7 ହଜାର ଟଙ୍କାରୁ କମ ଦାମରେ ବଜାର ପ୍ରବେଶ କଲା Realme C11 (2021), ରହିଛି ଦମଦାର ଫିଚର୍ସ

ପପୁଲାର ସ୍ମାର୍ଟଫୋନ କମ୍ପାନି ଜିଓମି ନିଜ ଗ୍ରାହକଙ୍କ ପାଇଁ ଏକ ଜବରଦସ୍ତ ଫୋନ ଲଞ୍ଚ କରିଛି । ଭାରତୀୟ ବଜାରରେ ନିଜରୁ ସବୁଠୁ ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀ ପକ୍ଷରୁ Realme C11 (2021) ଲଞ୍ଚ ହୋଇଛି । ଯାହାର ଦାମ 7 ହଜାର ଟଙ୍କା ରୁ ମଧ୍ୟ କମ ରହିଛି ।

ଫିଚର୍ସ:

Realme C11  ଫୋନ ୨ଟି ରଙ୍ଗରେ ଯଥା କୁଲ ବ୍ଲୁ ଏବଂ କୁଲ ଗ୍ରେରେ ବଜାର ପ୍ରବେଶ କରିବ । ଏହାର ସେଲଫି କ୍ୟାମେରାରେ ୱାଟରଡ୍ରପ ଟଚ ଦିଆଯାଇଛି । ବ୍ୟାକସାଇଡରେ ବର୍ଗାକାର ସେପ ଦିଆଯିବା ସହ ଫୋନରେ 6.5 ଇଞ୍ଚର IPS LCD ମଧ୍ୟ ରହିଛି । ଏହା HD + ରିଜଲ୍ୟୁସନ (720×1600) ସହ ଉପଲବ୍ଧି ହେବ । ଏହି ଫୋନରେ UNISOC SC9863A ପ୍ରୋସେସର ଦିଆଯାଇଛି । 5,000mAh ର ବ୍ୟାଟେରୀ ସପୋର୍ଟ ରହିଛି ।

ଦାମ:

ରିୟଲମିର ଏହି ଫୋନ ଗୋଟିଏ ଭାରିଏଣ୍ଟରେ ଆସିଥାଏ । ଏଥିରେ 2 ଜିବି ର‌୍ୟାମ ସହ 32 ଜିବିର ଷ୍ଟୋରେଜ ସିଷ୍ଟମ ରହିଛି । ଫୋନର ଦାମ 6,999 ଟଙ୍କା ରହିଛି । ଅଫରକୁ ଦେଖିଲେ ଏହି ଦାମ ହ୍ରାସ ପାଇ 6,799 ଟଙ୍କା ରହିବ । ଏହାର ବିକ୍ରି ଅନଲାଇନ ୱେବସାଇଟ ଆମାଜନରେ ହେବା ସହ ଅଫିସିଆଲ ସାଇଟ realme.com ଏବଂ ଅଫଲାଇନରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.