Below header

ଏବେ ଆପଣଙ୍କ ଶରୀରରୁ ହିଁ ଚାର୍ଜ ହେବ ଗ୍ୟାଜେଟ୍ସ, ଆଉ ଦରକାର ପଡିବନି ଚାର୍ଜରର ଆବଶ୍ୟକ

୧୯ ବର୍ଷ ବୟସ୍କ ଆବିଷ୍କାରକ ମାଇକେଲ ଭାଗା ଏକ ଗ୍ୟାଜେଟ୍ ଉଦ୍ଭାବନ କରିଛନ୍ତି, ଯାହା ବର୍ତ୍ତମାନ ମାନବ ଶରୀରର ଶକ୍ତି ବ୍ୟବହାର କରି ସ୍ମାର୍ଟଫୋନ୍ ଚାର୍ଜ କରିପାରିବ ।

ବେଲାଋଷର ମିନସ୍କରେ ରହୁଥିବା ୧୯ ବର୍ଷ ବୟସ୍କ ଆବିଷ୍କାରକ ମାଇକେଲ ଭାଗା ଏକ ଗ୍ୟାଜେଟ୍ ଉଦ୍ଭାବନ କରିଛନ୍ତି, ଯାହା ବର୍ତ୍ତମାନ ମାନବ ଶରୀରର ଶକ୍ତି ବ୍ୟବହାର କରି ସ୍ମାର୍ଟଫୋନ୍ ଚାର୍ଜ କରିପାରିବ । ଏହି ହ୍ୟାଣ୍ଡେର୍ଜି ଡିଭାଇସର ଉପଭୋକ୍ତାମାନେ ନିଜ ହାତକୁ ବୁଲାଇ ଫୋନ ବ୍ୟାଟେରୀକୁ ଚାର୍ଜ କରିପାରିବେ । ଏହି ଗତି ଶକ୍ତି ଉତ୍ପାଦନ ପାଇଁ ଡିଭାଇସର ଜିରୋସ୍କୋପକୁ ସକ୍ରିୟ କରିଥାଏ ଯାହା ମୋବାଇଲକୁ ଶୀଘ୍ର ଚାର୍ଜ କରିବା ପାଇଁ ବ୍ୟବହାର କରାଯାଇପାରିବ । ଏହି ଡିଭାଇସ୍ କିକଷ୍ଟାର୍ଟରରେ ୫୦,୮୭୨ ୟୁରୋରୁ ଅଧିକ ଅର୍ଥ ଗ୍ରହଣ କରିଛି ।

କିପରି କରେ କାମ ?

ଏହି ଡିଭାଇସକୁ ତିଆରି କରିଥିବା ଭାଗା କହିଛନ୍ତି ଯେ, ‘ଆପଣଙ୍କ ହାତର ପ୍ରତ୍ୟେକ ଘୂର୍ଣ୍ଣନ ସହିତ ରୋଟରର ଗତି ଯଥେଷ୍ଟ ବୃଦ୍ଧି ପାଇଥାଏ ଏବଂ ଏଥିରେ ଅଧିକ ଶକ୍ତି ଉତ୍ପନ୍ନ ହୁଏ । ରୋଟରର ହାରାହାରି ଗତି ହେଉଛି ୫୦୦୦rpm।

ଏହା ଆପଣଙ୍କ ଜେନେରେଟ କରିଥିବା ଯାନ୍ତ୍ରିକ ଶକ୍ତିକୁ ବୈଦୁତିକ ଶକ୍ତିରେ ପରିଣତ କରେ ଏବଂ ଆପଣଙ୍କ ଉପକରଣଗୁଡ଼ିକୁ ଚାର୍ଜ କରିବାକୁ ଅନୁମତି ଦିଏ । ସେ କହିଛନ୍ତି ଯେ, ଏହି ପ୍ରଡକ୍ଟର ବିକାଶ ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିଛି, ଯେଉଁମାନେ ବାରମ୍ବାର ଭ୍ରମଣ କରନ୍ତି କିମ୍ବା ଯେଉଁଠାରେ ପାୱାର ସକେଟର ଅଭାବ ଥାଏ ସେମାନଙ୍କ ପାଇଁ ଅଧିକ ଉପଯୋଗୀ ।

ଚାର୍ଜିଂ ସମୟ କେତେ?

ହ୍ୟାଣ୍ଡେର୍ଜି ଡିଭାଇସର ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ୪୦ ମିନିଟରୁ ଏକ ଘଣ୍ଟା ସମୟ ଲାଗିଥାଏ ଏବଂ ଯଦି ଏକ ଫୋନ୍ ଚାର୍ଜ କରାଯାଏ ତେବେ ଏହି ଗତି ୩୦ ପ୍ରତିଶତ ହ୍ରାସ ପାଇଥାଏ ।

ଏହାର ମୂଲ୍ୟ କେତେ ହେବ ?

ଭାଗ କହିଛନ୍ତି ଯେ, ଆମର ସମସ୍ତ ରିଭ୍ୟୁ ବହୁତ ଭଲ ରହିଛି ଏବଂ ଲୋକମାନେ ମଧ୍ୟ ଏହି ପ୍ରଡକ୍ଟର ପ୍ରଶଂସା କରିଛନ୍ତି । ଲୋକମାନେ ମଧ୍ୟ ବହୁତ ଖୁସି ଅଛନ୍ତି ଓ ଏପରି ଉପକରଣ ବିଦ୍ୟୁତ୍ ଅଭାବରୁ ରକ୍ଷା କରିବ ବୋଲି ସେମାନେ କହିଛନ୍ତି । ମାର୍ଚ୍ଚ ୨୦୨୪ ରେ ହ୍ୟାଣ୍ଡେର୍ଜିର ଆନୁମାନିକ ଖୁଚୁରା ମୂଲ୍ୟ ୮୪ ୟୁରୋ ସହିତ ବିକ୍ରି ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.