Below header

ପିହୁ ଖୋଜି ଦେଲେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା, ପୋଲିସ ମାରିଲା ପୋଷ୍ଟର

ଯାଜପୁର(କେନ୍ୟୁଜ୍): ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ପକ୍ଷରୁ ଲାଗିଲା ପୋଷ୍ଟର। ପିହୁକୁ ଖୋଜି ଆଣିଦେବା ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଯାଜପୁର ବିଞ୍ଝାରପୁର ଥାନା ପୋଲିସ। ମଧୁସୂଦନପୁର ଗାଁର ପିହୁ ୨ବର୍ଷ ଧରି ନିଖୋଜ ରହିଛି। ପିହୁ ସମ୍ପର୍କରେ ସୂଚନାଦାତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି ପୋଲିସ। ଏନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ସେପଟେ ପିହୁର ମା ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।

୧୫ଦିନ ମଧ୍ୟରେ ସୁଫଳ ନମିଳିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଘଟଣାକୁ ୨ବର୍ଷ ବିତିଥିଲେ ମଧ୍ୟ ପୋଲିସ ତଦନ୍ତ ନକରି ଚୁପ୍‌ ହୋଇ ବସିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ତେବେ ଏନେଇ ବିଞ୍ଝାରପୁର ଥାନା ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.