QR କୋଡ୍‌ ସ୍କାନ୍‌ ବିନା ବି ଡେକ୍ସଟପ୍‌ରେ ଚଲାଇ ପାରିବେ ‘WhatsApp’, ଜାଣନ୍ତୁ WhatsApp Webରେ କେମିତି କରିବେ Login

ବିଶ୍ୱରେ ଲକ୍ଷାଧିକ ଲୋକ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ‘WhatsApp’ ବ୍ୟବହାର କରୁଛନ୍ତି। ଆପଣ WhatsAppକୁ ନିଜ ଫୋନ୍‌ ଛଡ଼ା ଡେକ୍ସଟପ୍‌ରେ ବି ଆକ୍ସେସ୍‌ କରିପାରୁଛନ୍ତି। ଏହା ଆପଣଙ୍କ ଲାପ୍‌ଟପ ଏବଂ କମ୍ପ୍ୟୁଟରରେ ବିଲ୍‌କୁଲ ଫୋନ୍‌ ଭଳି କାମ କରିଥାଏ। ଏଥିପାଇଁ ଆପଣଙ୍କୁ ନିଜ ଫୋନ୍‌ରୁ ଡେକ୍ସଟପ୍‌ରେ ଲଗ୍‌ଇନ କରିବାକୁ ପଡ଼ିଥାଏ। ଫୋନ୍‌ରୁ ଏକ QR କୋଡ୍‌ ସ୍କାନ୍‌ କରିବାକୁ ହୋଇଥାଏ। ଏହାପରେ WhatsApp େଓ୍ଵବ୍‌ ଓପନ ହୋଇଥାଏ।

କିନ୍ତୁ ଯେତେବେଳେ ଆପଣଙ୍କ ପାଖରେ ଫୋନ୍‌ ନ ଥିବ କିମ୍ବା ଫୋନ୍‌ ଥିଲେ ବି କ୍ୟାମେରା ଠିକ୍‌ ଭାବେ କାମ କରୁ ନ ଥିବ, ତ ଏଭଳି ସ୍ଥିତିରେ ଆପଣଙ୍କୁ QR କୋଡ୍‌ ସ୍କାନ୍‌ କରି WhatsApp େଓ୍ଵବ୍‌ରେ ଲଗ୍‌ଇନ କରିବା ବହୁତ ମୁସ୍କିଲ ହୋଇଯିବ। ତେବେ ଏଥିପାଇଁ ବି ଏକ ଟ୍ରିକ୍‌ ରହିଛି, ଯଦ୍ଦ୍ଵରା ଆପଣ ବିନା QR କୋଡ୍‌ ସ୍କାନ୍‌ କରି WhatsApp ଚଲାଇ ପାରିବେ। ଆଜି ଆମେ ଆପଣଙ୍କୁ ଏହି ତରିକା ବିଷୟରେ କହିବୁ।

୧. ପ୍ରଥମେ ଆପଣଙ୍କୁ େଓ୍ଵବ୍‌ରୁ BlueStacks ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। ଏବେ ଏହାକୁ ପିସି କିମ୍ବା ଲାପ୍‌ଟପରେ ଇନ୍‌ଷ୍ଟଲ କରି ଦିଅନ୍ତୁ।

୨. ଏବେ BlueStacks ଆପ୍‌ ଷ୍ଟୋରକୁ ଓପନ କରନ୍ତୁ ଏବଂ ଏଠାରୁ WhatsAppକୁ ସର୍ଚ୍ଚ ମେନ୍ୟୁରେ ସର୍ଚ୍ଚ କରି ଡାଉନଲୋଡ କରି ଦିଅନ୍ତୁ।

୩. ଏବେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡ଼ିବ, ଯେଉଁଠିକୁ ଆପଣଙ୍କ WhatsApp ଭେରିଫିକେଶନ କୋଡ୍‌ ଆସିବ।

୪. ଏବେ ବିନା QR କୋଡ୍‌ ସ୍କାନ୍‌ରେ ଆପଣଙ୍କ ପିସିରେ WhatsApp ଇନ୍‌ଷ୍ଟଲ ହୋଇଯିବ।

୫. ଏଠାରେ ମେନ୍ୟୁ ବଟନ ଉପରେ ପ୍ରେସ୍‌ କରି ମ୍ୟାନେଜ୍‌ କନ୍‌ଟାକ୍ଟର ଅପ୍‌ଶନ ଉପରେ କ୍ଲିକ୍‌ କରିବାକୁ ହେବ। ଏବେ ଆପଣ ସେହି କନ୍‌ଟାକ୍ଟସକୁ ଆଡ୍‌ କରିପାରିବେ, ଯାହାଙ୍କ ସହିତ ଯୋଗାଯୋଗ କରିବାକୁ ଚାହୁଁଛନ୍ତି।

୬. କନ୍‌ଟାକ୍ଟ ମ୍ୟାନେଜ କରିବାକୁ ଏଥିପାଇଁ କୁହାଯାଉଛି କି, ଆପଣଙ୍କ କମ୍ପ୍ୟୁଟରରେ WhatsAppରେ ବ୍ୟବହାର ହେଉଥିବା ନମ୍ବର ଆପଣଙ୍କ ୟୁଜ୍‌ ମୋବାଇଲ୍‌ ନମ୍ବରଠାରୁ ଅଲଗା ହେବ।

୭. ଆପଣ ନିଜ ଫୋନ୍‌ରେ ଯେଉଁ ନମ୍ବର ବ୍ୟବହାର କରୁଛନ୍ତି, ସେହି ନମ୍ବରକୁ ଏହି ଆପ୍‌ରେ ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଆପଣଙ୍କ ମୋବାଇଲ୍‌ ନମ୍ବର ଏବଂ ଆପ୍‌ରେ ଦେଉଥିବା ନମ୍ବର ଅଲଗା ହେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.