jioର ଏହି ୫ ପ୍ଲାନ ବିଷୟରେ ଜାଣନ୍ତୁ ଯେଉଁଥିରେ ମିଳୁଛି ୭୫୦ଜିବି ଡାଟା ସହିତ ୧ ବର୍ଷର Validity

ଜିଓର ସବୁ ପ୍ଲାନ ବିଷୟରେ ଆପଣ ତ ଜାଣିଥିବେ,କିନ୍ତୁ ଆପଣ ନୋଟିସ କଲେ ଜାଣିପାରିବେ ଯେ ଜିଓକୁ ଟକ୍କର ଦେବା ପାଇଁ ଏୟାରଟେଲ ଏବଂ ଭୋଡାଫୋନ ମଧ୍ୟ ନିଜର କିଛି ପ୍ଲାନକୁ ଲଞ୍ଚ କରିଛନ୍ତି। ଯାହାର ବୈଧତା ୧ ବର୍ଷ ପର୍ଯ୍ୟନ୍ତ ରହିଛି ଏବଂ ଏହି ପ୍ଲାନରେ ବହୁତ ସାରା ଡାଟା ମଧ୍ୟ ମିଳୁଛି। ତେବେ ଆସନ୍ତୁ ଜାଣିବା ଜିଓର ୫ ଲମ୍ବା ଅବଦ୍ଧି ବିଶିଷ୍ଟ ପ୍ଲାନ ବିଷୟରେ। ଜିଓର ଏମିତି ପ୍ଲାନ ଏମିତି ମଧ୍ୟ ରହିଛି ଯେ ଯେଉଁଥିରେ ଦୁଇ ବର୍ଷର ବୈଧତା ସହିତ ୭୫୦ ଜିବି ଡାଟା ମିଳୁଛି।

jioଜିଓ ପାଖରେ ୯୯୯ ଟଙ୍କାର ଏକ ପ୍ଲାନ ଏମିତି ଅଛି ଯାହାର ବୈଧତା ୯୦ ଦିନର ଅଟେ। ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗ୍ ଏବଂ ଜିଓ ଆପ୍ସର ସବ ସହିତ ୬୦ ଜିବି ଡାଟା ମିଳୁଛି। ଏହି ପ୍ଲାନରେ ପ୍ରତିଦିନ ଡାଟା ବ୍ୟବହାର କରିବା ପାଇଁ କୌଣସି ବୈଧତା ରହିନାହିଁ।

ଏହା ସହ ପଢ଼ନ୍ତୁ : ଖୁବ ଶୀଘ୍ର ବଜାରକୁ ଆସୁଛି ୭.୮ ଇଞ୍ଚ ଡିସପ୍ଲେ ମୋବାଇଲ୍‌ ଫୋନ୍‌

ଜିଓ ପାଖରେ ୧,୬୯୯ ଟଙ୍କାର ପ୍ରି-ପେଡ ପ୍ଲାନ ଅଛି, ଯାହାର ବୈଧତା ୩୬୫ ଦିନର ଅଟେ ଏବଂ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ବା ୫୪୭.୫ ଜିବି ଡାଟା ମିଳିଥାଏ। ଏହା ସହିତ ସବୁ ନେଟୱାର୍କରେ ଅନଲିମିଟେଡ କଲିଙ୍ଗ ସହିତ ଜିଓ ଆପର ମିଳିଥାଏ।

ଜିଓର ୧,୯୯୯ ଟଙ୍କାର ପ୍ଲାନରେ ଆପଣଙ୍କୁ ୧୮୦ ଦିନର ବୈଧତା ସହିତ ୧୨୫ ଜିବି ଡାଟା ମିଳିଥାଏ ଏବଂ ଏହା ସହିତ ପ୍ରତିଦିନ ୧୦୦ ମେସେଜ, ଜିଓ ଆପର ଏବଂ ଅନଲିମିଟେଡ କଲିଙ୍ଗ୍ ମିଳିଥାଏ।

jio planରିଲାଏନ୍ସ ଜିଓରେ ୪,୯୯୯ ଟଙ୍କାର ପ୍ରି-ପେଡ ପ୍ଲାନରେ ୩୫୦ ଜିବି ଡାଟା ମିଳିଥାଏ ଏବଂ ଏହାର ବୈଧତା ୩୬୦ ଦିନର ଅଟେ। ଏଥିରେ କଲିଙ୍ଗ ସହିତ ଅନ୍ୟ ସବୁ ସେବା ବି ମିଳିବ।

ଜିଓର ୯,୯୯୯ ଟଙ୍କାର ପ୍ରି-ପେଡ ପ୍ଲାନରେ ୩୬୦ ଦିନର ବୈଧତା ସହିତ ୭୫୦ ଡାଟା ମିଳିଥାଏ। ଏଥିରେ ଆପଣଙ୍କୁ ପ୍ରତିଦିନ ୧୦୦ ମେସେଜ, ଜିଓ ଆପ୍ ର ଏବଂ ସବୁ ନେଟୱାର୍କରେ ଫ୍ରି କଲିଙ୍ଗ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.