Below header

ଚାଷୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା

ଚାଷୀଙ୍କ ପାଇଁ ନୂଆ ଯୋଜନା। ସରକାର ଏବେ ଏହି ଯୋଜନାରେ ଚାଷୀଙ୍କୁ ଦେବେ ଏକାଥରେ ୧୫ ଲକ୍ଷ ଟଙ୍କା। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ଯୋଜନା ମଧ୍ୟ ବାହାର କରୁଛନ୍ତି। ଏହାଭିତରୁ ପିଏମ କିସାନ ଏଫପିଓ ଯୋଜନା ଅନ୍ୟତମ।କେମିତି କରିବେ ଆବେଦନ ଜାଣନ୍ତୁ..

କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ ଲଗାତାର ଭାବେ ପ୍ରୟାସ କରୁଛନ୍ତି। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ଯୋଜନା ମଧ୍ୟ ବାହାର କରୁଛନ୍ତି। ଏହାଭିତରୁ ପିଏମ କିସାନ ଏଫପିଓ ଯୋଜନା ଅନ୍ୟତମ। ଏହି ଯୋଜନା ଅନ୍ତର୍ଗତ ସରକାର ସାରା ଦେଶରେ କୃଷକ ଙ୍କ ପାଇଁ ନୂଆ କୃଷି ବ୍ୟବସାୟ ଆରମ୍ଭ କରିବାର ପ୍ଲାନ ଆଣିଛନ୍ତି । ଏଥିରେ ଚାଷୀଙ୍କୁ ୧୫ ଲକ୍ଷ ଟଙ୍କାର ବିତ୍ତୀୟ ବା ଆର୍ଥକ ସହାୟତା ମିଳିବ। ପିଏମ କିସାନ ଏଫପିଓ ସ୍କିମ ସାହାଯ୍ୟରେ କୃଷକଙ୍କୁ ଆତ୍ମନିର୍ଭର ହେବାର ବଡ଼ ସୁଯୋଗ ମିଳିବ। ଏହାସହ ଆର୍ଥିକ ସଂକଟ ମଧ୍ୟ ଦୂର ହେବ।

ଏହି ଯୋଜନାର ଲାଭ ଉଠାଇବାକୁ ଚାଷୀ ମାନଙ୍କୁ ଏକ ସଂଗଠନ ଗଠନ କରିବାକୁ ପଡିବ, ଯେଉଁଥିରେ ଅତି କମରେ ୧୧ ଜଣ ଚାଷୀ ରହିବା ଆବଶ୍ୟକ । ଏହା ମାଧ୍ୟମରେ କୃଷକମାନେ ଚାଷ ସମ୍ବନ୍ଧୀୟ ଉପକରଣ କିମ୍ବା ସାର, ଔଷଧ ଏବଂ ମଞ୍ଜି ଭଳି ଜିନିଷ କିଣିବାକୁ ସକ୍ଷମ ହେବେ। ସୂଚନା ଅନୁଯାୟୀ, ୨୦୨୩-୨୪ ସୁଦ୍ଧା ସରକାର ୧୦ ହଜାର ଏଫପିଓ ଗଠନ କରିବାର ଲକ୍ଷ୍ୟ ରଖିଛନ୍ତି।

କିପରି କରିବେ ଆପ୍ଳାଏ:

– ଏହି ଯୋଜନାର ଲାଭ ଉଠାଇବାକୁ ଚାଷୀ ମାନଙ୍କୁ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ରେ ରେଜିଷ୍ଟ୍ରେସନ କରିବାକୁ ହେବ।
ଏଥିପାଇଁ ସେମାନଙ୍କୁ ଇ- ନାମ ପୋର୍ଟାଲ www.enam.gov.in ପଞ୍ଜିକରଣ କରିବାକୁ ପଡିବ ।

– ଏହା ବ୍ୟତୀତ କୃଷକମାନେ ଇ-ନାମ୍ ମୋବାଇଲ୍ ଆପ୍ ରେ ମଧ୍ୟ ପଞ୍ଜିକରଣ କରିପାରିବେ ।

– ଅଫଲାଇନରେ କରିବାକୁ ଚାହିଁଲେ ଆପଣଙ୍କୁ ଇ-ନାମ ମଣ୍ଡିକୁ ଯାଇ ରେଜିଷ୍ଟ୍ରେସନ କରିବାକୁୂ ହେବ।

ରେଜିଷ୍ଟ୍ରେସନ ପାଇଁ ଏଫପିଓ ପ୍ରବନ୍ଧ ନିର୍ଦ୍ଦେଶକ ଅବା ମୁଖ୍ୟ କୋର୍ଯ୍ୟକାରୀ ଅଧିକାରୀ ଅଥବା ପ୍ରବନ୍ଧକ ଙ୍କ ନାମ, ଠିକଣା, ଇମେଲ ଆଇଡି ଓ କଣ୍ଟାକ୍ଟ ନମ୍ବରକୁ ଦେବାକୁ ହେବ। ଏହାସହ ଜଡ଼ିତ ସମସ୍ତ ଦସ୍ତାବିଜ ଦେବାକୁ ହେବ। ଏହାବ୍ୟତିତ ଏଫପିଓର ମୁଖ୍ୟ ଅଧିକାରୀ ଙ୍କ ବ୍ୟାଙ୍କ ଡିଟେଲ୍ସ ଉପଲବ୍ଧ କରିବାକୁ ହେବ। ଏଥିରେ ବ୍ୟାଙ୍କ ନାମ, ବ୍ରାଞ୍ଚ . ଆକାଉଣ୍ଟ ନମ୍ବର ଓ ଆଇଏଫଏସସି କୋଡ ସାମିଲ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.