Reliance Jio ଲଞ୍ଚ କଲା ଶାନଦାର ପ୍ଲାନ୍, ୩୬୫ ଦିନ ପର୍ଯ୍ୟନ୍ତ ଦୈନିକ ୩ GB ଡାଟା ଓ ମାଗଣା କଲିଂର ସୁବିଧା ଉଠାଇପାରିବେ

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ନୂଆ ନୂଆ ଉପହାର ଦେଇଥାଏ । ଯଦି ଆପଣ ଅଧିକ ଇଣ୍ଟରନେଟ ବ୍ୟବହାର କରୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଶାନଦାନ ଅଫର ଆସିଯାଇଛି । ଏହି ପ୍ଲାନରେ ଆପଣମାନେ ଦୈନିକ ୩ ଜିବି ଡାଟା, କଲିଂ ଓ ଏସଏମଏସର ସୁବିଧା ପାଇପାରିବେ । ଜିଓ ପକ୍ଷରୁ ୩୪୯୯ ଟଙ୍କାର ପ୍ରିପେଡ୍ ପ୍ଲାନ ଲଞ୍ଚ କରାଯାଇଛି । ଏହି ପ୍ଲାନରେ ଗ୍ରାହକଙ୍କୁ ୩୬୫ ଦିନର ଭାଲିଡିଟି ଦିଆଯାଇଥାଏ । ଏଥିସହ ସମସ୍ତ ନେଟୱାର୍କକୁ ଅସୀମିତ କଲିଂ, ଦୈନିକ ୧୦୦ ଏସଏମଏସ୍ ସୁବିଧା ଯୋଗାଇ ଦିଆଯାଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ଲାନରେ ଦୈନିକ ୩ ଜିବି ଡାଟା ମିଳୁଛ । ଦୈନିକ ୩ ଜିବି ଡାଟା ହିସାବରେ ବର୍ଷକୁ ମୋଟ ୧୦୯୫ ଜିବି ଡାଟା ମିଳିଥାଏ । ଏହି ପ୍ଲାନରେ ୩.୧୯ ଟଙ୍କାରେ ଗୋଟିଏ ଜିବି ଡାଟା କମ୍ପାନୀ ଦେଉଛି । ଏଥିରେ କୌଣସି ପ୍ରକାର ଓଟିଟି ବେନିଫିଟ୍ ନଥିବା ବେଳେ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ୍, ଜିଓ ସିକ୍ୟୁରିଟି ଓ ଜିଓ ନ୍ୟୁଜ୍ ଆପରେ ମାଗଣା ସବସ୍କ୍ରିପସନ ଦିଆଯାଇଥାଏ ।

ଅପରପକ୍ଷେ ଭାରତୀ ଏୟାରଟେଲ ଓ ଭୋଡ଼ାଫୋନ-ଆଇଡିଆ ପାଖରେ ଏହି ପ୍ଲାନ ଉପଲବ୍ଧ ନାହିଁ । ଏହି ଦୁଇ କମ୍ପାନୀ ୩ ଜିବି ମିଳୁଥିବା କିଛି ଅଫର୍ ଲଞ୍ଚ କରିଥିଲେ ମଧ୍ୟ ସେଥିରେ ଆପଣଙ୍କୁ ଖୁବ୍ ଅଳ୍ପ ଦିନ ପାଇଁ ଭାଟିଡିଟି ମିଳିଥାଏ । ଏହି ଅବଧି ସମାପ୍ତ ପରେ ଆପଣଙ୍କୁ ପୁଣି ରିଚାର୍ଜ କରାଇବାକୁ ପଡ଼ିଥାଏ । ଭୋଡ଼ାଫୋନ-ଆଇଡିଆର ୮୪ ଦିନିଆ ପ୍ଲାନର ମୂଲ୍ୟ ୮୦୧ ଟଙ୍କା ରହିଥିବା ବେଳେ ଏୟାରଟେଲର ୫୬ ଦିନିଆ ପ୍ଲାନର ମୂଲ୍ୟ ୫୫୮ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.