କେନ୍ଦୁଝର: ଆମ୍ବ ତୋଟା ଭିତରେ ଗୋଟିଏ ଗଛରେ ଝୁଲୁଛି ପୁରୁଷ ଓ ମହିଳାଙ୍କ ମୃତଦେହ, ୨ରୁ ୩ ଦିନ ତଳୁ ମୃତ୍ଯୁ ହୋଇଥିବ ସନ୍ଦେହ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଥାନା ତରତରା ଆମ୍ବତୋଟା ଠାରେ ଗୋଟିଏ ଗଛରେ ଝୁଲୁଛି ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ । ଦୁର୍ଗନ୍ଧ ହେବାରୁ ଆଜି ସଂନ୍ଧ୍ଯାରେ ସେହି ବାଟଦେଇ ଯାଉଥିବା କିଛି ଲୋକ ସନ୍ଦେହକରି ପୋଲିସକୁ ଖବର ଦେଇଥିଲେ ।ପେଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨ରୁ ୩ ଦିନ ତଳୁ ଏମାନଙ୍କ ମୃତ୍ଯୁ ହୋଇଥିବ ସନ୍ଦେହ ହୋଇଛି । ହେଲେ ରାତି ହୋଇଯିବା କରାଣରୁ ଆଜି ମୃତଦେହ ଗୁଡିକୁ ଉଦ୍ଧାର କରାଯାଇପାରି ନାହିଁ ।

ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ଯ ହେବ ବୋଲି ପୋଲିସ କହିଛି । ଅନ୍ଯପଟେ ଗତ ଜୁଲାଇ ମାସରେ ଦଧିବାମନପୁର ଠାରେ ହେଉଥିବା ଏକ ବାଲ୍ଯ ବିବାହକୁ ସ୍ଥାନୀୟ ସିଡିପିଓ ପୋଲିସ୍ ସହାୟତାରେ ରୋକିଥିଲେ । ତେବେ ମୃତ ପୁରୁଷ ଓ ମହିଳା ଉକ୍ତ ବାହଘରର ବର ଓ କନ୍ଯା ବୋଲି  ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ଅନ୍ୟପକ୍ଷରେ ମୃତକଙ୍କ ପରିଚୟ ମିଳିବା ପରେ ସ୍ପଷ୍ଟ ତଥ୍ଯ ସାମ୍ନାକୁ  ଆସିବ ବୋଲି କହିଛନ୍ତି ଆନନ୍ଦପୁର ଥାନା ଅଧିକାରୀ। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.