Below header

ଆରମ୍ଭ ହେଲା Samsung Galaxy M30s ପ୍ରଥମ ସେଲ୍‌, ମାତ୍ର ୧୪ ହଜାରରେ ମିଳିବ ଜବରଦସ୍ତ ଫିଚର୍ସ

Samsung Galaxy M30s ର ପ୍ରଥମ ସେଲ୍‌ ଆଜି ଅର୍ଥାତ ୧୪ ତାରିଖରେ ଲଞ୍ଚ ହେବାକୁ ଯାଉଛି। ଏଥିରେ Exynos 9611 ପ୍ରୋସେସର ସହିତ 6000mAh ବ୍ୟାଟେରୀ କ୍ଷମତା ରହିଛି। ଏହି ଫୋନର ୪ ଜିବି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୧୩,୯୯୯ ଟଙ୍କା ରହିଥିବା ବେଳେ ୪ ଜିବି ଏବଂ ୧୨୮ ଜିବି ଷ୍ଟୋରେଜ ଥିବା ଫୋନର ମୂଲ୍ୟ ୧୪,୯୯୯ ଟଙ୍କା ଏବଂ ୬ ଜିବି ରାମ୍‌ ଏବଂ ୧୨୮ ଜିବି ଷ୍ଟୋରେଜ କ୍ଷମତା ଥିବା ଫୋନର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ଏହି ଫୋନ ତିନିଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ। ବ୍ଲାକ, ସଲଫର ବ୍ଲୁ ଏବଂ କ୍ୱାର୍ଟଜ ଗ୍ରୀନ।

sam

ଫୋନର ସ୍ପେସିଫିକେସନ :

ସାମସଙ୍ଗର ଏହି ଫୋନରେ ୬.୪ ଇଞ୍ଚର ଇନଫିନିଟି ୟୁ ସୁପର ଏମଲୋଡ ଡିସପ୍ଲେ ରହିଛି। ସାମସଙ୍ଗର ଲାଟେଷ୍ଟ ସ୍ମାର୍ଟଫୋନ ଓ୍ଵାନୟୁଆଇ ଏବଂ ଆଣ୍ଡ୍ରଏଡ ୯.୦ ପାଇ ଅପରେଟିଂ ସିଷ୍ଟମ ମଧ୍ୟ ମିଳିବ। ଯୁଜର୍ସଙ୍କୁ ଏହି ଫୋନରେWidevine L1 ସାର୍ଟିଫିକେସ ମିଳି। ଯେଉଁଥିରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମର ଏଚଡି ଭିଡିଓ ଦେଖିପାରିବେ ୟୁଜର୍ସ।

ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ରହିଛି, ଯେଉଁଥିରେ ୪୮ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ ଆଙ୍ଗେଲ ଲେନ୍ସ ଏବଂ ୫ ମେଗାପିକ୍ସେଲର ଡେପ୍ଥ ସେନସର ରହିଛି। ସେହିପରି ୟୁଜର୍ସଙ୍କୁ ୧୬ ମେଗାପିକ୍ସେଲର କ୍ୟାମେରା ସହିତ ସେଲଫି କ୍ଲିକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.