ଭାରତରେ ଲଞ୍ଚ ହେଲା Realme C 11(2021), ୭ ହଜାରରୁ ବି କମ ଟଙ୍କାରେ ମିଳିବ ଦମଦାର ଫୋନ

ରିଅଲମି ଇଣ୍ଡିଆ ଅଫିସିଆଲ ଭାବରେ Realme C 11(2021) ଭାରତରେ ଲଞ୍ଚ କରିଛି । ଏହା ପୂର୍ବରୁ ମେ ମାସରେ ରୁଷ ଓ ଫିଲିପାଇନ୍ସରେ ଏହାକୁ ଲଞ୍ଚ କରାଯାଇଥିଲା । କହିରଖିବା ଉଚିତ ହେବକି, Realme C 11(2021) ହେଉଛି ଗତ ବର୍ଷ ଲଞ୍ଚ ହୋଇଥିବା Realme C 11ର ଅପଗ୍ରେଡ଼େଡ଼ ଭର୍ସନ । ଏହା ହେଉଛି Realmeର ପ୍ରଥମ ଫୋନ ଯେଉଁଥିରେ ମିଡିୟାଟେକ ଓ କ୍ଵାଲକମ ବଦଳରେ Unisoc ପ୍ରୋସେସର ଦିଆଯାଇଛି । ଏହି ସେଟର ଡ଼ିଜାଇନ Realme C 20 ସହ ସମାନ ଅଛି | ଏହି ଫୋନ କୁଲ ବ୍ଲୁ ଓ କୁଲ ଗ୍ରେ ଦୁଇଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ । ଏହାର ବଜାର ମୂଲ୍ୟ ୬,୯୯୯ ଟଙ୍କା ରଖାଯାଇଛି ।

Realme C11 2021 Unboxing | Hands-On, Design, Unbox, Set Up new, Camera Test  - YouTube

Realme C 11(2021) ଆଣ୍ଡ୍ରଏଡ଼ 11 ଆଧାରିତ । ଏହା ବ୍ୟତୀତ ଏଥିରେ ୬.୫ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ଦିଆଯାଇଛି | ଯାହାର ରିଜୋଲୁସନ 720 x 1600 ପିକସଲ ରହିବ । ଡିଷ୍ପ୍ଲେର ରିଫ୍ରେସ ରେଟ 60Hz ରଖାଯାଇଛି | ଫୋନରେ Unisoc SC 9863 ପ୍ରୋସେସର ଉପଲବ୍ଧ ଅଛି ।ଯାହା ବ୍ୟତୀତ 2 ଜିବି ରାମ ଓ 32 ଜିବି ଷ୍ଟୋରେଜ ସୁବିଧା ରହିଛି । ଯାହାକୁ ପରେ ମେମୋରି କାର୍ଡ଼ ସାହାଯ୍ୟରେ ବଢ଼ାଯାଇପାରିବ । ଏହି ଫୋନର କ୍ୟାମେରା ସେଟଅପ ବିଲକୁଲ Realme C 20 ପରି ।

Realme C 11(2021)ରେ 8 ମେଗାପିକସଲର ସିଙ୍ଗଲ ରିୟର କ୍ୟାମେରା ଥିବା ବେଳେ ସେଲ୍ଫି ପାଇଁ ୫ ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ରହିଛି । ଫୋନରେ 5000mAh ବ୍ୟାଟେରୀ ସୁବିଧା ଥିବା ବେଳେ ୪୮ ଘଣ୍ଟାର ସ୍ୟାଣ୍ଡବାୟ ଥିବା ନେଇ ଦାବି କରାଯାଉଛି । ଏହା ସହ 10W ଚାରଜିଙ୍ଗ ସପୋର୍ଟ ରହିଛି । କଣେକ୍ଟିଭିଟି ପାଇଁ GPS, ମାଇକ୍ରୋ ୟୁଏସବି ପୋର୍ଟ, USB OTG, 4G, bluetooth, wifi ସପୋର୍ଟ ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.