ଧନପ୍ରାପ୍ତି ପାଇଁ ଆଜି ହିଁ କରନ୍ତୁ ଏହି ୫ଟି କାମ, ଦୂର ହୋଇଯିବ ଆପଣଙ୍କର ଆର୍ଥିକ ସଙ୍କଟ

ହିନ୍ଦୁ ଧର୍ମରେ, ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ହୋଇଛି। ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ କିଛି ସ୍ୱତନ୍ତ୍ର ଉପାୟ କରିବା ଉଚିତ୍‌। ଆସନ୍ତୁ ଜାଣିବା କେଉଁ ଉପାୟ କଲେ ଧନ ଲାଭ ହୋଇଥାଏ…ଏହି କାମ କଲେ ହେବ ଧନ ବର୍ଷା

ଶୁକ୍ରବାର ଦିନ ଦେବୀ ମା ଙ୍କ ପୂଜା ପାଇଁ ମହତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଏହି ଦିନ ଆପଣ ଯେକୌଣସି ସ୍ବରୂପ ଦେବୀଙ୍କର ପୂଜା କରିପାରିବେ। କିନ୍ତୁ ଏହି ଦିନ ମା ଲକ୍ଷ୍ମୀ, ଦୁର୍ଗା ଏବଂ ସନ୍ତୋଷୀ ମାଙ୍କ ପୂଜା ଆରାଧନା କରିବା ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଏହି ଦିନ ୧୬ ଶୁକ୍ରବାର ବ୍ରତ ରଖିଲେ ଅନେକ ଲାଭକାରୀ ହୋଇଥାଏ। ଏହି ଦିନ ଧଲା ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭ ହୋଇଥାଏ।। ଶକ୍ତି ଏବଂ ଦୁର୍ଗା ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନଟି ବହୁତ ଭଲ ହୋଇଥାଏ। ଏହି ଦିନ ବିଭିନ୍ନ କାରଣରୁ ବ୍ରତ କରାଯାଇଥାଏ। କିଛି ଲୋକ ସନ୍ତାନ ପ୍ରାପ୍ତି ପାଇଁ ବ୍ରତ କରିଥାନ୍ତି ତ କିଛି ଲୋକ ଘରେ ସୁଖ, ଶାନ୍ତି ରହିବା ପାଇଁ ଏହି ବ୍ରତ କରିଥାନ୍ତି। ଆସୁଥିବା ଅସୁବିଧା ବା ବାଧାକୁ ଦୂର କରିବା ପାଇଁ ଶୁକ୍ରବାର ବ୍ରତ ଅନେକ ଲାଭକାରୀ ହୋଇଥାଏ।

ହିନ୍ଦୁ ଧର୍ମରେ, ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ ହୋଇଛି। ଯଦି ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି, ତେବେ କିଛି ସ୍ୱତନ୍ତ୍ର ଉପାୟ କରିବା ଉଚିତ୍‌। ଆସନ୍ତୁ ଜାଣିବା କେଉଁ ଉପାୟ କଲେ ଧନ ଲାଭ ହୋଇଥାଏ…

କୁବେରଙ୍କୁ ଧନର ଦେବତା ବୋଲି କୁହାଯାଏ। ଯାହା ଉପରେ କୁବେରଙ୍କ କୃପା ରହିଥାଏ, ତାଙ୍କର କେବେ ବି ଧନର ଅଭାବ ହୁଏ ନାହିଁ। ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଛନ୍ତି, ତେବେ ପର୍ସରେ ତମ୍ବାର କୁବେର ଯନ୍ତ୍ର କିମ୍ବା ଶ୍ରୀ ଯନ୍ତ୍ର ରଖନ୍ତୁ। ଏହା ବ୍ୟତୀତ କଉଡ଼ି, କେସର କିମ୍ବା ହଳଦୀ ଖଣ୍ଡେ ବି ରଖିପାରନ୍ତି। ଏମିତି କଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।

ମାନ୍ୟତା ରହିଛି ଯେ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଏହି କାରଣରୁ ଗୁରୁବାର ଦିନ କଦଳୀ ଗଛର ପୂଜା କରାଯାଏ। ଏହା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ଦେଇଥାନ୍ତି।

ଯଦି ଆପଣଙ୍କ ଜାତକରେ ଗୁରୁଙ୍କ ସ୍ଥିତି ଖରାପ ଚାଲିଛି କିମ୍ବା ବିବାହରେ ବାଧା ଉପୁଜିଛି, ତେବେ ବୃହସ୍ପତି ଦେବଙ୍କ ବ୍ରତ କରିବା ଉଚିତ୍‌। କିନ୍ତୁ ଏହା ପୂର୍ବରୁ କୌଣସି ପଣ୍ଡିତ କିମ୍ବା ଜ୍ୟୋତିଷଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ବୃହସ୍ପତି ଦେବଙ୍କ ବ୍ରତ କରିବା ଦ୍ୱାରା ଜାତକରେ ଗୁରୁ ଗ୍ରହ ମଜଭୁତ ହୋଇଥାନ୍ତି।

ସୋମବାର ଦିନ ମା ଲକ୍ଷ୍ମୀଙ୍କୁ ଫୁଟିଥିବା ପଦ୍ମ ଫୁଲ ଅପ୍ରଣ କରନ୍ତୁ। କାରଣ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅତି ପ୍ରିୟ ହୋଇଥାଏ। ଏହି ଫୁଲ ଦେଇ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ବାରା ଧନ ଲାଭ ହେବା ସହ ଘରେ ସୁଖଶାନ୍ତି ବଢ଼ିଥାଏ।

ଘରେ ବାହାରେ ମୁରୁଜରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ଏହା କରିବା ଦ୍ବାରା ଘରେ ଲକ୍ଷ୍ମୀଙ୍କର କୃପା ରହିଥାଏ। ଏହା ଦ୍ବାରା ଜୀବନରେ ଆସିଥିବା ବାଧାବିଘ୍ନ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.