ଏହି ସ୍ମାର୍ଟଫୋନରେ ମିଳୁଛି ଦମଦାର ଅଫର, ଜାଣନ୍ତୁ କଣ ରହିଛି ଫିଚର୍ସ

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସ୍ମାର୍ଟଫୋନ୍ କିଣିବା ଉପରେ ଦମଦାର ଡିଲ୍ ଦିଆଯାଉଛି । ଆପଣ ଖୁବ କମ୍ ମୂଲ୍ୟରେ ଆମାଜନରେ Realme Narzo N55 ଫୋନ୍ କିଣି ପାରିବେ । ଆପଣଙ୍କୁ ଏହି ଫୋନରେ ଏକ୍ସଚେଞ୍ଜ୍ ଅଫର ମଧ୍ୟ ଦିଆଯାଉଛି ।

ଭାରତର ଲୋକପ୍ରିୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ମଧ୍ୟରୁ Realme ଅନ୍ୟତମ । କମ୍ପାନୀ ଏହାର ୟୁଜରମାନଙ୍କ ପାଇଁ ଅନେକ ସମୟରେ ନୂଆ ସ୍ମାର୍ଟଫୋନ୍ ଆଣିଥାଏ । ଇ-କମର୍ସ ସାଇଟଗୁଡ଼ିକରେ ମଧ୍ୟ ଆପଣଙ୍କୁ ଅନେକ ଫୋନରେ ବହୁତ ଭଲ ଅଫର ମିଳିଥାଏ । ତେବେ ଆପଣ ଖୁବ କମ୍ ମୂଲ୍ୟରେ ଆମାଜନରେ Realme Narzo N55 ଫୋନ୍ କିଣି ପାରିବେ । ଆପଣଙ୍କୁ ଏହି ଫୋନରେ ଏକ୍ସଚେଞ୍ଜ୍ ଅଫର ମଧ୍ୟ ଦିଆଯାଉଛି । ଯାହା ସାହାଯ୍ୟରେ ଆପଣ ଏହାକୁ ବହୁତ କମ୍ ମୂଲ୍ୟରେ କିଣି ପାରିବେ । ତେବେ ଆସନ୍ତୁ ଏହାର ଅଫର୍ ଏବଂ ଡିଲ୍ ବିଷୟରେ ଜାଣିବା ।

ଆମାଜନରେ Realme Narzo N55ରେ ୧୩%ର ବମ୍ପର ଡିସକାଉଣ୍ଟ ଦିଆଯାଉଛି । ଅଫର ପରେ ଫୋନର ମୂଲ୍ୟ ମାତ୍ର ୧୨,୯୯୯ ଟଙ୍କା ହେବ । କେବଳ ଏତିକି ନୁହେଁ ଫୋନ୍ କିଣିବାରେ କିଛି ବ୍ୟାଙ୍କ ଅଫର୍ ମଧ୍ୟ ମିଳୁଛି । ଯାହାର ଫାଇଦା ଉଠାଇ ଆପଣ ମୂଲ୍ୟକୁ ଆହୁରି କମ କରିପାରିବେ । ଯଦି ଆପଣଙ୍କର ଏକ କ୍ରେଡିଟ୍ କାର୍ଡ ଅଛି ତେବେ ଆପଣ ୧୦୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇପାରିବେ ।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସ୍ମାର୍ଟଫୋନ୍ କିଣିବା ଉପରେ ଆଉ ଏକ ଦମଦାର ଡିଲ୍ ଦିଆଯାଉଛି । ଆପଣଙ୍କର ପୁରୁଣା ସ୍ମାର୍ଟଫୋନକୁ ବଦଳାଇ ଆପଣ ଏହି ସ୍ମାର୍ଟଫୋନ କିଣିପାରିବେ । ଅଫର ଅନୁସାରେ ଫୋନର ମୂଲ୍ୟକୁ ୧୧,୦୦୦ ଟଙ୍କା ପର୍ଯ୍ୟନ୍ତ କମ କରିପାରିବେ । ଯଦି ଆପଣଙ୍କ ଫୋନର କଣ୍ଡିସନ୍‌ ଭଲ ଥିବ ତେବେ ଆପଣ ୧୧,୭୦୦ ଟଙ୍କାର ଏକ୍ସଟ୍ରା ଡିସକାଉଣ୍ଟ ପାଇ ପାରିବେ ।

Realme Narzo N55 ସ୍ପେସିଫିକେସନ୍‌:

Realme Narzo N55 ରେ ୬.୭୨ ଇଞ୍ଚର FHD ଡିସପ୍ଲେ ମିଳୁଛି । ଏହି ଫୋନରେ ଆପଣ ମିଡିଆଟେକ ହୋଲିଓ G88 ପ୍ରେସେସର ପାଇପାରିବେ । ଏହି ଫୋନରେ ୬ GB RAM ଏବଂ ୧୨୮ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ପାଇ ପାରିବେ । ଏହି ଫୋନରେ ଆପଣଙ୍କୁ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଫୋନରେ ୬୪ MPର ପ୍ରାଇମେରି କ୍ୟାମେରା ସେଟଅପ ରହିଛି । ଫୋନରେ ୧୬ MP ଫ୍ରଣ୍ଟ ଫ୍ୟାସିଙ୍ଗ କ୍ୟାମେରା ମଧ୍ୟ ଦିଆଯାଇଛି । ଏହି ଫୋନରେ ୩୩ ୱାଟର ଫାଷ୍ଟ ଚାର୍ଜିଂ ସହିତ ୫୦୦୦ mAh ବ୍ୟାଟେରୀ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.