ବନ୍ଦ ହୋଇଯିବ କି ଟୁଇଟର! ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡ କରୁଛି #RIPTwitter, ପଢ଼ନ୍ତୁ ଏହି ରିପୋର୍ଟ

ସୋସିଆଲ ମିଡିଆ ଦୁନିଆରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଟୁଇଟର ଏକ ନୂଆ ଫିଚର ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ଫିଚରରେ ଆପଣଙ୍କର କିଛି ଟୁଇଟ୍‌ ୨୪ ଘଣ୍ଟା ପରେ ଆଉ ଦେଖାଯିବ ନାହିଁ। ଅର୍ଥାତ୍‌ ଆପେ ଆପେ ସମାପ୍ତ ହୋଇଯିବ। ଟୁଇଟର ଏହି ଫିଚରର ନାଁ ରଖିଛି ‘fleet’।

t1

ଏବେ ଯେଭଳି ସ୍ନାପ୍‌ଚାଟ ଏବଂ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କିଛି ସମୟ ପରେ ଆପେ ଆପେ ଗାଏବ ହୋଇଯାଉଛି, ଠିକ୍‌ ସେହିଭଳି ଟୁଇଟରର ନୂଆ ଫିଚର ଦେଖିବାକୁ ମିଳିବ। ବୁଧବାର tech firm ଏହି ଫିଚର ବିଷୟରେ ଘୋଷଣା କରି କହିଛି ଯେ ବର୍ତ୍ତମାନ ଏହା ଟେଷ୍ଟିଂ ସ୍ତରରେ ରହିଛି। ଲାଟିନ୍‌ ଆମେରିକା ଦେଶ ବ୍ରାଜିଲରେ ଏହାର ପରୀକ୍ଷଣ କରାଯାଉଛି।

t2

କିନ୍ତୁ ସେପଟେ ସୋସିଆଲ ମିଡିଆରେ #RIPTwitter ଟପ୍‌ ଟ୍ରେଣ୍ଡ ଲିଷ୍ଟରେ ନଜର ଆସିଛି। ୟୁଜରମାନେ କହିଛନ୍ତି ଯେ ଏମିତି ହେଲେ ମାଇକ୍ରୋ-ବ୍ଲଗିଂ ସାଇଟ୍‌ ମଧ୍ୟ ସୋସିଆଲ ମିଡିଆର ଅନ୍ୟ ପ୍ଲାଟ୍‌ଫର୍ମ ଭଳି ହୋଇଯିବ। ଏହା ନିଜର ବୈଶିଷ୍ଟତା ହରାଇବସିବ। ଜଣେ ୟୁଜର କହିଥିଲେ, ‘କମ୍ପାନୀ ଏହି ଫିଚର ଆଣିବା ଜାଗାରେ ‘Edit’ର ବିକଳ୍ପ ଦେବା ଉଚିତ, ଯଦ୍ଦ୍ଵାରା ଯେ କେହି ଚାହିଁଲେ ନିଜ ଟୁଇଟ୍‌ରେ କିଛି ପରିବର୍ତ୍ତନ କରିପାରିବ’। ଯଦିଓ କମ୍ପାନୀ ବିଶ୍ୱ ସ୍ତରରେ ଏହି ଫିଚର କେବେ ଲାଗୁ କରାଯିବ, ସେ ନେଇ କୌଣସି ଘୋଷଣା କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.