ଅସଲି ଆଧାର କାର୍ଡ ସମ୍ପର୍କରେ ଜାଣିବା ପାଇଁ ଫଲୋ କରନ୍ତୁ ଏହି ସହଜ ଷ୍ଟେପ, UIDAI ଦେଲା ସୂଚନା

୨୦୦୯ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ଦେଶରେ ଆଧାର କାର୍ଡ଼ ଯୋଜନା ଆରମ୍ଭ କରିଥିଲେ। ସେବେଠାରୁ ଆଧାର କାର୍ଡ଼ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆଜିକାଲି ସମସ୍ତ ନାଗରିକଙ୍କ ବାୟୋମେଟ୍ରିକ ସୂଚନାକୁ ରେକର୍ଡ କରୁଥିବା ଆଧାର କାର୍ଡ ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ ଦଲିଲ। ଟ୍ରେନରେ ଯାତ୍ରା କରିବା ଠାରୁ ଆରମ୍ଭ କରି ପିଲାଙ୍କ ସ୍କୁଲ ଆଡମିଶନ ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସେୟାର ମାର୍କେଟରେ ନିବେଶ କରିବା ପର୍ଯ୍ୟନ୍ତ ଆଧାର କାର୍ଡ଼ ସବୁଆଡେ ଆବଶ୍ୟକ। ଏପରି କାର୍ଡ଼ ବିନା ଆମର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବ।

ଆଧାରର ବଢୁଥିବା ଉପଯୋଗିତା ସହିତ ଏହା ସହ ଜଡିତ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। । ଏଭଳି ପରିସ୍ଥିତିରେ ଆଧାର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଅଧୀନରେ ଆଧାର କାର୍ଡ ପ୍ରଦାନକାରୀ ସଂସ୍ଥା UIDAI କାର୍ଯ୍ୟ କରିଥାଏ।

ମିଳିତ ଭାବେ MeitY UIDAI ନକଲି ଆଧାର କାର୍ଡ଼ ଯାଞ୍ଚ କରିବାର ଏକ ସହଜ ଉପାୟ ପ୍ରଦାନ କରିବାକୁ ଯାଉଛି। । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ ସେୟାର କରି ଚେତାବନୀ ଦେଇଛି। UIDAI କହିଛି ଯେ ପ୍ରତ୍ୟେକ ୧୨ ଅଙ୍କ ବିଶିଷ୍ଟ ଅଙ୍କ ଆଧାର କାର୍ଡ ନମ୍ବର ନୁହେଁ। ଏଭଳି ପରିସ୍ଥିତିରେ ନାଗରିକମାନେ ଏପରି ନକଲି ଆଧାର ନମ୍ବରରୁ ସତର୍କ ରହିବା ଆବଶ୍ୟକ।

uidai
pc: mint

ଏହା ସହିତ UIDAI ଏହା ମଧ୍ୟ କହିଛି ଯେ କ୍ରସ୍ ଯାଞ୍ଚ ବିନା ଆଧାର କାର୍ଡ ଗ୍ରହଣ କରିବା ଉଚିତ୍ ନୁହେଁ ।

ଯଦି ଆପଣ ଅସଲି ଏବଂ ନକଲି ଆଧାର କାର୍ଡ ଚିହ୍ନଟ କରିବାକୁ ଚାହାଁନ୍ତି, ତେବେ ଆପଣ କିଛି ସହଜ ଷ୍ଟେପ କୁ ଫଲୋ କରନ୍ତୁ: 

-ପ୍ରଥମେ ଆପଣ UIDAI ର ଅଫିସିଆଲ େଓ୍ଵବ ସାଇଟ uidai.gov.in କୁ ଯାଆନ୍ତୁ।

-ପରେ My Adhaar ଅପସନକୁ ଚୁଜ କରନ୍ତୁ ।

-ଏହାପରେ ଆପଣଙ୍କ ସାମ୍ନାରେ ଆଧାର ସହ ଜଡ଼ିତ ସର୍ଭିସେସ୍‌ ଲିଷ୍ଟ ଓପନ ହେବ।

-ପରେ ଦିଆଯାଇଥିବା Verify an aadhaar number ଉପେର କ୍ଲିକ କରନ୍ତୁ।

-ପରେ ନିଜର ୧୨ ଅଙ୍କର ଆଧାର ନମ୍ବର ଉପରେ କ୍ଲିକ କରନ୍ତୁ।

-ଆସିଥିବା Captcha ଏବେ ଏଣ୍ଟର କରାନ୍ତୁ।

-ଯଦି ଆପଣ ମୋବାଇଲ ନମ୍ବରକୁ ଏଣ୍ଟର କରିବେ ତେବେ ନେକ୍ସଟ ପେଜକୁ ଡାଇଭର୍ଟ କରିଦିଆଯିବ।

-ଏହାପରେ ଆପଣଙ୍କ ଆଧାର ନମ୍ବର, ବୟସ , ଜେଣ୍ଡର ଏବଂ ଷ୍ଟେଟ ସମ୍ପର୍କରେ ସୂଚନା ଥିଲେ ଜାଣିବେ ଏହା ଅସଲି ନଚେତ୍‌ ଜାଣିବେ ବ୍ୟବହାର ହୋଇଥିବା କାର୍ଡ ହେଉଛି ନକଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.