ଖୁବଶୀଘ୍ର ଲଞ୍ଚ ହେବ Maruti Suzuki Celerio, ଶସ୍ତା ଦାମ ସହ ରହିଛି ଜବରଦସ୍ତ ଫିଚର୍ସ

ଦେଶର ସବୁଠୁ ବଡ଼ କାର କମ୍ପାନୀ Maruti Suzuki ବହୁତ ଶୀଘ୍ର ସେକେଣ୍ଡ ଜୋନ Cellario ମଡେଲ ଲଞ୍ଚ କରିବାକୁ ଯାଉଛି । ଏହାକୁ ଅନେକବାର ଟେଷ୍ଟିଂ ମଧ୍ୟ କରାଯାଇଛି । ମାରୁତି ସୁଜୁକି ସିଲେରିଓ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଲଞ୍ଚ କରିଥିଲା । ଏହାପରଠୁ ସବୁ ଅଟୋମେଟିକ ଶସ୍ତା ଗିୟର ବକ୍ସ କାର ଲଞ୍ଚ ହୋଇଥିଲା । ମାରୁତି ଏଥିରେ AMT ଗିୟରବକ୍ସ ଟେକ୍ନୋଲୋଜି ଦେଇଥିଲା । ତେବେ ଚାଲନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ ।
ସେକେଣ୍ଡ ଜେନେରେସନ ସିଲେରିଓ ମାରୁତି Heartect ପ୍ଲାଟଫର୍ମରେ ତିଆରି କରାଯାଇଛି । ଏଥିରେ S-Presso ପ୍ଲାଟଫର୍ମ ମଧ୍ୟ ରହିଛି । ଏହାଦ୍ୱାରା କାର୍ ର ଓସାର ମଧ୍ୟ ବଡ ରହିଛି । ଏହାସହ ଯାତ୍ରୀ ମାନଙ୍କ ପାଇଁ କନଫର୍ଟ ଓସାରିଆ କେବିନ ସହ ଲମ୍ବା ହ୍ୱୀଲବେସ ଦିଆଯାଇଛିି । ଏହାର ଦାମ ୪.୫ ଲକ୍ଷରୁ ୬.୫ ଲକ୍ଷ ଟଙ୍କା ରଖାଯାଇଛି ।
ଅନଲାଇନରେ ଥିବା ଫଟୋରେ ଜଣାପଡୁଛି ଯେ ଏଥିରେ ନୂଆ ଡେସବୋର୍ଡ ଡିଜାଇନ , ଷ୍ଟିୟରିଂ ହ୍ୱିଲ ଏବଂ ସ୍ମାର୍ଟପ୍ଲେ ଷ୍ଟୁଡିଓ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି । ଅର୍ଥାତ ଏଥିରେ ଲାଟେଷ୍ଟ ଡିଜାଇନ ମଧ୍ୟ ରହିଛି ।