ଭାରତ ପାକିସ୍ତାନ ଉପରେ କାହିଁକି କରେ ନାହିଁ ଆକ୍ରମଣ, କାରଣ ଜାଣି ହେବେ ଚକିତ

ପାକିସ୍ତାନ ଭାରତ ଉପରେ ସବୁବେଳେ ପ୍ରଥମତଃ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ଏପରି ମଧ୍ୟ ଦେଖାଯାଇଛି ପାକିସ୍ତାନ ବିଭିନ୍ନ ଆକ୍ରମଣ କରି ବାରମ୍ବାର ଭାରତକୁ ଯୁଦ୍ଧ ପାଇଁ ଉସକାଉଛି। କିନ୍ତୁ ଯେତେଯାହା ହେଲେ ମଧ୍ୟ ଭାରତ ଆଜି ଯାଏଁ କିଛି ପ୍ରତିକ୍ରିୟା ରଖିନାହିଁ। ଏହି ପ୍ରଶ୍ନ ସବୁବେଳେ ଭାରତୀୟଙ୍କ ମନରେ ଜାତ ହେଉଥିବା ବେଳେ କେବେ ମଧ୍ୟ ଏହାର ସଠିକ୍ ଉତ୍ତର ମିଳେ ନାହିଁ।
୧୪ ଫେବ୍ରୁଆରୀରେ କାଶ୍ମୀର ପୁଲୱାମାରେ ହୋଇଥିବା ବିସ୍ପୋରଣ ସାରା ଦେଶକୁ ଦୋହଲାଇ ଦେଇଛି। ଏଥିରେ ହୋଇଥିବା ୪୪ ଜବାନଙ୍କ ମୃତ୍ୟୁ ଦେଶର ଆତ୍ମସମ୍ମାନକୁ ଆଘାତ ପହଞ୍ଚାଇଛି। କ୍ରୋଧ ଏବଂ କୋହରେ ଭରି ଯାଇଛି ସବୁ ଭାରତୀୟଙ୍କ ମନ। ତେବେ ଆଜି ଆମେ ଆପଣଙ୍କୁ ଭାରତ କାହିଁକି ପାକିସ୍ତାନ ଉପରେ ଆକ୍ରମଣ ଭଳି ପଦକ୍ଷେପ ନିଏ ନାହିଁ ତାହା ବିଷୟରେ କହିବାକୁ ଯାଉଛୁ।
-ପାକିସ୍ତାନ ଉପରେ ଆକ୍ରମଣ କରିବା ଦ୍ବାରା ତାହାର ମିତ୍ର ଦେଶ ମାନେ ପାକିସ୍ତାନକୁ ସହାୟତା କରିବା ସହ ଭାରତର ଶତ୍ରୁ ପାଲଟିଯିବେ।
ନିଶ୍ଚିତ ପଢ଼ନ୍ତୁ:ସମସ୍ତଙ୍କ ମନରେ ଶୋକ ଓ ଆକ୍ରୋଶ, ପୁଲୱାମାର ପ୍ରତିଶୋଧ ନେବାକୁ ଯବାନଙ୍କୁ ଦିଆଗଲା ସମ୍ପୂର୍ଣ୍ଣ…
-ଏହା ଦ୍ବାରା ଭାରତକୁ ପାକିସ୍ତାନ ସହ ସେହି ଦେଶ ମାନଙ୍କ ସହ ମଧ୍ୟ ଯୁଦ୍ଧ କରିବାକୁ ପଡ଼ିବ।
-ଯୁଦ୍ଧ ଦ୍ବାରା ଆର୍ଥିକ କ୍ଷତି ଘଟିଥାଏ । ଏଣୁ ପାକିସ୍ତାନ ସହ ଯୁଦ୍ଧ ଦ୍ବାରା ଆର୍ଥିକ ଅଭାବ ସହ ଯୁଦ୍ଧରେ ଜୀବନ ଅର୍ଥାତ ଜବାନଙ୍କ ଜୀବନର ବାଜି ଲଗାଇବାକୁ ପଡ଼ିବ।
– ଭାରତକୁ ନିଜର ଆର୍ଥିକ ଅଗ୍ରଗତି ଉପରୁ ନଜର ହଟାଇ ଯୁଦ୍ଧ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯାହା ଦେଶରରେ ଅଭାବ ଦେଖାଦେବାର କାରଣ ପାଲଟିବ।
ନିଶ୍ଚିତ ପଢ଼ନ୍ତୁ: ଜୁସ୍ ବିକି ପୁଅକୁ କରିଥିଲେ ଯବାନ, ଆଜି ଦେଶପାଇଁ ଜୀବନ ଦେଇ ସହିଦ୍ ହୋଇଗଲେ ରତନ ଠାକୁର
-ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ଦ୍ବାରା ତୃତୀୟ ବିଶ୍ବ ଯୁଦ୍ଧ ହେବାର ସମ୍ଭାବନା ରହିଛି। କାରଣ ଏହି ସମୟରେ ଭାରତର ସମର୍ଥନ ଦେଶ ଭାରତକୁ ଏବଂ ପାକିସ୍ତାନର ସମର୍ଥନ ଦେଶ ପାକିସ୍ତାନକୁ ସହାୟତା କରିବାକୁ ଆଗକୁ ବଢ଼ିଆସିବେ।
-ଯଦି ଭାରତ ପ୍ରଥମେ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ସମଗ୍ର ବିଶ୍ବରେ ତାହାକୁ ନେଇ ଅନେକ କୂଟନୀତି ହେବ। ଫଳରେ ଭାରତକୁ ବିଭିନ୍ନ ଜିନିଷ ପାଇଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ।