ହାର୍ଟ ରେଟ୍ ସେନ୍ସର ସହିତ ଆସୁଛି ନୂଆ ଫୋନ୍ Realme 9 Pro+! ମିଳିବ ୫୦ ମେଗାପିକ୍ସଲ କ୍ୟାମେରା ଓ 6GB ର‍୍ୟାମ୍; ଜାଣନ୍ତୁ ଅନ୍ୟାନ୍ୟ ଫିଚର

Realme 9 Pro+ ହାର୍ଟ ରେଟ୍ ସେନ୍ସର ସହିତ ଆସୁଥିବା କମ୍ପାନୀର ପ୍ରଥମ ସ୍ମାର୍ଟଫୋନ୍ ହେବ। ରିୟଲ୍‌ମି ଇଣ୍ଡିଆର ସିଇଓ ମାଧବ ଶେଠ ଟ୍ୱିଟରରେ ଘୋଷଣା କରିଛନ୍ତି କି, ଆଗାମୀ Realme 9 Pro ସିରିଜ୍ ଫୋନର ସ୍କ୍ରିନରେ ଅପ୍ଟିକାଲ୍ ସେନ୍ସର ମିଳିବ, ଯାହା ହାର୍ଟ ରେଟ୍ ପ୍ୟାଟର୍ନକୁ ମାପିବ। ମାଧବ ଟ୍ୱିଟରରେ ସର୍ଟ କ୍ଲିପ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏହା ଖୁଲାସା ହୋଇଛି ଯେ ଫୋନରେ ହାର୍ଟ ରେଟ୍ ରିଡିଙ୍ଗ୍ ସପୋର୍ଟ ମିଳିବ। ଏହା ରିୟଲ୍‌ମି ଲିଙ୍କ ଆପର ହେଲ୍‌ଥ ସେକ୍ସନରେ ମିଳିବ। ସ୍ମାର୍ଟଫୋନରେ ହାର୍ଟ ରେଟ୍ ସେନ୍ସର ରହିବା କୌଣସି ନୂଆ ଟେକ୍ନୋଲୋଜି ନୁହେଁ। ସାମସଙ୍ଗ ନିଜର ଫ୍ଲାଗସିପ୍ ଫୋନରେ ଅନେକ ବର୍ଷ ପୂର୍ବେ ହିଁ ହାର୍ଟ ରେଟ୍ ସେନ୍ସର ଦେଇଥିଲା। ଏହାର ଶେଷ ଫୋନ ହେଉଛି ସାମସଙ୍ଗ ଗାଲାକ୍ସି S10 ସିରିଜ୍।

ସାମସଙ୍ଗ ହାର୍ଟ ରେଟ୍ ସେନ୍ସର ଏବଂ SpO2କୁ ନିଜର ଗାଲାକ୍ସି S20 ସିରିଜ୍ ଫ୍ଲାଗସିପ୍ ଫୋନରୁ ହଟାଇ ଦେଇଥିଲା। ବର୍ତ୍ତମାନ SmartWatts ଏବଂ ଫିଟନେସ୍ ବ୍ୟାଣ୍ଡ ଆସିବା କାରଣରୁ ଫୋନରେ ସେନ୍ସର ନ ଦିଆଯିବା ଏକ ସାଧାରଣ କଥା ହୋଇ ଗଲାଣି। Realme 9 Pro+ ଭାଲ୍ୟୁ ଫ୍ଲାଗସିପ୍ ଫୋନ୍ ହେବ। ଏହା ନୂଆ ଡିଭାଇସର ନୂଆ କାଟାଗୋରୀ ଫୋନ, ଯାହାକି ଫ୍ଲାଗସିପ୍ ଭଳି ଫିଚର ସହିତ ଆସିବ। କିନ୍ତୁ ଏହାକୁ କମ୍ ମୂଲ୍ୟରେ ବଜାରକୁ ଅଣାଯିବ। ରିୟଲ୍‌ମି ପୂର୍ବରୁ ହିଁ ଏହା କଥାର ଖୁଲାସା କରି ଦେଇଥିଲା ଯେ Realme 9 Pro+ ମିଡିଆଟେକ୍ ଡାୟମେନସିଟି 920 ପ୍ରୋସେସର୍ ଏବଂ ଏକ ଫ୍ଲାଗସିପ୍ ସୋନି ସେନ୍ସର ସହିତ ଆସିବ। ଏହାର ରିୟରରେ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ (OIS) ରହିବ।

ମିଳିବ ୫୦ ମେଗାପିକ୍ସଲ କ୍ୟାମେରା

ବର୍ତ୍ତମାନ ଫୋନକୁ ନେଇ ଅଧିକ ସୂଚନା ଆସିନାହିଁ, କିନ୍ତୁ ଏହାକୁ ନେଇ ଅନେକ ରିପୋର୍ଟ ଆସି ସାରିଛି। ଏହା ମୁତାବକ, Realme 9 Pro+ରେ ଫୁଲ୍ AMOLED ଡିସପ୍ଲେ ଦିଆଯିବ, ଯାହାକି ହାଇ ରିଫ୍ରେଶ ରେଟ୍ ସହିତ ଆସିବ। ଜଣାପଡ଼ିଛି ଯେ ଏଥିରେ ୫୦ ମେଗାପିକ୍ସଲର ରିୟର କ୍ୟାମେରା ରହିଛି ଏବଂ ସେଲ୍‌ଫି ପାଇଁ ଏହାର ଡିସପ୍ଲେରେ ପଞ୍ଚ୍ ହୋଲ ମିଳିବ।

ଏହା ବ୍ୟତୀତ Realme 9 Pro ସିରିଜର ମୂଲ୍ୟ ବି ଲିକ୍ ହୋଇ ଯାଇଛି। ଏକ ଖବର ମୁତାବକ, Realme 9 Proର ପ୍ରାରମ୍ଭିକ ମୂଲ୍ୟ ୧୬,୯୯୯ ଟଙ୍କା ହେବ ଏବଂ Realme 9 Pro+ର ପ୍ରାରମ୍ଭିକ ମୂଲ୍ୟ ୨୦,୯୯୯ ଟଙ୍କା ହୋଇପାରେ। Realme 9 Proର ବେସ୍ ଭାରିଆଣ୍ଟ 4GB ର‍୍ୟାମ୍ ଓ 128GB ଷ୍ଟୋରେଜ୍ ଏବଂ Realme 9 Pro+ର ବେସ୍ ଭାରିଆଣ୍ଟ 6GB ର‍୍ୟାମ୍ ସହିତ ଆସିବ। ତେବେ କମ୍ପାନୀ ତରଫରୁ ଏହାର ଲଞ୍ଚିଂ ଡେଟ୍ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଟିପ୍‌ଷ୍ଟର କହିଛନ୍ତି କି, ୟୁରୋପିଆନ ଲଞ୍ଚିଂ ଫେବୃଆରୀ ୧୫ରେ ରହିଛି। ସେପଟେ ଲିକ୍ ହୋଇଥିବା ରିପୋର୍ଟ ମୁତାବକ, ଭାରତରେ ଏହାର ଲଞ୍ଚିଂ ୧୬ ଫେବୃଆରୀରେ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.