ହ୍ଵାଟ୍ସଆପରେ ବିନା ଟାଇପ୍‌ କରି ଚୁଟକିରେ ଏପରି ପଠାନ୍ତୁ ମେସେଜ୍‌, ଏହି ଟ୍ରିକ ଆପଣଙ୍କୁ କରିଦେବ ଦିଓ୍ଵାନା

ହ୍ଵାଟ୍ସଆପ୍‌ ଦୁନିଆର ସବୁଠୁ ଲୋକପ୍ରିୟ ମ୍ୟାସେଜିଙ୍ଗ ଆପ ମଧ୍ୟରୁ ଗୋଟିଏ। ଭଏସ୍‌ କଲିଙ୍ଗ, ଭିଡିଓ କଲିଙ୍ଗ ଏବଂ ଷ୍ଟାଟସ ଅପଡେଟ ଭଳି ଅନେକ ଫିଚର୍ସ ସହ ଲେସ, ଏହି ଆପକୁ ମୁଖ୍ୟ ରୂପରେ ଟେକ୍ସଟିଙ୍ଗ୍‌ ପାଇଁ ହିଁ ଜଣାଯାଇଥାଏ। ଆଜି ଆମେ ଆପଣଙ୍କୁ ଏକ ଏମିତି ଜବରଦସ୍ତ ଟ୍ରିକ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ବିନା ଟାଇପ କରି ହ୍ଵାଟ୍ସଆପରେ ମେସେଜ୍‌ ପଠାଇପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆମେ ଆପଣଙ୍କୁ ଭଏସ ନୋଟ ପଠାଇବା କଥା କହୁନାହୁଁ।

ଯଦି ଆପଣ କିଛି ଜରୁରୀ କାମ କରୁଛନ୍ତି କିମ୍ବା ଅନ୍ୟ କେଉଁଠି ବ୍ୟସ୍ତ ଅଛନ୍ତି ଏବଂ ମେସେଜ୍‌ ଟାଇପ କରିପାରୁନାହାଁନ୍ତି ତାହେଲେ ଆମେ ଆପଣଙ୍କୁ ଏକ ଏମିତି ତରିକା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ବିନା ଟାଇପ୍‌ କରି ମେସେଜ୍‌ ପଠାଇପାରିବେ। ଆଉ ଏହାକୁ ଆପଣ ଗୁଗଲ ଆସିଷ୍ଟାଣ୍ଟ ସାହାଯ୍ୟରେ କରିପାରିବେ।

ଏହାକୁ କରିବାକୁ ହେଲେ ସର୍ବପ୍ରଥମେ ଆପଣ ନିଜ ଆଣ୍ଡ୍ରଏଡ ସ୍ମାର୍ଟଫୋନର ହୋମ ବଟନକୁ ଦବାନ୍ତୁ ଏବଂ ଏହାପରେ କୁହନ୍ତୁ ‘ହେ ଗୁଗଲ’। ଏପରି କରିବା ପରେ ଆପଣଙ୍କ ଗୁଗଲ ଆସିଷ୍ଟାଣ୍ଟ ଆକ୍ଟିଭ ହୋଇଯିବ।

ଏହାପରେ ସେଣ୍ଡ ଏ ମେସେଜ୍‌ ଟୁ (ଯାହାକୁ ଆପଣ ମେସେଜ୍‌ ପଠାଇବାକୁ ଚାହୁଁଛନ୍ତି, ସେହି କଣ୍ଟାକ୍ଟର ନାମ) କୁହନ୍ତୁ। ଧ୍ୟାନ ରଖନ୍ତୁ ଯେ ସେହି କଣ୍ଟାକ୍ଟ ଆପଣଙ୍କ ଫୋନରେ ସେଭ୍‌ ହୋଇଥିବା ଦରକାର, ଯାହାଦ୍ୱାରା ମେସେଜ ଆସିଷ୍ଟାଣ୍ଟ ତାକୁ ଚିହ୍ନିପାରିବ।

ଏହାପରେ ଏହି ଆପକୁ ଚୟନ କରନ୍ତୁ ଯାହା ଜରିଆରେ ଆପଣ ମେସେଜ୍‌ ପଠାଇବାକୁ ଚାହୁଁଛନ୍ତି। ହ୍ଵାଟ୍ସଆପକୁ ବାଛିବା ପରେ ଆପଣଙ୍କୁ ଯେଉଁ ବି ମେସେଜ୍‌ ପଠାଇବାକୁ ଅଛି, ତାକୁ ଗୁଗଲ ଆସିଷ୍ଟାଣ୍ଟକୁ କହି ଶୁଣାନ୍ତୁ।

ଆପଣ ଯେତେବେଳେ ଥରେ ମେସେଜ୍‌ କହିଦେବେ, ଗୁଗଲ ଆସିଷ୍ଟାଣ୍ଟ ତାକୁ ଆଉ ଥରେ କହି ଶୁଣାଇବ। ଏହାପରେ ସେ ଆପଣଙ୍କୁ କନଫର୍ମ କରିବ କି ଆପଣ ଏହି ମେସେଜକୁ ପଠାଇବାକୁ ଚାହୁଁଛନ୍ତି ନା ନାହିଁ। ଏବେ ଆପଣ ‘ଇଏସ’ କହିବେ, ଏହାପରେ ଆପଣଙ୍କ ମେସେଜ ବିନା ଟାଇପରେ ବି ସେଣ୍ଡ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.