Below header

ବଜାରକୁ ଆସିଲା ଗାଲେକ୍ସି ବୁକ 3, ଜାଣନ୍ତୁ ଏହାର ଫିଚର ଓ ଦାମ

କେନ୍ୟୁଜ୍‌(ବ୍ୟୁରୋ): ସାମସଙ୍ଗ ପକ୍ଷରୁ ଗାଲେକ୍ସି ବୁକ 3ର ପ୍ରି ବୁକିଙ୍ଗ ଆରମ୍ଭ ହୋଇଯାଇଛି । ଗାଲେକ୍ସି ଅନ୍‌ପ୍ୟାକ୍‌ ଇଭେଣ୍ଟରେ ସାମସଙ୍ଗ ପକ୍ଷରୁ ଏହାର ଘୋଷଣା କରାଯାଇଛି । ଏହି ଲାପଟପରେ ଆପଣ ମଲଟି ଡିଭାଇସର ଅନୁଭବ ପାଇ ପାରିବେ । ଗାଲେକ୍ସି ବୁକ୍‌ 3ରୁ ୟୁଜର ତାଙ୍କର ଗାଲେକ୍ସି ଟାବ ଓ ଗାଲେକ୍ସି ସ୍ମାର୍ଟଫୋନର କଣ୍ଟ୍ରୋଲ କରି ପାରିବେ । ଏହାର ତିନୋଟି ଯାକ ଭାରିଆଣ୍ଟ ଗ୍ରାଫାଇଟ କଲରରେ ଉପଲବ୍ଧ ହୋଇଛି । ଏବେ ଗାଲେକ୍ସି ବୁକ୍‌ 3 ପ୍ରୋ ଓ ଗାଲେକ୍ସି ବୁକ୍‌ 3 ପ୍ରୋ 360ର ବୁକ୍‌ ଆରମ୍ଭ ହୋଇଯାଇଛି । ଗାଲେକ୍ସି ବୁକ୍‌ 3 ଅଲଟ୍ରାର ବୁକିଂ ଫେବୃଆରୀ ୧୪ରୁ ଆରମ୍ଭ ହେବ ।

ଗ୍ରାହକଙ୍କୁ ଏଥିରେ ବ୍ୟାଙ୍କ କେସବେକ୍‌ର ସୁବିଧା ପାଇ ପାରିବେ । ଏଥିରେ ଗ୍ରାହକଙ୍କୁ ୧୦ ହଜାର ପର୍ଯ୍ୟନ୍ତ କ୍ୟାସବେକ୍‌ ମିଳିବ । ଗାଲେକ୍ସି ବୁକ୍‌ 3 ଅଲଟ୍ରାରେ ଏହି କ୍ୟାସବେକ୍‌ ମିଳିବାକୁ ଯାଉଛି । ଗାଲେକ୍ସି ବୁକ୍‌ 3 ପ୍ରୋରେ ୮ ହଜାର ପର୍ଯ୍ୟନ୍ତ କ୍ୟାସବେକ୍‌ ମିଳିବ । ପ୍ରି ବୁକ୍‌ ଅଫର ଜରିଆରେ, ଯଦି ଆପଣ ଗାଲେକ୍ସି ବୁକ୍‌ 3 ଅଲଟ୍ରା କିଣୁଛନ୍ତି ଆପଣଙ୍କୁ ସାମସଙ୍ଗ ଏମ8 ସ୍ମାର୍ଟ ମନିଟରରେ ଡିସକାଉଣ୍ଟ ମିଳିବ ।

ଯଦି ଆପଣ ଗାଲେକ୍ସି ବୁକ୍‌ 3 ପ୍ରୋ କିଣୁଛନ୍ତି ଓ ଆପଣ ଆଇ7 ପ୍ରୋସେସରର କିଣୁଛନ୍ତି, ଆପଣ ମାଗଣାରେ ଏହାର ଷ୍ଟୋରେଜକୁ ଡବଲ କରିପାରିବେ । ଯଦି ଆପଣ ଆଇ5 ପ୍ରୋସେସରର କିଣୁଛନ୍ତି ଆପଣଙ୍କୁ କମ ଦାମରେ ଗାଲେକ୍ସି ବଡସ 2 ମିଳିବ । ଯାହାକି ମାତ୍ର ୧ ହଜାର ୯୯୯ ଟଙ୍କା ।

ଏବେ ଆସନ୍ତୁ ଜାଣିବା ଏଥିରେ କଣ ସବୁ ଫିଚର ରହିଛି । ଗାଲେକ୍ସି ବୁକ୍‌ 3 ଅଲଟ୍ରା ର ଡିସପ୍ଲେ ୧୬ ଇଞ୍ଚ ରହିଛି । ଏଥିରେ କୋର ଆଇ9 ପ୍ରୋସେସର ରହିଛି । ଏହାସହ 32 ଜିବି RAM ଓ 1 ଟିବି ଷ୍ଟୋରେଜ ମିଳିବ। ଭାରତରେ ଏହାର ମୂଲ୍ୟ ୨ ଲକ୍ଷ ୮୧ ହଜାର ୯୯୦ ରହିଛି ।

ସେହିପରି ବୁକ୍‌ ୩ ପ୍ରୋର 360ର ଡିସପ୍ଲେ ମଧ୍ୟ ୧୬ ଇଞ୍ଚ ରହିଛି । ଏହାର 16 ଜିବି RAM ଓ 1 ଟିବି ଷ୍ଟୋରେଜ ରହିଛି । ଏହାର ଦାମ ୧ ଲକ୍ଷ ୭୯ ହଜାର ୯୯୦ ରହିଛି । ସେହିପରି 512 ଜିବିର ଦାମ ୧ ଲକ୍ଷ ୬୩ ହଜାର ୯୯୦ ରହିଛି ।

ଆପଣ ଯଦି ଚାହୁଁଛନ୍ତି ଗାଲେକ୍ସି ବୁକ 3 କିଣିବା ପାଇଁ ଆଜି ହିଁ ବୁକ୍‌ କରିନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.