Realmeର ପ୍ରଥମ କ୍ବାଡ୍‌ କ୍ୟାମେରା ସ୍ମାର୍ଟଫୋନ୍ realme 5 ଓ realme 5 pro, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

Realmeର ପ୍ରଥମ କ୍ବାଡ୍‌ କ୍ୟାମେରା ସ୍ମାର୍ଟଫୋନ୍ realme 5 ଓ realme 5 proର ଶୁଭାରମ୍ଭ। ଉଭୟ ଫୋନରେ ୱାଇଡ୍ ଆଙ୍ଗେଲ୍ ଲେନ୍ସ, ମେନ୍ କ୍ୟାମେରା, ପୋଟ୍ରେଟ୍ ଲେନ୍ସ ଓ ଅଲ୍ଟ୍ରା ମାକ୍ରୋ ଲେନ୍ସ ସହିତ କ୍ବାଡ୍ କ୍ୟାମେରା ସେଟ୍‌ଅପ୍ ରହିଛି। ଆସନ୍ତାକାଲି realme 5ର ବିକ୍ରି ଆରମ୍ଭ ହେବାକୁଥିବାବେଳେ ଆସନ୍ତା ମାସ ୪ତାରିଖରେ realme 5 proର ବିକ୍ରି ଆରମ୍ଭ ହେବ ।

realme 5 ଦୁଇଟି କଲରରେ ଆସିବ । ଗୋଟେ ହେଉଛି କ୍ରିଷ୍ଟାଲ ବ୍ଲୁ ଏବଂ କ୍ରିଷ୍ଟାଲ ପର୍ପଲ । realme 5 pro କ୍ରିଷ୍ଟାଲ୍ ଗ୍ରିନ୍ ଏବଂ ସ୍ପାର୍କଲ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ। ତେବେ realme 5ରେ ୬୬୫ ସ୍ନାପ୍‌ଡ୍ରାଗନ ଏଆଇଇ ପ୍ରୋସେସର୍ ଏବଂ realme 5 proରେ ସ୍ନାପ୍‌ଡ୍ରାଗନ ୭୧୨ ଏଆଇଇ ପ୍ରୋସେସର ରହିଛି।

ଏହାସହ ପଢନ୍ତୁ :

Xiaomiର ୩୨ ମେଗାଫିକ୍ସେଲ୍ ଫ୍ରଣ୍ଟ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନର ଆଜି ଭାରତରେ ଆରମ୍ଭ ହେଉଛି ବିକ୍ରି, ମୂଲ୍ୟ…

ଅପରପକ୍ଷେ ଏହା ଗ୍ରାହକଙ୍କୁ ସୁହାଇବା ଭଳି ଦାମରେ ନିଜର ବ୍ଯବସାୟ ଆରମ୍ଭ କରିବାକୁ ଯାଉଛି । ସୂଚନା ଅନୁଯାୟୀ realme 5 ର ମୂଲ୍ୟ  11,999 ଟଙ୍କାରୁ ଆରମ୍ଭ ହୋଇଥିବାବେଳେ realme 5 pro ର ମୂଲ୍ୟ 16,999 ଟଙ୍କାରୁ ଆରମ୍ଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.