ବ୍ଲାକ ଫଙ୍ଗସ ସଂକ୍ରମିତ ହେବାପରେ ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

କୋଭିଡ ୧୯ରୁ କେତେଜଣ ସୁସ୍ଥ ହେବା ପଣେ ଫଙ୍ଗଲ ଇନଫେକସନ ସମସ୍ୟାର ସାମ୍ନା କରୁଛନ୍ତି । ବ୍ଲାକ ଫଙ୍ଗସର ଅନେକ ଳକ୍ଷଣ ମଧ୍ୟ ଦେଖାଯାଉଛି । ତେବେ ଆପଣ ଜାଣିଛନ୍ତି କି କେଉଁ ଲୋକମାନେ ଏହି ରୋଗର ଶିକାର ହେଉଛନ୍ତି । ଆଜି ଆମେ ସେ ସଂପର୍କରେ କହିବାକୁ ଯାଉଛୁ ।

କରୋନା ରୋଗୀ ଲମ୍ବା ସମୟ ଧରି ଆଇସିୟୁରେ ରହିଥାନ୍ତି । ଯେଉଁମାନଙ୍କ ଶରୀରରେ ଅକ୍ସିଜେନର ସମସ୍ୟା ଦେଖାଯାଉଛି । ସେମାନଙ୍କୁ ଷ୍ଟୋରାଇଡ ଅଧିକ ମାତ୍ରାରେ ଦିଆଯାଇଛି । ଏହାସହ ଯେଉଁମାନଙ୍କ ରକ୍ତ ସର୍କରା ପରିମାଣ ବଢ଼ିଥାଏ ଅଥବା ଯେଉଁମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରିଥାନ୍ତି , ସେମାନେ ଏହି ରୋଗର ଶିକାର ହୋଇଥାନ୍ତି । ବ୍ଲାକ ଫଙ୍ଗସ ସେମାନଙ୍କୁ ଆକ୍ରମଣ କରିଥାଏ ।

ତେଣୁ ଏଥିପାଇଁ ଆପଣ ସାବଧାନ ରହିବା ଉଚିତ । ମୁଣ୍ଡ ବିନ୍ଧା ସହ ଥଣ୍ଡା , ଜ୍ୱର ଆଦି ସମସ୍ୟା , ମୁହଁରେ ଗୋଟେ ସାଇଡ ସୁଜନ ପଡିବା , ଶରୀର ହାଲିଆ ଲାଗିବା , ମୁହଁ ବିକୃତ ହୋଇଯିବା, ନାକ ଓ ଚାରିପାଖ କଳା ପଡିବା ଆଦି ସମସ୍ୟା ଦେଖାଯାଏ । ଏହା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.