ନକଲି ସାର୍ଟିଫିକେଟରେ ଅସଲି ଚାକିରି ଘଟଣା: ବଲାଙ୍ଗୀରି କୋଚିଂ ସେଣ୍ଟରେ ଚଢ଼ାଉ, ୮ ଅଭିଯୁକ୍ତ ଗିରଫ
ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା I ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଶହ ଶହ ନକଲି ସାର୍ଟିଫିକେଟ ଜବତ ।

ବଲାଙ୍ଗୀରି (କେନ୍ୟୁଜ): ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ। ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଵଲାଙ୍ଗିର କଲେଜ ଛକ ରେ ଥିବା କୋଚିଂ ସେଣ୍ଟରେ ପୋଲିସର ଚଢ଼ାଉ । ଶହ ଶହ ନକଲି ସାର୍ଟିଫିକେଟ ଜବତ । ଏଠି ତିଆରି ହେଉଥିଲା ନକଲି ସାର୍ଟିଫିକେଟ ।
ଗ୍ରାମୀଣ ଡାକ ସେବା ପଦବୀ ଆବେଦନରେ ମାଲମାଲ ଜାଲ ସାର୍ଟିଫିକେଟ । ଡାକ ବିଭାଗର ଯାଞ୍ଚ ବେଳେ ଧରାପଡିଛି ୩୭ରୁ ଅଧିକ ଜାଲ ସାର୍ଟିଫିକେଟ । ପୋଷ୍ଟାଲ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଦେଲେ ଏତଲା ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ । ୟୁପି ରୁ ସାର୍ଟିଫିକେଟ ଇସ୍ୟୁ ହୋଇଥିବା ଜଣାପଡିଛି । ଜାଲ ସାର୍ଟିଫିକେଟ ରାକେଟ କାମ କରୁଥିବା ସନ୍ଦେହ ।