Tecnoର ଏହି ମଡେଲରେ ରହିଛି ଦମଦାର ଫିଚର୍ସ, ଦୁଇ ଦିନ ପର୍ଯ୍ୟନ୍ତ କରିବେନି ଫୋନ ଚାର୍ଜ

ଦୁଇଟି ସ୍ମାର୍ଟଫୋନ ପାଓ୍ଵାରଫୁଲ RAM, ଷ୍ଟୋରେଜ ଏବଂ ଭଲ ବ୍ୟାଟେରୀ ବ୍ୟାକଅପ୍‌ ସହିତ ଆସିଥାଏ । କମ୍ପାନୀ ଦାବି କରିଛି ଯେ, Tecno Pova 2 ଏବଂ Tecno Pova 3 ସ୍ମାର୍ଟଫୋନର ବ୍ୟାଟେରୀ ଦୁଇ ଦିନ ଧରି ଚାଲିଥାଏ । ଦୁଇଟି ସ୍ମାର୍ଟଫୋନରେ 7000mmAh Li-Polymer ବ୍ୟାଟେରୀ ଦିଆଯାଇଛି ।

Tecnoର ୨ଟି ସ୍ମାର୍ଟଫୋନ ବଜାରରେ ଧମାଲ କରୁଛି । ଏହି ଦୁଇଟି ସ୍ମାର୍ଟଫୋନ ପାଓ୍ଵାରଫୁଲ RAM, ଷ୍ଟୋରେଜ ଏବଂ ଭଲ ବ୍ୟାଟେରୀ ବ୍ୟାକଅପ୍‌ ସହିତ ଆସିଥାଏ । କମ୍ପାନୀ ଦାବି କରିଛି ଯେ, Tecno Pova 2 ଏବଂ Tecno Pova 3 ସ୍ମାର୍ଟଫୋନର ବ୍ୟାଟେରୀ ଦୁଇ ଦିନ ଧରି ଚାଲିଥାଏ । ଦୁଇଟି ସ୍ମାର୍ଟଫୋନରେ 7000mmAh Li-Polymer ବ୍ୟାଟେରୀ ଦିଆଯାଇଛି ।

ଯଦି ଆପଣ ଦୁଇଟି ସ୍ମାର୍ଟଫୋନରୁ କୌଣସି ଏକ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ Tecno Pova 2 ଏବଂ Tecno Pova 3 ସ୍ମାର୍ଟଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ କହିବାକୁ ଯାଉଛୁ । ଯେଉଁଥିରେ ଆପଣଙ୍କୁ ଏହାର ଫିଚର୍ସ, ସ୍ପେସିଫିକେସନ ଏବଂ ପ୍ରାଇସ ବିଷୟରେ ଜଣା ପଡ଼ିବ ।

Tecno Pova 2 ସ୍ମାର୍ଟଫୋନରେ ୬.୯୫ ଇଞ୍ଚର IPS LCD ଡିସ୍‌ପ୍ଲେ ଦିଆଯାଇଛି , ଯେଉଁଥିରେ 1080×2460 ପିକ୍ସଲର ରିଜୋଲ୍ୟୁସନ ଏବଂ 60HZ ର ରିଫ୍ରେସ ରେଟ ମିଳୁଛି । ଏଥିରେ 48MPର ଓ୍ଵାଇଡ ଆଙ୍ଗଲ ପ୍ରାଇମେରୀ କ୍ୟାମେରା, 2MPର ମାଇକ୍ରୋ କ୍ୟାମେରା ଏବଂ 2MPର ମୋନକ୍ରୋମ କ୍ୟାମେରା ରହିଛି । ସେଲଫି ପାଇଁ ଫୋନରେ 8MPର ଓ୍ଵାଇଡ ଆଙ୍ଗଲ ପ୍ରାଇମେରୀ କ୍ୟାମେରା ଦିଆଯାଇଛି ।

Tecno Pova 2ର ସ୍ପେସିଫିକେସନରେ MediaTek Helio G85 ପ୍ରୋସେସର ଦିଆଯାଇଛି । ଯାହା ଦୁଇଟି କନ୍‌ଫିଗ୍ରେସନ 6GB RAM+128GB ଷ୍ଟୋରେଜ ଏବଂ 4GB RAM+64GB ଷ୍ଟୋରେଜ ଅପ୍ସନ ସହ ଆସିଥାଏ । ଯଦି ଆପଣ ଏହି ଫୋନକୁ କିଣିବାକୁ ଚାହୁଁଛନ୍ତି ତେବେ ଏହାର ଆରମ୍ଭ ମୂଲ୍ୟ ୧୦,୪୯୯ ଟଙ୍କା ରହିଛି ।

Tecno Pova 3 ସ୍ମାର୍ଟଫୋନ ୪୦ ମିନିଟ ମଧ୍ୟରେ ୫୦ ପ୍ରତିଶତ ଚାର୍ଜ ହୋଇଥାଏ । ଏଥିପାଇଁ ଏହି ଫୋନରେ 33Wର ଫାଷ୍ଟ ଚାର୍ଜର ଦିଆଯାଇଛି । Tecno Pova 3 ସ୍ମାର୍ଟ ଫୋନରେ ୬.୯ ଇଞ୍ଚର IPS LCD ଡିସ୍‌ପ୍ଲେ 1080×2460 ପିକ୍ସଲ ରିଜୋଲ୍ୟୁସନ ଏବଂ 90HZର ରିଫ୍ରେସ ରେଟ ସହ ଆସିଥାଏ ।

ଏହି ସ୍ମାର୍ଟଫୋନରେ 50MPର ଓ୍ଵାଇଡ ଆଙ୍ଗଲ ପ୍ରାଇମେରୀ କ୍ୟାମେରା ଏବଂ 2MPର ଡେପ୍‌ଥ ସେନ୍ସର ଦିଆଯାଇଛି । ସେଲଫି ପାଇଁ ଫୋନରେ 8MPର ଓ୍ଵାଇଡ ଆଙ୍ଗଲ ପ୍ରାଇମେରୀ କ୍ୟାମେରା ଦିଆଯାଇଛି । Tecno Pova 3 ସ୍ମାର୍ଟଫୋନ MediaTek Helio G88 ପ୍ରୋସେସର ସହିତ ଆସିଥାଏ । ଯାହା 6GB RAM ଏବଂ 128GB ଷ୍ଟୋରେଜ ସହିତ ପେୟାର କରାଯାଇଛି । ତେବେ ଆପଣ ମଧ୍ୟ ଏହି ଫୋନ ଉଚିତ ମୂଲ୍ୟରେ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.