Below header

ଫିଲ୍ମ ପାଇଁ ନାମ ବଦଳାଇଲେ ସୋନମ , ଜାଣନ୍ତୁ ଏବେ କଣ ହେଲା

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ସୋନମ କପୁର ପୁଣି ଥରେ ଚର୍ଚ୍ଚାରେ। ଖବରଅନୁଯାୟୀ, ପୁଣି ଥରେ ନିଜର ନାମ ପରିବର୍ତ୍ତନ କରିଛନ୍ତି ଅଭିନେତ୍ରୀ ସୋନମ କପୁର। ଏହା ପୂର୍ବରୁ ଅଭିନେତ୍ରୀ ନିଜ ବିବାହ ପରେ ନାମ ପରିବର୍ତ୍ତନ କରି ସୋନମ କପୁରରୁ ସୋନମକେଅହୁଜା ରଖିଥିଲେ। କିନ୍ତୁ ବର୍ତ୍ତମାନର ନାମର ତାଙ୍କର ସ୍ବାମୀ ବା ବିବାହ ସହ କୌଣସି ସଂପର୍କ ରହିନାହିଁ। ଆଜ୍ଞା ହଁ, ସୋନମ ନିଜ ନାମକୁ ବଦଳି ଏବେ ରଖିଛନ୍ତି ଜୋୟା ସାଲୁଙ୍କି। ଏହା ଜରିଆରେ ଅଭିନେତ୍ରୀ ତାଙ୍କର ଆଗାମୀ ଫିଲ୍ମ ଦ ଜୋୟା ଫ୍ୟାକ୍ଟରକୁ ପ୍ରମୋଟ କରୁଥିବା ଜଣାପଡ଼ିଛି।

sonam

ଫିଲ୍ମ ପାଇଁ ସୋନମ କପୁର ନିଜର ନାମ ସୋସିଆଲ ମିଡିଆରେ ବଦଳି ଜୋୟା ସାଲୁଙ୍କି କରିଛନ୍ତି। ଏହି ଫିଲ୍ମରେ ସୋନମଙ୍କ ବିପକ୍ଷରେ ଅଭିନେତା ଦଲକୀର ସଲମାନଙ୍କୁ ମୁଖ୍ୟ ଚରିତ୍ର ଭାବେ ଦେଖିବାକୁ ମିଳିଛି। ଏହି ଦୁହିଁଙ୍କ ଲୁକ୍ ପୂର୍ବରୁ ସୋସିଆଲ ମିଡିଆରେ ଶେୟାର ହୋଇସାରିଛି।

ଆହୁରୀ ପଢ଼ନ୍ତୁ: ଭାଲେଣ୍ଟାଇନ୍ସ ଡେରେ ଟାଇଗରଙ୍କ ପ୍ରସ୍ତାବରେ ରାଜି ହେଲେ ଦିଶା, ଏପରି ଅନ୍ଦାଜରେ କଲେ ଘୋଷଣା

ଫିଲ୍ମଟି ଅନୁଜା ଚୌହାନଙ୍କ ଶ୍ରେଷ୍ଠ ବିକ୍ରି ନୋବେଲ ଦ ଜୋୟା ଫ୍ୟାକ୍ଟର ଉପରେ ଆଧାରିତ। ଏହାର କାହାଣୀ ଜୋୟା ସାଲୁଙ୍କି ନାମକ ଏକ ରାଜପୁତ ଝିଅ ଉପରେ ଆଧାରିତ। ତେବେ ନିକଟରେ ସୋନମଙ୍କ ଏକ ଲଡକି କୋ ଦେଖା ତୋ ଏସା ଲଗା ଫିଲ୍ମ ରିଲିଜ୍ ହୋଇଥିଲା। ସେଥିରେ ସେ ଜଣେ ଲେସବିଆଲ ମହିଳା ଭାବେ ନଜର ଆସିଥିବା ବେଳେ ତାଙ୍କର ଅଭିନୟକୁ ଖୁବ ପ୍ରଶଂସା କରଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.