Below header

ହ୍ଵାଟ୍ସଆପରେ ଆସିଲା ଏହି ନୂଆ ଫିଚର, ଏବେ ସେୟାର କରି ପାରିବେ HD କ୍ୱାଲିଟି ଫଟୋ ଓ ଭିଡିଓ

ହ୍ଵାଟ୍ସଆପରେ ଭିଡିଓ କିମ୍ବା ଫଟୋ ସେୟାର କରିବା ପରେ ଏହାର କ୍ୱାଲିଟି କମିଯାଏ । କିନ୍ତୁ ହ୍ଵାଟ୍ସଆପ ଏକ ନୂଆ ବିଟା ଅପଡେଟ ଭର୍ସନ ୨.୨୩.୧୮.୧୨ ଜାରି କରିଛି । ବର୍ତ୍ତମାନ ଆପଣ ହ୍ଵାଟ୍ସଆପରେ ହାଇ କ୍ୱାଲିଟିରେ ଭିଡିଓ ଏବଂ ଫଟୋ ସେୟାର କରିପାରିବେ ।

ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ସେୟାର କରିବାର କ୍ରେଜ ବୃଦ୍ଧି ପାଉଛି । ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ଗୋଟିଏ ଭିଡିଓ ପୋଷ୍ଟ କରିବା ସମୟରେ, ଭିଡିଓ ସେହି କ୍ୱାଲିଟିରେ ପୋଷ୍ଟ ହୋଇଥାଏ, ଯେଉଁ କ୍ୱାଲିଟିରେ ଆମେ ଭିଡିଓ ରେକର୍ଡ କରିଥାଉ । କିନ୍ତୁ ହ୍ଵାଟ୍ସଆପରେ ଭିଡିଓ କିମ୍ବା ଫଟୋ ସେୟାର କରିବା ପରେ ଏହାର କ୍ୱାଲିଟି କମିଯାଏ । ଏହି ସମସ୍ୟାର ସମାଧାନ ପାଇଁ ହ୍ଵାଟ୍ସଆପ ଏକ ନୂଆ ଫିଚର ଉପରେ ଦୀର୍ଘ ଦିନ ଧରି କାମ କରୁଥିଲା । ବର୍ତ୍ତମାନ ଆପ ଏହି ସମସ୍ୟାର ସମାଧାନ ଆଣିଛି । ବର୍ତ୍ତମାନ ଆପଣ ହ୍ଵାଟ୍ସଆପରେ ହାଇ କ୍ୱାଲିଟିରେ ଭିଡିଓ ଏବଂ ଫଟୋ ସେୟାର କରିପାରିବେ ।

ହ୍ଵାଟ୍ସଆପ ଏକ ନୂଆ ବିଟା ଅପଡେଟ ଭର୍ସନ ୨.୨୩.୧୮.୧୨ ଜାରି କରିଛି । WABetaInfo ଅନୁଯାୟୀ, ଏହି ଅପଡେଟର ମୁଖ୍ୟ ବିଶେଷତା ହେଉଛି ୟୁଜରମାନଙ୍କୁ ସେମାନଙ୍କର ଅରିଜିନାଲ କ୍ୱାଲିଟିରେ ଫଟୋ ଏବଂ ଭିଡିଓ ପଠାଇବା କ୍ଷମତା । ବର୍ତ୍ତମାନ କେବଳ କିଛି ଟେଷ୍ଟର୍ସ ଏହି ଫିଚରର ଲାଭ ଉଠାଇ ପାରିବେ । ହ୍ଵାଟ୍ସଆପକୁ ଇମେଜ୍‌ କମ୍ପ୍ରେସ କରିବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ, ଯାହା ଦ୍ୱାରା କ୍ୱାଲିଟି କମ ହୋଇଯାଏ । ଏପରିକି ନିକଟରେ ହାଇ କ୍ୱାଲିଟି ଫଟୋ ସେୟାରିଂ ସୁବିଧା ମଧ୍ୟ ଲାଇଟ କମ୍ପ୍ରେସନରୁ ମୁକ୍ତ ନଥିଲା । କିନ୍ତୁ ଆଗାମୀ ଅପଡେଟ ଏହାକୁ ବଦଳାଇଛି ।

ହାଇ କ୍ୱାଲିଟି ଫଟୋ-ଭିଡିଓ କିପରି ପଠାଇବେ ?

.HD ରେ ଫଟୋ-ଭିଡିଓ ସେୟାର କରିବା ପାଇଁ ଆପଣଙ୍କୁ ଆଟାଚମେଣ୍ଟ ଆଇକନ୍ ଉପରେ ଟ୍ୟାପ୍ କରିବାକୁ ପଡିବ । ଏହା ପରେ ଗ୍ୟାଲେରୀ ଅପ୍ସନ ଉପରେ ଟ୍ୟାପ୍ କରନ୍ତୁ ।
.ପରେ ଆପଣ ଭିଡିଓ ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଟ୍ୟାଗ୍ କରନ୍ତୁ । ଏହା ପରେ ପ୍ରିଭ୍ୟୁ ଅପ୍ସନ୍ କୁ ଯାଆନ୍ତୁ ।
.ସ୍କ୍ରିନରେ HD ଆଇକନ୍ ନଜର ଆସିବ ।
. HD ଭିଡିଓ ଅପ୍ସନ୍ କରିବା ସମୟରେ କ୍ୱାଲିଟି ଚେଞ୍ଜ ନଜର ଆସିବ ।
. ଚେକ କରିବା ପରେ ଆପଣ ଫଟୋ କିମ୍ବା ଭିଡିଓକୁ ପଠାଇ ପାରିବେ । କିନ୍ତୁ ପଠାଇବାରେ ସମୟ ଲାଗିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.