Below header

ଆପଣ ବି ନିଜ ଫୋନରେ ଲାଟେଷ୍ଟ କ୍ୟାମେରାର ସୁବିଧା ପାଇବାକୁ ଚାହୁଁଛନ୍ତିକି, ତେବେ କିଣନ୍ତୁ Redmi Note 9

ଚୀନ ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ସାଓମୀ, ରେଡ଼ମୀର ନୂଆ ସିରିଜକୁ ଖୁବ ଶୀଘ୍ର ଭାରତ ବଜାରରେ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ Redmi Note 9 କୁ ଭାରତୀୟ ବଜାରରେ ଲଞ୍ଚ କରିବ ବୋଲି ସ୍ଥିର କରିଛି । ଏବାବଦରେ ସୂଚନା କମ୍ପାନୀ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ହିଁ ଦେଇଛି । ସୂଚନା ଅନୁଯାୟୀ ଏହି ଫୋନରେ ଚାରି ଚାରିଟି ସ୍କ୍ୱାୟର ଆକାରର ରିୟର କ୍ୟାମେରା ଫ୍ୟାସିଲିଟି ମିଳିପାରିବ । ଶୁଣାଯାଉଛିକି ଏହି ଫୋନ କ୍ୟାମେରାର ଆକାର Huawei Mate 20 Proର ଆକାର ସହ ମିଶିଛି । ଏସବୁ ବାଦ କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି Redmi Note 9  ସିରିଜରେ ୯୦ Hzର ଡିଷ୍ପ୍ଲେ ରିଫ୍ରେଶ ରେଟ ବି ମିଳିପାରିବ । ଫୋନର ବିକ୍ରି ଆମାଜନ ଇଣ୍ଡିଆ ଓ ସାଓମୀର ୱେବସାଇଟ ଜରିଆରେ ହିଁ ହେବ ।

ଏହା ସହ ଏହି ଫୋନରେ ଫାଷ୍ଟ ଚାରଜିଙ୍ଗ ସୁବିଧା ବି ମିଳିପାରିବ । ପ୍ରୋସେସର କଥା କହିଲେ Redmi Note 9 ସିରିଜରେ କୁଆଲକମର ସ୍ନାପ ଡ୍ରାଗନର ୭୨୦ଜି ପ୍ରୋସେସର ସୁବିଧା ମିଳିବାକୁ ଥିବା ନେଇ ସାଓମୀ ଇଣ୍ଡିଆର ମେନେଜିଙ୍ଗ ଡାଇରେକଟର ମନୁ କୁମାର ଏବାବଦରେ ଚଳିତ ବର୍ଷ ଜାନୁଆରୀ ମାସରେ ହିଁ ସୂଚନା ଦେଇଥିଲେ । ଏହି ପ୍ରୋସେସର ସହ ସାଓମୀ ଭାରତରେ ନିଜ ପ୍ରଥମ ଫୋନ ଲଞ୍ଚ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.