ଭାରତୀୟ ବଜାରରେ ସାଓମୀ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ୧୦୮ ମେଗାପିକ୍ସଲ କ୍ୟାମେରା ବିଶିଷ୍ଟ ଦମଦାର ଫୋନ, ଜାଣନ୍ତୁ କଣ ରହିଛି ସ୍ପେଶାଲ ଫିଚର

ବଜାରକୁ ଖୁବ ଶୀଘ୍ର ଆସିବାକୁ ଯାଉଛି 5 ଜି ସପୋର୍ଟ ସହ ୧୦୮ ମେଗା ପିକ୍ସଲ ବିଶିଷ୍ଟ ଫୋନ । ସାଓମୀ ନିଜ ନୂଆ ସ୍ମାର୍ଟଫୋନ Redmi Note 10କୁ ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏକ ରିପୋର୍ଟରୁ ଜଣାଯାଇଛିଯେ କମ୍ପାନୀ ନିଜର ଏହି ଫୋନକୁ ୧୦୮
ମେଗାପିକ୍ସଲ କ୍ୟାମେରା ସହ ଲଞ୍ଚ କରିବ । କହିରଖିବା ଉଚିତ ହେବକି, ଭାରତୀୟ ବଜାରରେ ପ୍ରଥମ କମ୍ପାନୀ ଭାବରେ ରେଡ଼ମୀ କମ୍ପାନୀ ୧୦୮
ମେଗାପିକ୍ସଲ ବିଶିଷ୍ଟ ଫୋନ ଲଞ୍ଚ କରିବ ।

ଏହି ଫୋନର ପ୍ରାଇମେରୀ କ୍ୟାମେରା ୧୦୮ ମେଗାପିକ୍ସଲର ରହିବ । ଏହି ଫୋନର ମଡେଲ ନମ୍ବର M 2007J17C ରଖାଯିବ ବୋଲି କମ୍ପାନୀ ତରଫରୁ ସ୍ଥିର କରାଯାଇଛି । ଆଉ ଏହି ଫୋନରେ ୟୁଜରଙ୍କ ପାଇଁ ମାକ୍ରୋଲେନ୍ସର ସୁବିଧା ରହିବ । ଏହି ଫୋନ ଅକ୍ଟୋବର ମାସରେ କରାଯିବା ନେଇ ପ୍ରସ୍ତୁତି ଜାରି ରଖିଛି କମ୍ପାନୀ । ସବୁଠୁ ଜରୁରୀ କଥା ହେଉଛି ସାଓମୀର ଏହି ଫୋନରେ 5ଜି ସପୋର୍ଟ ବି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.