Below header

ଭାରତରେ ହେଲା ଲଞ୍ଚ ହେଲା Poco C31 ସ୍ମାର୍ଟ ଫୋନ୍‌ , କମ୍‌ ଦାମରେ ମିଳିବ ୫୦୦୦ mAh ବ୍ୟାଟେରୀ

ନୂଆଦିଲ୍ଲୀ : Poco C31 ସ୍ମାର୍ଟ ଫୋନ୍‌କୁ କମ୍ପାନୀ ମାତ୍ର ୮,୪୯୯ ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ କରିଛି । ଏହାର ପ୍ରଥମ ବିକ୍ରି ୩ ଅକ୍ଟୋବରରେ ହେବ ବୋଲି କମ୍ପାନୀ କହିଛି । ଏହି ଫୋନ୍‌ ଦୁଇଟି ଭାରିଏଣ୍ଟରେ ଉପଲବ୍ଧ ହେବ । ଏହି ଫୋନରେ ୫୦୦୦ mAh ବ୍ୟାଟେରୀ ଦିଆଯାଇଛି । ଏହି ବ୍ୟାଟେରୀ ୫୪୦ ଘଣ୍ଟା ଯାଏ ଷ୍ଟାଣ୍ଡବାଏ ଦେବ ବୋଲି କମ୍ପାନୀ ଦାବି କରିଛି ।

Poco C31 ସ୍ମାର୍ଟ ଫୋନ୍‌ ସାଡୋ ଗ୍ରେ ଓ ରୟାଲ ବ୍ଲୁ କଲର ରେ ଆସୁଛି । ଏଥିରେ G35 ପ୍ରୋସେସର ର ପ୍ରୟୋଗ କରାଯାଇଛି । Poco C31 ସ୍ମାର୍ଟ ଫୋନ୍‌ ରେ 3GB ର‍୍ୟାମ୍‌ ଓ 32GB ଇଣ୍ଟରନାଲ ଷ୍ଟୋରେଜ ର ମୂଲ୍ୟ ୮,୪୯୯ ଟଙ୍କା ରଖାଯାଇଛି । ଫୋନ୍‌ ଏଣ୍ଡ୍ରଏଡ ୧୧ ଅପରେଟିଂ ସିଷ୍ଟମ ରେ କାମ କରିଥାଏ । Poco C31 ସ୍ମାର୍ଟ ଫୋନ୍‌ ରେ 6.53 ଇଞ୍ଚର ଏଚ୍‌ ଡି + LCD ଡିସ୍‌ପ୍ଲେ ଦିଆଯାଇଛି ।

ଯାହାର ରେଜୋଲୁସନ (720×1,600 ପିକ୍ସେଲ) ରହିଛି । ଫଟୋଗ୍ରାଫ ପାଇଁ ଟ୍ରିପଲ ରିଅର କ୍ୟାମେରା ଦିଆଯାଇଛି । ଯାହାର ପ୍ରାଇମେରୀ କ୍ୟାମେରା ୧୩ ମେଗାପିକ୍ସେଲ ରହିଛି । ଏହାସହ ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଓ ୨ ମେଗାପିକ୍ସେଲର ଡେପ୍‌ଥ ସେନ୍ସର ଦିଆଯାଇଛି । ଏଥିରେ 4G LTE, ଓ୍ଵାଇ ଫାଇ, ବ୍ଲୁ ଟୁଥ ବି ୫, ଜିପିଏସ୍‌ ଓ ୟୁଏସ୍‌ବି ଟାଇପ ସି-ପୋର୍ଟ ଭଳି ଫିଚର୍ସ ଦିଆଯାଇଛି । ଏହାର ମୁକାବିଲା Realme Narzo 30A ସହିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.