AC ଭଳି ରୁମକୁ ଥଣ୍ଡା କରିଦେବ ଏହି ହ୍ୟାଙ୍ଗିଙ୍ଗ କୁଲର, ୧ ମିନିଟରେ ଘରକୁ କରିଦେବ ଥଣ୍ଡା ଥଣ୍ଡା କୁଲ କୁଲ

ଆପଣ ଜାଣନ୍ତି କି ବଜାରରେ ଏପରି ଏକ କୁଲର୍ ଅଛି, ଯାହା ଆପଣଙ୍କୁ ଏସି ଭଳି ସୁବିଧା ଦେବ। କମ୍ ବିଦ୍ୟୁତରେ ଏହି କୁଲର ବିଲକୁଲ AC ଭଳି ଥଣ୍ଡା ପବନ ଦେବ । AC ଭଳି କାନ୍ଥରେ ଝୁଲିବ ଏହି କୁଲର।  ୧ ମିନିଟରେ ଘରକୁ କରିଦେବ ଥଣ୍ଡା ଥଣ୍ଡା କୁଲ କୁଲ। 

ଗରମ ଦିନ ଆରମ୍ଭ ହେଲାଣି। ଏବେ ସମସ୍ତେ ଏସି ମୁହାଁ ହେବେ। AC ଭଳି ରୁମକୁ ଥଣ୍ଡା କରିଦେବ ଏହି ହ୍ୟାଙ୍ଗିଙ୍ଗ କୁଲର, ୧ ମିନିଟରେ ଘରକୁ କରିଦେବ ଥଣ୍ଡା ଥଣ୍ଡା କୁଲ କୁଲ କାରଣ ଏସି ଠୁ ବଳି ଥଣ୍ଡା ଆଉ କେଉଁ ମେସିନ ଦେଇପାରିବ ନାହିଁ। ଆଜିକାଲି ସମସ୍ତେ ଏସି ବ୍ୟବହାର କରୁଛନ୍ତି । କିନ୍ତୁ ଅନେକ ଲୋକ AC ଲଗାଇବାକୁ ସମକ୍ଷ ନୁହଁନ୍ତି । ଏଥିପାଇଁ ସେମାନେ କୁଲର ଉପରେ ନିର୍ଭର କରନ୍ତି । ଯଦି ଆପଣ ଏକ ନୂଆ କୁଲର କିଣିବାକୁ ଯୋଜନା କରୁଛନ୍ତି, ତେବେ ଅନଲାଇନରେ ଅନେକ ଆପ୍ସନ ରହିଛି ଯେଉଁଥିରେ ଆପଣ କମ ଦାମ ରେ କୁଲର କିଣି ଘରକୁ ଆଣି ପାରିବେ | ଆପଣ ଜାଣନ୍ତି କି ବଜାରରେ ଏପରି ଏକ କୁଲର୍ ଅଛି, ଯାହା ଆପଣଙ୍କୁ ଏସି ଭଳି ସୁବିଧା ଦେବ। କମ୍ ବିଦ୍ୟୁତରେ ଏହି କୁଲର ବିଲକୁଲ AC ଭଳି ଥଣ୍ଡା ପବନ ଦେବ ।

ତେବେ ଏହା ପ୍ରଥମ ଏପରି କୁଲର ଯାହା AC ପରି କାନ୍ଥରେ ଝୁଲି ରହିବ । ଆମେ ଏଠାରେ ସିମ୍ଫୋନୀ କ୍ଲାଉଡ୍ ବିଷୟରେ କଥା କହୁଛୁ । ଏହା ଦେଖିବାକୁ ବିଲକୁଲ AC ପରି କିନ୍ତୁ ଏହା କୁଲର । ଏହାକୁ ରିମୋଟରେ କଣ୍ଟୋଲ କରାଯିବ ଓ ବାରମ୍ବାର ପାଣି ଢାଳିବାକୁ ବି ପଡ଼ିବନି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

Symphony Cloud Personal Cooler ର ଷ୍ଟୋରେଜ କ୍ଷମତା ୧୫ ଲିଟର ରହିଛି । ଅର୍ଥାତ୍ ଏଥିରେ ୧୫ ଲିଟରର ପାଣି ରହିପାରିବ । ଏହା ପ୍ରାୟ ୨୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ଥଣ୍ଡା ଦେଇଥାଏ । ଏହା ତିନୋଟି ସାଇଡ଼ କୁଲିଂ ପ୍ୟାଡ୍ ସହିତ ଆସିଥାଏ । ଗରମ ସମୟରେ ମଧ୍ୟ ଏହା ଘରକୁ ଥଣ୍ଡା କରିପାରେ । ଆର୍ଦ୍ରତାକୁ ହଟାଇବା ପାଇଁ ଏଥିରେ ଏକ ଡିହମାଇଡିଫିକେସନ୍ ସିଷ୍ଟମ୍ ଦିଆଯାଇଛି । ଏହା ରିମୋର୍ଟରେ ଚାଲୁଥିବାରୁ ଆପଣଙ୍କୁ ବାରମ୍ବାର ଉଠିବାକୁ ପଡିବ ନାହିଁ ।

ରିମୋର୍ଟ ସହ Symphony Cloud Personal Cooler with Remoteର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି । ଅନ୍ୟ ଇ – କମର୍ସ ପ୍ଲାଟ୍ ଫର୍ମ ରେ ଆପଣ ଏହାକୁ ଶସ୍ତା ରେ ବି କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.