ସାମ୍ନାକୁ ଆସିଲା Redmi Note 8 Proର ବକ୍ସ, ଜାଣନ୍ତୁ କଣ ରହିଛି ଫିଚର

ଅଗଷ୍ଟ ୨୯ରେ ଲଞ୍ଚ ହେବାକୁ ଯାଉଛି Redmi Note 8 Pro। ଚୀନ୍‌ରେ କମ୍ପାନୀ ତରଫରୁ ଏହି ସ୍ମାର୍ଟଫୋନ୍‌ର ଲଞ୍ଚ ଅବସରରେ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ଫୋନ୍‌ରେ ମିଡିଆ ଟେକ୍‌ର ପ୍ରୋସେସର ସହ ୬୪ ମେଗାପିକ୍ସେଲର କ୍ୟାମେରା ରହିଛି। Redmi Note 7 ତୁଳନାରେ ଏହାର ବଡି ଷ୍ଟ୍ରକଚର ଭିନ୍ନ ରହିଛି।

ଆହୁରି ପଢ଼ନ୍ତୁ: Xiaomi Mi A3 କିଣିବାର ଆଜି ରହିଛି ସୁଯୋଗ, ୧୨ଟାରେ ସେଲ୍ ଆରମ୍ଭ

ଲଞ୍ଚ ପୂର୍ବରୁ ଏହି ସ୍ମାର୍ଟଫୋନ୍‌ର ବକ୍ସ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋକୁ Redmiର ମହାପ୍ରବନ୍ଧକ ଲୁ ବେଇବିଙ୍ଗ୍‌ ଶେୟାର କରିଛନ୍ତି। ଏହି ରିଟେଲ ବକ୍ସକୁ ଚୀନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଭିଭୋରେ ଶେୟାର କରିଛନ୍ତି। ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, Redmi Note ସିରିଜ୍‌ରେ ଗ୍ଲାସ ଏବଂ ମେଟାଲ ପିକ୍ସେଲ ଡିଜାଇନ୍‌ ହୋଇପାରିବ। ଏଥିରେ ମଧ୍ୟ ଏମ୍‌ଇସି ଏବଂ ବ୍ୟାକ୍‌ରେ ଗରିଲାର ସୁରକ୍ଷା ଦିଆଯାଇଛି। ଏହି ଫୋନ୍‌ର ସ୍ୱତନ୍ତ୍ରତା ହେଉଛି ୬୪ ମେଗାପିକ୍ସେଲର କ୍ୟାମେରା। ଏଥିରେ ସ୍ୟାମସଙ୍ଗର GW ୧ ସେନ୍‌ସର ମଧ୍ୟ ଉପଲବ୍ଧ ହେବ।