ବର୍ଷା ତାଣ୍ଡବ: ଭୂସ୍ଖଳନ ଯୋଗୁ ସିମ୍‌ଲାରେ ଭୁଶୁଡ଼ିଲା ୮ ତାଲା କୋଠା; ଦେଖନ୍ତୁ ଭିଡିଓ

ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଖାସ୍‌ କରି ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ଏକାଧିକ ବହୁତଳ ପ୍ରାସାଦ ମାଟିରେ ମିଶିଯାଇଛି। ଫଳରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଗୁରୁବାର ଦିନ ସିମ୍‌ଲାରେ ଘଟିଛି।

ହିମାଚଳ ପ୍ରଦେଶର ରାଜଧାନୀ ସିମ୍‌ଲାରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ଏକ ବହୁ ତଳ କୋଠା ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ିବା ଯୋଗୁ ନିକଟରେ ଥିବା ଛୋଟ ଛୋଟ ଘର ମଧ୍ୟ ଭାଙ୍ଗିଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଦେଖନ୍ତୁ ଭିଡିଓ:


ହିମାଚଳ ପ୍ରଦେଶର ପ୍ରାକୃତିକ ବିପର୍ଯ୍ୟୟ ନିରାକରଣର ନିର୍ଦ୍ଦେଶକ ସୁଦେଶ କୁମାର ମୋଖତା କହିଛନ୍ତି, ନିକଟରେ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନରେ ସିମ୍‌ଲାରେ ହାଲି ପ୍ୟାଲେସ୍‌ ପାଖରେ ଥିବା ଏକ ୮ ତାଲା କୋଠା ଗୁରୁବାର ଅପରାହ୍ନରେ ଭୁଶୁଡ଼ିପଡ଼ିଛି। ଏହି କୋଠା ଭାଙ୍ଗି ନିକଟରେ ଥିବା ଅନ୍ୟ ଦୁଇଟି କୋଠା ଉପରେ ପଡ଼ିଥିଲା। ଫଳରେ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ମୋଖତା କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋଠାରେ ରହୁଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.