ରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ: ନିଜର ଧର୍ମ, ସଂସ୍କୃତିର ସୁରକ୍ଷା ଦାବିରେ ବିଶାଳ ଶୋଭାଯାତ୍ରା

ଭୁବନେଶ୍ୱରରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା । ୩ଟି ସ୍ଥାନରୁ ସେମାନେ ରାଲି କରିଛନ୍ତି । ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବେଶରେ ହଜାର ହଜାର ଜନଜାତି ଲୋକ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଗର୍ଜନ । ଭୁବନେଶ୍ୱରରେ ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା । ୩ଟି ସ୍ଥାନରୁ ସେମାନେ ରାଲି କରିଛନ୍ତି । ଏକାଠି ହେଲେ ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବେଶରେ ହଜାର ହଜାର ଜନଜାତି ଲୋକ । ସହିଦନଗର ଦୁର୍ଗାପୂଜା ମଣ୍ଡପରୁ ଜନତା ମୈଦାନ, ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଜନତା ମୈଦାନ ଓ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରୁ ଜନତା ମୈଦାନ ଯାଏ ଏହି ରାଲି କରାଯାଉଛି । ନିଜର ଧର୍ମ, ସଂସ୍କୃତିର ସୁରକ୍ଷା ଦାବିରେ ସେମାନେ ବିଶାଳ ଶୋଭାଯାତ୍ରା କରିଛନ୍ତି ।

ଏହି ରାଲିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ତେବେ ପାରମ୍ପରିକ ବସ୍ତ୍ର, ପାରମ୍ପରିକ ବାଦ୍ୟ ଯନ୍ତ୍ର ଏବଂ ପାରମ୍ପରିକ ଅସ୍ତ୍ରଶସ୍ତ୍ର ହାତରେ ଧରି ଆସିଛନ୍ତି ଜନଜାତି ସୁରକ୍ଷା ମଞ୍ଚ ଶୋଭାଯାତ୍ରା କରିବା ପାଇଁ । ବିଜେପି କାର୍ଯ୍ୟଳୟ ନିକଟରୁ ବାହାରିଥିବା ଏହି ରାଲି ଆଗକୁ ବଢିଚାଲିଛି । ଲୋକଙ୍କ ନିକଟରେ ନିଜର ଅଧିକାର ଏବଂ ସ୍ୱର ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.