୨୧ ଜୁଲାଇରେ ଲଞ୍ଚ ହେବ ବିଗ୍‌ ଡିସପ୍ଲେ ସହିତ ୬୦୦୦mAh ବ୍ୟାଟେରୀରର ଏହି ଦମଦାର ସ୍ମାର୍ଟଫୋନ, ସାମସଙ୍ଗକୁ ଦେବ ଟକ୍କର

ଆଜିକାଲିର ଜମାନା ଆଧୁନିକ ଜମାନା। ଏହି ଆଧୁନିକ ଜମାନାରେ ଯୁବବର୍ଗ ବଡ ଡିସପ୍ଲେ ଥିବା ଫୋନକୁ ଅଧିକ ପସନ୍ଦ କରୁଛନ୍ତି। ତେବେ କମ୍‌ ବଜେଟରେ ଏମିତି ତ ବଜାରରେ ବଡ ଡିସପ୍ଲେ ଥିବା ଫୋନ ମିଳିଯାଉଛି କିନ୍ତୁ ବ୍ୟାଟେରୀ ମାମଲାରେ ତାହା ଫିକା ପଡିଯାଏ।
ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଅଧିକ ସମୟ ଧରି ଚାଲୁଥିବା ବ୍ୟାଟେରି ଯୁକ୍ତ ସ୍ମାଟଫୋନର ଆବଶକତା ରହିଛି । ଏମିତିରେ ବଜାରରେ ସ୍ମାଟଫୋନ ତ ଅନେକ ରହିଛି କିନ୍ତୁ ପ୍ରାୟତଃ ସବୁଥିରେ ବ୍ୟାଟେରି ବ୍ୟାକଅପ ଅଧିକ ସମୟ ରହୁନାହିଁ । ଏଥିପାଇଁ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ Infinix ଖୁବ ଶାଘ୍ର ନିଜର ଏକ ନୂତନ ସ୍ମାଟଫୋନ ଲଞ୍ଚ କରିବା ପ୍ରସ୍ତୁତିରେ । ଏଥିରେ ବଡ ଡିସପ୍ଲେ ରହିବା ସହିତ ଦମଦାର ବ୍ୟାଟେରି ବ୍ୟାକଅପର ମଧ୍ୟ ମଜା ମିଳିବ। ତାହେଲେ ଆସନ୍ତୁ ଜାଣିବା ଏହି ନୂଆ ସ୍ମାର୍ଟଫୋନ ବିଷୟରେ।

infinixଭାରତରେ ୨୧ ଜୁଲାଇରେ Infinix ନିଜର ନୂତନ ସ୍ମାଟଫୋନ ‘Smart 4 Plus’ ଲଞ୍ଚ କରିବାକୁ ଯାଉଛି । ଏହାର ଏକ ପ୍ରୋମୋ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି , ଯେଉଁଥିରେ ଏହି ଫୋନର ବଡ ଡିସପ୍ଲେ ଓ ବ୍ୟାଟେରି ବିଷୟରେ କୁହାଯାଇଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ Infinix Smart 4 Plusର ଡିସପ୍ଲେ ୬.୭ ରୁ ୭ ଇଞ୍ଚ ପର୍ଯ୍ୟନ୍ତ ବଡ ହେବା ସହିତ ଏହା HD+ ଡିସପ୍ଲେ ମିଳିପାରେ। ଅଧିକ ସମୟ ଚାର୍ଜ ରହିବା ପାଇଁ ଏହି ଫୋନରେ ୬୦୦୦mAhର ବ୍ୟାଟେରି ସୁବିଧା ରହିଛି ।

ଗତ ବର୍ଷ କମ୍ପନି ଲଞ୍ଚ କରିଥିବା Smart Plus 3କୁ ଲଞ୍ଚ କରିଥିଲା ଏବଂ ନୂଆ Smart Plus 3ର ଉନ୍ନତ ଭର୍ସନ ହେଉଛି Smart 4 Plus 4 । ଏହି ଫୋନରେ 3GB RAMର ସୂବିଧା ମିଳିବ। ଏହାଛଡା ଏଥିରେ ୧୦ ଆଣ୍ଡ୍ରଏଡ଼ ଅପରେଟିଙ୍ଗ ସିସ୍ଟମ ମଧ୍ୟ କାମ କରିବ । ଫୋଟୋଗ୍ରାଫି ପାଇଁ ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ବା କ୍ୱାଡ ରିଅର କ୍ୟାମେରାର ସେଟଅପ ରହିଛି ।

Galaxy M21 ସହିତ ହେବ ମୁକାବିଲା

infinixInfinix Smart 4 Plusର ମୁକାବିଲା ସାମସଙ୍ଗ୍‌ ଗାଲାକ୍ସୀ M21 ସହିତ ହେବ। ଏହି ଫୋନର ଦାମ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୬.୪ ଫୁଲ ୬.୪ ଏଚଡି ପ୍ଲସ ଇନଫିନିଟି-ୟୁ ଡିସ୍ପଲେ sAMOLED ରହିଛି । ଏହାର ଆସପେକ୍ଟ ରେସିଓ ୧୯:୫:୯ ହୋଇଥିବା ବେଳେ ଏହାର ଡିସ୍ପଲେରେ କର୍ନିଙ୍ଗ୍‌ ଗୋରିଲା ଗ୍ଲାସର ୩ ସୁରକ୍ଷା ରହିଛି । ପରଫରମାନ୍ସ ପାଇଁ ଏହି ଫୋନରେ ଅକ୍ଟୋ-କୋର ଏକ୍ସିନୋସ ୯୬୧୧ ପ୍ରୋସେସର ଦିଆଯାଇଛି। ସେହିପରି ପାଓ୍ଵାର ପାଇଁ ଫୋନରେ ୬୦୦୦ ଏମଏଚର ବ୍ୟାଟେରି ଦିଆଯାଇଛି, ଯାହା15W ଫାସ୍ଟ ର୍ଚାଜଂକୁ ସ୍ପିଡ କରିଥାଏ ।

ଆଣ୍ଡ୍ରଏଡ଼ ୧୦ ଉପରେ ଆଧାରିତ ଏହି ଫୋନ One UI 2.0ରେ କାମ କରିଥାଏ । ଫୋଟୋଗ୍ରାଫି ପାଇଁ ଏହି ଫୋନାର ରିୟରରେ ଟ୍ରିପଲ ସେଟଅପ କ୍ୟାମେରାର ସୁବିଧା ରହିଛି, ଯେଉଁଥିରେ ପ୍ରାଇମେରି ସେସଂର ୪୮ ମେଗାପିକ୍ସଲ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ କ୍ୟାମେରାରେ ଯଥାକ୍ରମେ ୮ ଓ ୫ ମେଗାପିକ୍ସଲର ଡେପ୍ଥ ସେନ୍ସର ରହିଛି । ସେହିପରି ସେଲ୍ଫି ପାଇଁ ଫୋନରେ ୨୦ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.