପଡେଟ୍ କରିବା ପାଇଁ ଫଟୋ ପରିବର୍ତ୍ତନ ଫର୍ମ ମାଗିବାକୁ ପଡିବ । ଆଧାର ନାମଲେଖା କେନ୍ଦ୍ରରେ କର୍ମଚାରୀ ଫଟୋ ବଦଳାଇବା ପାଇଁ ଫି ଭାବରେ ୨୫ ଟଙ୍କା+ ଜିଏସଟି ମାଗିବେ । କହି ରଖୁଛୁ ଯେ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ଥିବା ଆଧାର କାର୍ଡ ଆଜି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲରେ ପରିଣତ ହୋଇଛି । ଏହାର ୱେବସାଇଟରେ UIDAI ଆଧାର କାର୍ଡରେ ଅନ୍ୟାନ୍ୟ ପରିବର୍ତ୍ତନ କିମ୍ବା ଅପଡେଟ୍ କରିବା ପାଇଁ ହେଲେ ଏହି ଷ୍ଟେପ କୁ ଫଲୋ କରନ୍ତୁ:
-ପ୍ରଥମେ ଆପଣଙ୍କୁ UIDAI ୱେବସାଇଟ୍ uidai.gov.in କୁ ଲଗ୍ ଇନ୍ କରିବାକୁ ହେବ ଏବଂ ଆଧାର ନାମଲେଖା ଫର୍ମ ଡାଉନଲୋଡ୍ କରିବାକୁ ପଡିବ
-ଏହି ଫର୍ମ ପୂରଣ କରିବା ପରେ ଏହାକୁ ନିକଟସ୍ଥ ଆଧାର ନାମଲେଖା କେନ୍ଦ୍ରରେ ଦାଖଲ କରିବାକୁ ପଡିବ
-ବର୍ତ୍ତମାନ ଆପଣଙ୍କର ବାୟୋମେଟ୍ରିକ୍ ବିବରଣୀ ଆଧାର ନାମଲେଖା କେନ୍ଦ୍ରରେ ନେବେ
-ପରେ ଆପଣଙ୍କ ଫଟୋ ଉଠାଇବେ
-ବର୍ତ୍ତମାନ ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ୨୫ ଟଙ୍କା + ଜିଏସଟି ଫି ନେଇ ଆପଣଙ୍କ ଆଧାର କାର୍ଡରେ ଫଟୋ ଅପଡେଟ୍ କରିବେ
-ଆଧାର ନାମଲେଖା କେନ୍ଦ୍ରର କର୍ମଚାରୀ ଆପଣଙ୍କୁ URN ସହିତ ଏକ ସ୍ଲିପ୍ ମଧ୍ୟ ଦେବେ
-ଏହି URN ବ୍ୟବହାର କରି ଆପଣ ଆପଣଙ୍କର ଆଧାର କାର୍ଡ ଫଟୋ ବଦଳିଛି କି ନାହିଁ ଯାଞ୍ଚ କରିପାରିବେ
– ଆଧାର କାର୍ଡ ଫଟୋ ଅପଡେଟ୍ ହେବା ପରେ UIDAI ୱେବସାଇଟରୁ ନୂଆ ଫଟୋ ସହିତ ଏକ ଅପଡେଟ୍ ଆଧାର କାର୍ଡ ଡାଉନଲୋଡ୍ କରିପାରିବେ