Below header

କମ ମୂଲ୍ୟରେ Realme ଆଣିଲା ପ୍ରଥମ ଫିଟ୍‌ନେସ୍‌ ବ୍ୟାଣ୍ଡ

ରିୟଲମି ନିଜର ପ୍ରଥମ ଫିଟନେସ୍‌ ବ୍ୟାଣ୍ଡ ଭାରତରେ ଳଞ୍ଚ କରିଛି। ଏହି ବ୍ୟାଣ୍ଡର ମୂଲ୍ୟ କମ୍ପାନୀ ୧,୪୯୯ଟଙ୍କା ରଖିଛି। ଏହି ଫିଟ୍‌ନେସ୍‌ ବ୍ୟାଣ୍ଡରେ 2.4cm ସାଇଜର କଲର୍‌ ସ୍କ୍ରିନ୍‌ ଲାଗିଛି, ଯାହା ୬୫,୦୦୦ କଲର୍ସକୁ ସପୋର୍ଟ କରିଥାଏ। ରିୟଲମି ବ୍ୟାଣ୍ଡରେ ରିୟଲ-ଟାଇମ ହାର୍ଟ ରେଟ ମନିଟରିଂଗ, ୯ସ୍ପୋର୍ଟସ ମୋଡ, ସ୍ମାର୍ଟ ନୋଟିଫିକେସଂସ ଏବଂ ୫ଟି ପର୍ସନଲାଇଜ୍ଡ ଡାଏଲ୍‌ ଫେସ ଭଳି ଫିଚର୍ସ ରହିଛି। ଅର୍ଥାତ ଏହି ଫିଟନେସ୍‌ ବ୍ୟାଣ୍ଡ ଭାରତୀୟ ବଜାରରେ Mi Band 4 ଏବଂ Honor Band 5 କୁ କଡା ଟକ୍କର ଦେବ।

smart-bandଏହି ଫିଟନେସ୍‌ ବ୍ୟାଣ୍ଡ ଭାରତୀୟ ୟୁଜର୍ସ ପାଇଁ ଡେଡିକେଟେଡ କ୍ରିକେଟ ମୋଡ ଦିଆଯାଇଛି। ରିୟଲମି ବ୍ୟାଣ୍ଡରେ ରନିଂ, ସାଇକେଲିଂ, ଯୋଗ ଏବଂ ଓ୍ଵାକ ଫିଟନେସ୍‌ ସମେତ ସମୁଦାୟ ୯ଟି ସ୍ପୋର୍ଟସ୍‌ ମୋଡ୍‌ ମଜବୁତ୍‌ ରହିଛି। କମ୍ପାନୀ କହିବାନୁଯାୟୀ ଏହି ବ୍ୟାଣ୍ଡ ୨୪/୭ ହେଲ୍ଥ ଆସିଷ୍ଟାଣ୍ଟ ଭଳି କାମ କରିଥାଏ। ଏଥିସହ କେବଳ ୟୁଜର୍ସଙ୍କ ସ୍ଲୀପ କ୍ୱାଲିଟୀକୁ ମଧ୍ୟ ଟ୍ରାକ୍‌ କରିନଥାଏ ବରଂ ଓ୍ଵାଟର ରିମାଇଣ୍ଡର୍ସକୁ ମଧ୍ୟ ଦର୍ଶାଇଥାଏ।

realme_band_Realme link ଆପ୍‌ର ବ୍ୟବହାର କରିବା ପାଇଁ ରିୟଲମି ବ୍ୟାଣ୍ଡକୁ ଆଣ୍ଡ୍ରୋଏଡ୍‌ ସ୍ମାର୍ଟଫୋନ ସହ କନେକ୍ଟ କରାଯାଇଥାଏ। ରିୟଲମି ବ୍ୟାଣ୍ଡ IP68 ରେଟିଂ ସହ ଆସୁଛି। ଏହାର ଅର୍ଥ ହେଉଛି ବ୍ୟାଣ୍ଡ ଧୂଳି ଏବଂ ପାଣିରୁ ପ୍ରୋଟେକ୍ଟେଡ କରିଥାଏ। କମ୍ପାନୀ କହିବାନୁଯାୟୀ, ଏହି ବ୍ୟାଣ୍ଡର ବ୍ୟାଟେରୀ ୬ ରୁ ୯ ଦିନ ପର୍ଯ୍ୟନ୍ତ ଚାର୍ଜ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.