ବିନା ଖର୍ଚ୍ଚରେ ମହିଳା ଏମିତି ପ୍ରସ୍ତୁତ କରୁଛନ୍ତି ଖାଦ୍ୟ, ବ୍ୟବହାର କରୁନାହାନ୍ତି ଗ୍ୟାସ୍ ଚୁଲ୍ଲି, ଜାଣନ୍ତୁ କିପରି?

ପୁଡୁଚେରୀରେ ରହୁଥିବା ଆରତି ମହାନ୍ତି ନାମ୍ନୀ ମହିଳା ଏଭଳି କାମ କରି ଦେଖାଇଛନ୍ତି, ଯେଉଁଥିପାଇଁ ତାଙ୍କୁ ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ। କାହିଁକି ବା ହେବନି, ସେ ନିଜ ବୁଦ୍ଧି ଖଟାଇ ସମସ୍ତଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ସାଜିଛନ୍ତି। କଥାଟି ହେଲା, ଆରତି ଗ୍ୟାସ୍ ଚୁଲ୍ଲି ବ୍ୟବହାର ନ କରି ସୋଲାର କୁକର ସାହାଯ୍ୟରେ ଗତ ଏକ ବର୍ଷ ହେବ ଖାଦ୍ୟ ପ୍ରସ୍ତୁତ କରିଆସୁଛନ୍ତି। କେବଳ ସେତିକି ନୁହେଁ, ସୋଲାର ଇନଷ୍ଟାଲେଶନ ମାଧ୍ୟମରେ ବିଜୁଳି ମଧ୍ୟ ବାହାର କରୁଛନ୍ତି, ଯାହାକି ଘର କାମ ପାଇଁ ବ୍ୟବହାର ହେଉଛି। ଯେତିକି ବିଜୁଳି ବ୍ୟବହାର କରାଯାଉନି, ତାହାକୁ ପୁଣି ଗ୍ରୀଡକୁ ପଠାଇ ଦିଆଯାଉଛି।
ଏହାସହ ପଢନ୍ତୁ: ଅଜବ ନିଶା: ଏହି ମହିଳାଙ୍କ ଇସାରାରେ ଷ୍ଟାର୍ଟ ହେବ କାର୍, ଶରୀରରେ ରୋପଣ କଲେ ଚାବି
ଏ ସମ୍ପର୍କରେ ଆରତି କୁହନ୍ତି, ଆମେ ପାଖାପାଖି ଏକ ବର୍ଷ ହେବ ସନ୍ ଓ୍ଵିଙ୍ଗସ୍ ସୋଲାର କୁକର ବ୍ୟବହାର କରିଆସୁଛୁ। ପ୍ରତିଦିନ ଏଥିରେ ଖାଦ୍ୟ ରାନ୍ଧୁଛୁ। ଏହି କୁକରରେ ଖାଦ୍ୟ ପ୍ରାୟ ଦେଢ଼ ଘଣ୍ଟା ଭିତରେ ପ୍ରସ୍ତୁତ ହୋଇଯାଉଛି। ଏମିତି କରି ଆରତି ଉଭୟ ପଇସା ଏବଂ ବିଜୁଳିକୁ ସଞ୍ଚୟ କରିପାରୁଛନ୍ତି। ଆରତି କରିଥିବା ଏହି ଟୁଇଟ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର ଲେଖିଛନ୍ତି, ‘ବଢ଼ିଆ, ଏହା ପ୍ରେରଣାଦାୟକ ଅଟେ’। ସେହିପରି ଆଉ ଜଣେ ୟୁଜର ଲେଖିଥିଲେ, ‘ଏମିତି ହିଁ ଅନେକ ଜିନିଷ ସାମ୍ନାକୁ ଆସିବ’।