ସୂର୍ଯ୍ୟ କିରଣ ପଡ଼ିଲେ ରଙ୍ଗ ବଦଳେ ଏହି ସ୍ମାର୍ଟଫୋନ୍‌ର, ଜାଣନ୍ତୁ କେବେ ବଜାରକୁ ଆସୁଛି

ଏବେ ଭାରତରେ ଲଞ୍ଚ ହେବାକୁ ଯାଉଛି ଆୱାର୍ଡ ୱିନିଙ୍ଗ ଡିଜାଇନିଙ୍ଗ ଫୋନ । କିନ୍ତୁ ତାହା କେଉଁ ବ୍ରାଣ୍ଡର ଫୋନ, ଜାଣିବାକୁ ଚାହୁଁଛନ୍ତି ନା ? ତେବେ କହି ରଖୁଛୁ କି ଟେକ୍ନୋ କ୍ୟାମନ ୧୯-ପ୍ରୋ ମନଡ୍ରିଆନ ଏଡିସନ ସ୍ମାର୍ଟଫୋନକୁ ସେପ୍ଟେମ୍ବର ମାସରେ ଭାରତରେ ଲଞ୍ଚ କରାଯିବ । ଏଥିରେ ଗୋଟେ ମୁଖ୍ୟ କଥା କଣ ଜାଣନ୍ତି । ସ୍ୱର୍ଯ୍ୟ ରଶ୍ମି ପଡିବା ମାତ୍ରେ ରଙ୍ଗ ବଦଳିବାର ପ୍ୟାନେଲ ଏଥିରେ ଦିଆଯାଇଛି । ଯାହା ଏହାର ଲୁକକୁ ଦୁଇଗୁଣା କରୁଛି ।

ସୂଚନା ଯାହା ରହିଛି କି ଟେକ୍ନୋ କ୍ୟାମନ ୧୯ପ୍ରୋ ମନଡ୍ରିଆନ ଏଡିସନ ଭାରତରେ ସେପ୍ଟେମ୍ବର ମାସ ମଧ୍ୟରେ ମାର୍କେଟକୁ ଆସି ଯାଇପାରେ । ଟେକ୍ନୋର ଏହି ଅପକମିଙ୍କ ସ୍ମାର୍ଟଫୋନ ଗ୍ଲୋବାଲ ମାର୍କେଟରେ ଲଞ୍ଚ ହୋଇ ସାରିଛି । ଏହା ସେପ୍ଟେମ୍ବରରେ ଆମ ଦେଶରେ ପହଞ୍ଚି ଯିବ। ଯଦିଓ ଏପର୍ଯ୍ୟନ୍ତ କମ୍ପାନୀ ଏହାର ଅଫିସିଆଲ ଲଞ୍ଚିଂ ସୂଚନା ସେୟାର କରିନାହିଁ । ଏହାର ମୁଖ୍ୟ ସ୍ପେସିଫିକେସନ କଥା ଯଦି କହିବା ତେବେ ଏଥିରେ ୫ ହଜାର ଏମଏଏଚର ବ୍ୟାଟେରି ଓ ଫାଷ୍ଟ ଚାର୍ଜର ବି ମିଳିବ । ଟେକ୍ନୋ କ୍ୟାନନ ୧୯ପ୍ରୋ ମନଡ୍ରିଆନ ଏଡିସନରେ ବ୍ୟାକ ପ୍ୟାନେଲରେ ୬୪ ମେଗା ପିକ୍ସେଲର କ୍ୟାମେରା ରହିଛି । ଯାହା ସେନସିଟିଭ ଲେନ୍ସ ସହ ସାମନାକୁ ଆସୁଛି । ତା ସହିତ ଏଥିରେ ସେକେଣ୍ଡରୀ କ୍ୟାମେରା ୫୦ ମେଗା ପିକ୍ସେଲର ୨ଏକ୍ସ ଅପ୍ଟିକାଲ ଜୁମ ଲେନ୍ସ ମଧ୍ୟ ରହିଛି । ଏହା ପରେ ଏଥିରେ ୩୨ମେଗା ପିକ୍ସେଲର କ୍ୟାମେରା ଦିଆଯାଇଛି ।

ଟେକ୍ନୋ କ୍ୟାମନ ୧୯ ପ୍ରୋ ମନଡ୍ରିଆନ ଏଡିସନର ସ୍ପେସିଫିକେସନ କଥା ଯଦି କହିବା ତେବେ ଏଥିରେ ୬.୮ ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି । ଆଉ ଏଥିରେ ଇମର୍ସିଭ ବ୍ଲୁଇଙ୍ଗ ଏକ୍ସପିରିଏନ୍ସ ମିଳିବ । ଡୁଆଲ ରିଙ୍ଗ ଟ୍ରିପଲ କ୍ୟାମେରା ସେଟଅଫ ମଧ୍ୟ ଏଥିରେ ଦିଆଯାଇଛି ।
ଟେକ୍ନୋ କ୍ୟାମନ ୧୯-ପ୍ରୋ ମ୍ନଡ୍ରିଆନ ଏଡିସନରେ ୫ ହଜାର ଏମଏଏଚର ବ୍ୟାଟେରି ଦିଆଯାଇଛି । ଯାହା ୩୩ ୱାଟର ଫାଷ୍ଟ ଚାର୍ଜିଙ୍ଗ ସହ ଆସୁଛି । ତା ସହିତ ୩୩ ୱାଟର ଫାଷ୍ଟ ଚାର୍ଜର ଏଥିରେ ରହୁଛି । ପୁଣି ରହିଛି ୧୨୦ ହର୍ଷର ରିଫ୍ରେସ ରେଟ । ଏହି ଫୋନ ୮ ଜିବି ରାମ ଓ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ ସହ ଆସିଥାଏ ।

ଟେକ୍ନୋର ଏହି ସ୍ମାର୍ଟଫୋନରେ ବ୍ୟାକ ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ରହିଛି । ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୬୪ ମେଗାପିକ୍ସେଲର ଥିବା ସହ ଇମେଜ ଷ୍ଟେବଲାଇଜେସନ ଫିଚର୍ସ ସହ ଆସିଥିବାର କୁହାଯାଉଛି । ସେକେଣ୍ଡାରୀ କ୍ୟାମେରା ୫୦ ମେଗାପିକ୍ସେଲର । ଏଥିରେ ୨ ମେଗାପିକ୍ସେଲର ମାଇକ୍ରୋ କ୍ୟାମେରା ଦିଆଯାଇଛି । ସେଲଫି ପାଇଁ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି ଏହି ସ୍ମାର୍ଟଫୋନରେ ।

ତେବେ ଏମିତି ଆସିବାକୁ ଯାଉଛି ଏହି ଆୱାର୍ଡ ୱିନିଙ୍ଗ ସ୍ମାର୍ଟ ଫୋନ । କେବଳ ଅପେକ୍ଷା କରିବାକୁ ପଡିବ ସେପ୍ଟେମ୍ବରକୁ ଆଉ ଭାରତରେ ଏହାର ସେଲକୁ । ଏହାର ସ୍ପେସିଫିକେସନ, ଫିଚର୍ସ ଆହୁରି ମଧ୍ୟ ସ୍ୱଚ୍ଛ ହୋଇ ପାରିବ ଯେବେ ଏହା ଆପଣଙ୍କ ମାର୍କେଟରେ ପହଞ୍ଚିବ । ତେଣୁ ଅପେକ୍ଷାରେ ଥାଆନ୍ତୁ ଆଉ ନଜର ରଖିଥାନ୍ତୁ ଏହି ନୂଆ ଫୋନ୍‌ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.