Redmi Note 11S: ହାତଛଡା କରନ୍ତୁନି ଏମିତି ସୁଯୋଗ, ଆକର୍ଷଣୀୟ ଫିଚର୍ ସହିତ ଫୋନର କ୍ୟାମେରା ରହିଛି ୧୦୮ ମେଗାପିସ୍କେଲ

ବର୍ତ୍ତମାନ ଯିଏ ବି ଫୋନ୍ କିଣିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ ପ୍ରଥମେ ଭାବିଥାନ୍ତି ଫୋନର କ୍ୟାମେରା ଓ ବ୍ୟାଟେରୀ ବିଷୟରେ। ଯଦି ଏହାର କ୍ୟାମେରା କ୍ୱାଲିଟି ଭଲ ଥାଏ ଓ ଚାର୍ଜ ଅଧିକ ସମୟ ପର୍ଯ୍ୟନ୍ତ ରଖିଥାଏ ତେବେ ସେହି ଫୋନ୍ କିଣିଦିଅନ୍ତି। ତେବେ ଭଲ କ୍ୟାମେରା ଥିବା ଫୋନ୍ କିଣିବାକୁ ଚାହୁଥିବା ଉପଭୋକ୍ତାମାନେ ଏବେ ୧୦୮ ମେଗାପିକ୍ସେଲ ଥିବା କ୍ୟାମେରା ଫୋନ କିଣିପାରିବେ, ସେ ପୁଣି କମ୍ ବଜେଟରେ।

ରେଡମି ନୋଟ୍ 11S କୁ ସାଓମି ଗତ ସପ୍ତାହରେ ଲଞ୍ଚ କରିଥିଲା। ତେବେ ରେଡମି ନୋଟ୍ 11S କୁ ଆଜି ଅର୍ଥାତ ୨୧ ଫେବୃୟାରୀରେ ପ୍ରଥମଥର ପାଇଁ ବିକ୍ରି କରାଯିବ।
ଫୋନର ଭଲ ଫିଚର୍ ରହିଛି।

ଫୋନରେ ଏକ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସେନସର ଅଛି । ଏହା ସହିତ ଡୁଆଲ୍ ଷ୍ଟେରିଓ ସ୍ପିକର ମଧ୍ୟ ଏହି ଫୋନରେ ଉପଲବ୍ଧ । ଏହାର 90Hz AMOLED ଡିସପ୍ଲେ ରହିଛି। ଏହା ବ୍ୟତୀତ ଚାରୋଟି ରିୟର କ୍ୟାମେରା ଅଛି ଯେଉଁଥିରେ ପ୍ରାଇମେରୀ ଲେନ୍ସ ୧୦୮ ମେଗାପିକ୍ସେଲ ଥିବା ବେଳେ ଏହି ଫୋନରେ ମିଡିଆଟେକ ହେଲିଓ G96 ପ୍ରୋସେସର ରହିଛି।

Redmi
Picture Credit – 91mobiles

ରେଡମି ନୋଟ୍ 11S ର 6 GB RAM ଏବଂ 64 GB ଷ୍ଟୋରେଜ୍ ଥିବା ଫୋନର ମୂଲ୍ୟ ୧୬,୪୯୯ ଟଙ୍କା ଥିବାବେଳେ 6 GB RAM ଏବଂ 128 GB ଷ୍ଟୋରେଜ୍ ମୂଲ୍ୟ ଥିବା ଫୋନର ମୂଲ୍ୟ ୧୭,୪୯୯ ଟଙ୍କା ଏବଂ 8 GB RAM ସହିତ 128 GB ଷ୍ଟୋରେଜ୍ ଥିବା ଫୋନର ମୂଲ୍ୟ ୧୮,୪୮୯ ଟଙ୍କା ରହିଛି। ଏହାର କଲର ବିଷୟରେ କହିବାକୁ ଗଲେ ରେଡମି ନୋଟ୍ 11S, ହୋରିଜନ୍ ବ୍ଲୁ, ପୋଲାର ହ୍ଵାଇଟ୍ ଏବଂ ସ୍ପେସ୍ ବ୍ଲାକ୍ ରଙ୍ଗରେ ମାର୍କେଟରେ ଉପଲବ୍ଧ। ଆଜି ମଧ୍ୟାହ୍ନ ୧୨ ରୁ ହିଁ ଫୋନର ସେଲ ଆମାଜନରେ ଆରମ୍ଭ ହୋଇସାରିଛି ।

ଫୋନ କିଣି ବ୍ୟାଙ୍କ ଅଫ୍ ବରୋଦା କାର୍ଡ ବ୍ୟବହାର କରି ପେମେଣ୍ଟ କରିବା ଉପରେ ଆପଣଙ୍କୁ ପ୍ରାୟ ଏକହଜାର ଟଙ୍କାର ରିହାତି ମିଳିବ ଅର୍ଥାତ ଆପଣ କ୍ୟାସବ୍ୟାକ ପାଇବେ ।ରେଡମି ନୋଟ୍ 11S ଆଣ୍ଡ୍ରଏଡ୍ 11 ସହିତ ମାର୍କେଟ୍ରେ ଉପଲବ୍ଧ । ଏହାର 6.43-ଇଞ୍ଚ ଫୁଲ୍ HD + AMOLED ଡିସପ୍ଲେ ରହିବା ସହିତ ରିଜୋଲ୍ୟୁସନ ମଧ୍ୟ ଭଲ ରହିଛି । ଏଥିରେ ମିଡିଆଟେକ ହେଲିଓ G96 ପ୍ରୋସେସର ମଧ୍ୟ ଅଛି ।

ଏହାର କ୍ୟାମେରା କଥା କହିବାକୁ ଗଲେ, ଚାରୋଟି ବ୍ୟାକ କ୍ୟାମେରା ଅଛି ଯେଉଁଥିରେ ପ୍ରାଇମେରୀ ଲେନ୍ସ ୧୦୮ ମେଗାପିକ୍ସେଲ, ସେକୋଣ୍ଡାରୀ ଲେନ୍ସ ୮ ମେଗାପିକ୍ସେଲ , ତୃତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ ଏବଂ ଚତୁର୍ଥ ଲେନ୍ସ ୨ ମେଗାପିକ୍ସେଲର ରହିଛି। ସେଲଫି ପାଇଁ ୧୬ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି ।

ରେଡମି ନୋଟ୍ 11S ବ୍ୟାଟେରୀ ପାୱାର ମଧ୍ୟ ଭଲ ରହିଛି । କନେକ୍ଟିଭିଟି ପାଇଁ 4G LTE, ୱାଇ-ଫାଇ 802.11ac, ବ୍ଲୁଟୁଥ୍ v5.0, GPS / A-GPS, IR ବ୍ଲାଷ୍ଟର, ଟାଇପ୍-ସି ପୋର୍ଟ ଏବଂ 3.5 ମିମି ହେଡଫୋନ୍ ଜ୍ୟାକ୍ ଅଛି । ଫୋନରେ ଏକ ସାଇଡ୍ ମାଉଣ୍ଟ ଫିଙ୍ଗର ପ୍ରିଣ୍ଟ ସେନସର ଅଛି। ଏହା ସହିତ ଡୁଆଲ୍ ଷ୍ଟେରିଓ ସ୍ପିକର ମଧ୍ୟ ଫୋନ୍ରେ ଉପଲବ୍ଧ । ରେଡମି ନୋଟ୍ 11S ବ୍ୟାଟେରୀ ପାୱାର 5000mAh ରହିଛି, ଯାହା 33W ୱାଟକୁ ସପୋର୍ଟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.